ଯାଜପୁର: ବାଲି ମାଫିଆଙ୍କ କବଜାରେ ରୁଦ୍ରପୁର ପଂଚାୟତ ଉଚ୍ଚ ବିଦ୍ୟାଳୟ

Spread the love

ଯାଜପୁ, ୮/୭(ସନ୍ଧାନ ନିୟୁଜ) ସରକାର ଶିକ୍ଷା ବିଭାଗକୁ ଗୁରୁତ୍ୱ ଦେଉଛନ୍ତି । ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ପଦ୍ଧତି ଓ ବିଦ୍ୟାଳୟର ପରିସରକୁ ପରିସ୍କାର ପରିଚ୍ଛନ ରଖିବାକୁ ପରାମର୍ଶ ଏବଂ ସଚେତନ କରାଯାଉଛି । ବିଦ୍ୟାଳୟ ପରିସରରେ ଏବଂ ଏହାର ଚତୃପାଶ୍ୱର୍ରେ କୌଣସି କାର୍ଯ୍ୟକରାଯିବ ନାହିଁ ବୋଲି ନିମୟମ ରହିଛି । ବିଦ୍ୟାଳୟ ପରିସର ଏବେ ବାଲି ମାଫିଆଙ୍କ କବଳରେ । ଯାହାଫଳରେ ଯାତାୟତରେ ଛାତ୍ରଛାତ୍ରୀମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ହେଲେ ଅଭିଯୋଗ କଲେ କେହି ଏହାକୁ ଗୁରୁତ୍ୱ ଦେଉ ନଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ଯାଜପୁର ବ୍ଲକ ରୁଦ୍ରପୁର ପଂଚାୟତସ୍ଥ ରୁଦ୍ରପୁର ପଂଚାୟତ ଉଚ୍ଚ ବିଦ୍ୟାଳୟରେ । ଏହି ବିଦ୍ୟାଳୟ ସମ୍ମୁଖରେ ଏବଂ ଏହାର ଚାରିପାଖରେ କେତେକ ମୁଷ୍ଟିମେୟ ବାଲି ମାଫିଆ ମାନେ ବେଆଇନଭାବେ ନିକଟସ୍ଥ ବ୍ରାହ୍ମଣୀ ନଦୀରୁ ବାଲି ଉତୋଳନ କରି ଏଠାରେ ମହଜୁଦ ରଖୁଛନ୍ତି । ଏହି ବାଲିକୁ ଚଢା ଦରେ ବିକ୍ରୀ କରି ବେଶ ଦୁଇ ପଇସା ରୋଜଗାର କରିଥାନ୍ତି । ଏାଂରେ ବାଲି ମହଜୁଦ ରଖିବା ଫଳରେ ବିଦ୍ୟାଳୟକୁ ଆସୁ୍ଥିବା ଛାତ୍ରଛାତ୍ରୀ ତଥା ଶିକ୍ଷାକର୍ମଚାରୀ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ବାଲିମାଫିଆଙ୍କ ବିରୋଦ୍ଧରେ ମୁହଁ ଖୋଲିଲେ ଧମକ ମିଳୁଛି । ଏ ନେଇ ସ୍ଥାନୀୟ ଲୋକପ୍ରତିନିଧିଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳିବା ପରିବର୍ତେ ମାଫିଆଙ୍କୁ ସେମାନେ ପ୍ରୋତ୍ସାହ୍ନ ଦେଉଥିବା ଅଭିଯୋଗ ହୋଇଛି । ଏଭଳି ଘଟଣାକୁ ନେଇ ଜିଲାପାଳ ତୁରନ୍ତ ଦୃଷ୍ଟି ଦେଇ ବାଲିତ ମାଫିଆଙ୍କ ବିରୋଦ୍ଧରେ ଦୃଢକାର୍ଯ୍ୟାନୁଷ୍ଠାନ ନେବାକୁ ଅବିଭାବକ ମହଲରେ ଦାବି ହେଉଛି ।

Related Posts

About The Author

Add Comment