ବାରିପଦା ୧୯/୮/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ଯୌତୁକ ପାଇଁ ବୋହୁ ଓ ତାଙ୍କର ବାପାଘର ଲୋକଙ୍କୁ ଶାଶୁଘର ଲୋକ ମାଡ଼ ମାରିଲେ ଏମିତି କି ବୋହୁଙ୍କ ମାଆଙ୍କୁ ବିଷ ପିଆଇଦେଲେ। ଏନେଇ ଥାନାରେ ଅଭିଯୋଗ ହେଲା। କିନ୍ତୁ ଦେଢ଼ ସପ୍ତାହ ବିତିଯାଇଥିଲେ ବି ପୁଲିସ କାହାକୁ ଗିରଫ କରିନାହିଁ। ଫଳରେ ବୋହୁ ଜଣକ ଆତ୍ମାହୁତି ଦେବେ ବୋଲି ଧମକ ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଧୀନ ଖୁଣ୍ଟାପାଳ ଗ୍ରାମର ସ୍ବର୍ଗତ ରାମଚନ୍ଦ୍ର ସାହୁଙ୍କ ସାନପୁଅ ବସନ୍ତ ସାହୁ ବସ୍ତା ଥାନା ଅଧୀନ ସୁନ୍ଦୁରକୁଲି ଗ୍ରାମର କରୁଣାକର ସାହୁଙ୍କ ଝିଅ ଲିପି ସାହୁଙ୍କୁ ଦେଢ଼ବର୍ଷ ତଳେ ବିବାହ କରିଥିଲେ । ସେତେବେଳେ ବରଘର ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ତେବେ ବିବାହର କିଛିଦିନ ପରେ ମାଆ ନାମରେ ଥିବା ୫ ମାଣ କମି ଯୌତୁକ ବାବଦରେ ଆଣିବା ପାଇଁ ଲିପିଙ୍କ ଉପରେ ଶିଶୁର ଘର ଲୋକ ଚାପ ପକାଇଥିଲେ। ହେଲେ ଲିପି ରାଜି ହୋଇ ନଥିଲେ। ତେଣୁ ତାଙ୍କୁ ବିଭିନ୍ନ ପ୍ରକାର ନିର୍ଯ୍ୟାତନା – ଦିଆଗଲା । ତେବେ ଗତ ୫ ତାରିଖ ଦିନ ଲିପିଙ୍କ ମାଆ ସବିତା ସାହୁ ଓ ଭାଇ କୁପାସିନ୍ଧୁ ସାହୁ କିଛି କାମରେ ଲିପିଙ୍କ ଶାଶୁଘରକୁ ଆସିଥିଲେ। ସେମାନେ ପହଞ୍ଚିବା ପରେ ଲିପିଙ୍କ ଶଶୁର ଘର ଲୋକ ପାଟି କରିବା ସହ । କିଛି ସଂପର୍କୀୟ ଓ ଗ୍ରାମାସୀଙ୍କ ଆତ୍ମାହୁତି ଧମକ ସହଯୋଗରେ ଲିପି, ସବିତା ଓ କୃପାସିନ୍ଧୁଙ୍କୁ ମାରପିଟ କରିଥିଲେ। । ଏମିତି କି ଲିପିଙ୍କ ମାଆ ସବିତାଙ୍କ ମୁହଁରେ ବିଷ ଜାଳି ଦେଇଥିଲେ। ଖବର ସମ୍ପର୍କୀୟମାନେ ସମସ୍ତଙ୍କୁ ଉଦ୍ଧାର କରିବା ସହ । ସବିତାଙ୍କୁ ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦା ଡାକ୍ତରଖାନାକୁ ନିଆଯାଇଥିଲା। ଏନେଇ ଲିପି ନିଜ ସ୍ବାମୀ, ଦେଢ଼ଶୁର ଓ ଯା’, ଶାଶୁ, ପିଉସା ଶଶୁର, ମାମୁଁ ଶଶୁର ତଥା କିଛି ଗ୍ରାମମାସୀଙ୍କ ନାମରେ ଥାନାରେ ଏତଲା ଦେଇଥିଲେ ଫଳରେ ପୁଲିସ ୧୪୬’ / ୨୦ରେ ୮ ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ହେଲେ ଏତଲା ର ୧୩ ଦିନ ବିତିଯାଇଥିଲେ ହେଁ ପୁଲିସ । କାହାରିକୁ ଗିରଫ କରି ନଥିବା ଜଣାପଡ଼ିଛି। ତେବେ ଶୀଘ୍ର ନାୟ ନମିଳିଲେ ଲିପି ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।
ଯୈାତୁକ ଦାବି ରେ ମହିଳା ଓ ତାଙ୍କ ଭାଇଙ୍କୁ ମାଡ଼
|
August 19, 2020 |
