ଯୁଗି ଯୁଗେନ ବନ୍ଧ କୁ ନେଇ ୧୨ ଘଣ୍ଟିଆ ବନ୍ଦ ଅନଶନ ସଫଳ

Spread the love

ସୁନ୍ଦରଗଡ ତା:୧୦/୮/୨୦୨୬(ସନ୍ଧାନ ନ୍ୟୁଜ) ଯୁଗି ଯୁଗେନ ବନ୍ଧ ବିରୋଧରେ ଏକ ଦିନିଆ ଅନଶନ ସବଡେଗା ବସଷ୍ଟାଣ୍ଡ ରେ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ସବଡେଗା ତଥା ବାଲିଶଙ୍କରା ବ୍ଲକ ର ହଜାର ହଜାର ଲୋକ ଏହି ଅନଶନରେ ଯୋଗ ଦେଇଥିଲେ ।” ଆମର ଗାଁ ଆମର ମାଟି ନଜର ପକାଲେ ମାରମୁ ଲାଠି”ଏହି ନାରା ରେ ସବଡେଗା ଅଞ୍ଚଳ ପ୍ରକମ୍ପିତ ହେଉଥିଲା ।ଏହି ଅନଶନ ରେ ସଂଗ୍ରାମ ସମିତି ସଭାପତି ସରକାରଙ୍କ ମାରଣା ନୀତି ବିଷୟରେ ଅବଗତ କରାଇ ଥିବା ବେଳେ ଜୀବନ ଚାଲିଯିବ ପଛେ ଭିଟାମାଟି ଚାଡ଼ିବୁ ନାହିଁ ବୋଲି ଜନମତ ଶୁଣିବାକୁ ମିଳିଥିଲା ।ମାନନୀୟ ମୁଖ୍ୟମନ୍ତ୍ରୀ ଲୋକଙ୍କ ସରକାର କହୁଥିବା ବେଳେ ସୁନ୍ଦରଗଡ ସବଡେଗା ସହିତ ବାଲିଶଙ୍କରା ଆଦିବାସୀ ଅଞ୍ଚଳ ପାଇଁ ନିଜେ ଜଳ ସମ୍ପଦ ବିଭାଗ ଦାୟିତ୍ୱରେ ଥାଇ ଲୋକଙ୍କ ହିତରେ କାର୍ଯ୍ୟ କୁ ପ୍ରତ୍ୟାଖ୍ୟାନ କରିବା ଏକ ବଡ ପ୍ରଶ୍ନ? ଯୁଗି ଯୁଗେନ ବନ୍ଧ ଖାରଜ ନ କରିବା ପର୍ଯ୍ୟନ୍ତ ସଂଗ୍ରାମ ସମିତି ସହିତ ଲୋକେ ଆନ୍ଦୋଳନ ଆହୁରି ତୀବ୍ରତର କରିବା ପାଇଁ ସୂଚନା ଦେଇଛନ୍ତି। ସୁରକ୍ଷା କୁ ଆଖିଆଗରେ ରଖି ତଳସରା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିବା ଦେଖିବାକୁ ମିଳିଥିଲା ।

Related Posts

About The Author

Add Comment