ଯାଜପୁର: ବାଥରୁମରେ ପଡି ଡିଏସପି ସୁନିଲ କୁମାର ଚୌଧୁରୀଙ୍କ ବିୟୋଗ

Spread the love
  • 4
    Shares

ଯାଜପୁର,୧୪/୬(ସନ୍ଧାନ ନିୟୁଜ୍/ମାନସ ରାଉତ)- ଯାଜପୁର ଜିଲା ବୈରୀ ତାନା ଅଧିନସ୍ଥ ବୈରୀ-ସୋଲର ରାଜ୍ୟ ପୁଲିସ ପ୍ରଶିକ୍ଷଣ କେନ୍ଦ୍ରର ଡିଏସପି ସୁନିଲ କୁମାର ଚୌଧୁରୀ(୫୮)ଙ୍କ ବୁୁଧବାର ଅକାଳ ବିୟୋଗ ସୂଚନା ମିଳିଛି । ବୁଧବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଶ୍ରୀ ଚୌଧୁରୀ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ଥିବା ତାଙ୍କ ଆବାସିକ ଘର ବାଥରୁମକୁ ଯିବା ସମୟରେ ତାଙ୍କର ଗୋଡ ଖସିଯାଇଥିଲା, ଫଳରେ ସେ ସେଠାରେ ଅଚେତ ହୋଇପଡିଥିଲେ । ନିକଟରେ ଥିବା ସହକର୍ମୀମାନେ ଖବରପାଇ ତାଙ୍କୁ ଅଚେତ ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ନେଇଯାଇଥିଲେ । ଚିକିସôିତ ହେଉଥିବା ଅବସ୍ଥାରେ ଆଜି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡିଏସପି ସ୍ୱର୍ଗତ ଚୌଧୁରୀଙ୍କ ଏପରି ଅକାଳ ବିୟୋଗରେ ପ୍ରଶିକ୍ଷଣ କେନ୍ଦ୍ରରେ ୋାକର ଛାୟା ଖେଳିଯାଇଛି ।

  • 4
    Shares

Related Posts

About The Author

Add Comment