ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା,ଏସପିଙ୍କ ହସ୍ତକ୍ଷେପ ପରେ ମାମଲା ଋଜୁ କଲା ପୁଲିସ

ଯାଜପୁର ୨୭/୦୨ (ସନ୍ଧାନ ନିୟୁଜ) : ଆଇନ ଶୃଙ୍ଖଳା ଅବ୍ୟବସ୍ଥା ଭିତରେ ଗତି କରୁଥିବା ପାଣିକୋଇଲି ଥାନାର ପୁଲିସ ଅଭିଯୋଗକାରୀ ଏତଲା ଦେବାର ତିନି ଦିନ ପରେ ବାଧ୍ୟ ହୋଇ କେଶ କରିଛି ,ତାହା ପୁଣି ଆରକ୍ଷୀ ଅଧିକ୍ଷକଙ୍କ ହସ୍ତକ୍ଷେପ ପରେ । ମିଳିଥିବା ସୁଚନାନୁସାରେ ଗତ ଜାନୁଆରୀ ମାସ ୮ ତାରିଖ ଦିନ ସୋତି ଗ୍ରାମର ନିଳମଣୀ ଦାସଙ୍କ ଘରେ ଚୋରୀ ହୋଇଥିଲା । ଏହି ଘଟଣାରେ ନୀଳମଣୀ ସନେ୍ଦହରେ ଗୈାରାଙ୍ଗ ଚରଣ ନାୟକଙ୍କ ପୁଅ ଅନନ୍ତ ଓ ଗ୍ରାମର ଅନ୍ୟ ଜଣକ ନାମରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପରଦିନ ଅନନ୍ତ ଓ ଅନ୍ୟ ଯୁବକଙ୍କୁ ଗରୁ ଉଠାଇ ନେଇଥିଲା । ମାତ୍ର ଉକ୍ତ ଯୁବକ ଦ୍ୱୟଙ୍କ ପାଖରେ ଚୋରୀର କୈାଣସି ପ୍ରମାଣ ନପାଇବାରୁ ପୁଲିସ ତାଙ୍କୁ ଛାଡ଼ି ଦେଇଥିଲା । ତେବେ ଏହି ଘଟଣାକୁ ନେଇ ଅନନ୍ତ ଉପରେ ନୀଳମଣୀଙ୍କ ପରିବାରର ରାଗ ରହିଥିଲା । ସୋମବାର ଦିନ ସାଢେ ଗୋଟାଏ ବେଳେ ଅନନ୍ତ ଘରୁ ବଜାରକୁ ବାଇକରେ ଆସୁଥିବା ସମୟରେ ପୁର୍ବ ରାଗକୁ ସୁଝାଇବା ଲାଗି ନୀଳମଣୀ ଦାସଙ୍କ ଦୁଇ ପୁଅ ବୁଲୁନ ଓ ଜଗା,ନିର ଜେନାଙ୍କ ପୁଅ ସନ୍ତୋଷ,ନିରାକାର ଜେନାଙ୍କ ପୁଅ ମଣିଆ,ମୁଷା ଦାସଙ୍କ ପୁଅ ନାଲୁଆ ତାକୁ ବାଟରେ ଅଟକାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଅନନ୍ତ ଏହାର ପ୍ରତିରୋଧ କରିବାରୁ ସେମାନେ ଠେଙ୍ଗା ଓ ଶାବଳ ସାହାଯ୍ୟରେ ଅନନ୍ତକୁ ପିଟିଥିଲେ । ଫଳରେ ତାର ବାମ ହାତ ହାଡ଼ ଭାଙ୍ଗି ଯାଇଥିଲା ।ଏହି ସମୟରେ ପୁଅର ବିକଳ ଚିକ୍ରାର ଶୁଣି ଅନନ୍ତର ବିଧବା ମାଆ ପଙ୍କଜିନୀ ପୁଅକୁ ବଂଚାଇବାକୁ ଆସିବାରୁ ସେମାନେ ତାଙ୍କୁ ମଧ୍ୟ ନିସ୍ତୁକ ମାଡ଼ ମାରିଥିଲେ । ଏହା ସହିତ ସେମାନେ ତାଙ୍କ ପରିବାରକୁ ସମୁଳେ ସ୍ୱଂସ କରିଦେବେ ଅଥବା ଗ୍ରମରୁ ବିତାଡ଼ିତ କରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ଫଳରେ ଭୟଭୀତ ଅବସ୍ଥାରେ ମାଆପୁଅ ପାଣିକୋଇଲି ଥାନାରେ ସୋମବାର ରାତିରେ ଲିଖିତ ଏତଲା ଦେଇଥିଲେ ମଧ୍ୟ ଏତଲାକୁ ରେଜିଷ୍ଟ୍ରେସନ କରିନଥିଲା । ଫଳରେ ଅନନ୍ତ ଥାନାରୁ ନିରାଶ ହୋଇ ବୁଧବାର ଯାଜପୁର ଏସପି ଚରଣ ସିଂ ମୀନାଙ୍କୁ ସାକ୍ଷାତ କରି ସମସ୍ତ ଘଟଣା ଜଣାଇବା ପରେ ଏସପି ତୁରନ୍ତ କେଶ କରି ଆସାମୀ ମାନଙ୍କୁ ଗିରଫ କରିବାକୁ ପାଣିକୋଇଲି ଥାନା ପୁଲିସକୁ ନିଦେ୍ର୍ଦଶ ଦେଇଥିଲେ । ଉପରୁ ନିଦେ୍ର୍ଦଶ ପାଇବା ପରେ ପୁଲିସ ଏକ କେଶ ୫୪/୨୦ ଋୁଜୁ କରି ତଦନ୍ତ ଚାଲୁ ରଖିଛି ।

Related Posts

About The Author

Add Comment