ଯାଜପୁର: ନିର୍ମାଣଧିନ ସେତୁର ଉଭୟ ପାଶ୍ୱର୍ ସଂଯୋଗୀକରଣ ହୋଇନାହିଁ, ତଦନ୍ତ ଦାବୀ

Spread the love

ଯାଜପୁର, ୧୭/୬(ସନ୍ଧାନ ନିୟୁଜ୍/ମାନସ ରାଉତ) ଯାଜପୁର ଜିଲା ଡ୍ରେନେଜ ଡିଭିଜନ ଦ୍ୱାରା ଧର୍ମଶାଳା ବ୍ଳକ ଅନ୍ତର୍ଗତ କଂଟିଗଡିଆ ପାହାଡ ଠାରୁ କୁସୁନପୁର ପର୍ଯ୍ୟନ୍ତ ଯାଇଥିବା ନାଳ ଉପରେ ଏକ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଶେଷ ହୋଇଥିଲେ ହେଁ ଉଭୟ ପାଶ୍ୱର୍କୁ ସଂଯୋଗୀ କରଣ କରାଯାଇ ନାହିଁ । ଯ ଦ୍ୱାରା ସେ ଅଂଚଳର ଚାଷୀମାନେ ହଳ ବଳଦ, ଶଗଡଗାଡି ନେବା ସମ୍ଭବପର ହେଉ ନାହଁ । ପ୍ରକାଶ ଥାଉକି ଯେଉଁ ସେତୁ ନିାର୍ମଣ ହୋଇଛି ତାହା ଲୋକ ଦେଖାଣିଆ ଉଭୟ ପାଶ୍ୱର୍ର ଆପ୍ରୋଚ ରାସ୍ତା ପାଇଁ ଡ୍ରେନଜ ଡିଭିଜନର ନିର୍ବାହୀଯନ୍ତ୍ରୀ ଓ ସହକାରୀଯନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ତାଙ୍କର ଦୃଷ୍ଟି ପଡିନାହିଁ । ସେକାରୀ ଅର୍ଥକୁ ବିଭାଗୀୟ ଅଧିକାରୀ ମାନେ କେବଳ ତୋଷରପାତ ବ୍ୟତୀତ ତାଙ୍କର ଅନ୍ୟଚିନ୍ତା ନାହିଁ । ଉକ୍ତ ସେତୁ ଦ୍ୱାରା କଂଟିଗଡିଆ, ପାଇକେରାପୁର, ପିପଳିଡିହ, ନଛିପୁର, କୁସୁନପୁର, ବେଣାପୁର, ନରସିଂହପୁର, ପଟୁଣିଆ , ଜେମାଦେଇପୁର ଓ ରାଧାଦେଇପୁର ଗ୍ରାମର ହଜାର ହଜାର ଚାଷୀମାନେ ନିଜ ଜମି ଉପରେ ଫସଲ ଉତ୍ପାଦନ ପାଇଁ ନୋିର୍ଭର କରିଥାନ୍ତି । ଅଧିକନ୍ତୁ ନିର୍ମାଣଧିନ ସେତୁରେ ଚାଷୀମାନେ ଯାତାୟତ ନକରିବାରୁ ଚାଷୀକୂଳ ନିରାଶ ହୋଇଛନ୍ତି ବୋଲି ଚାଷୀକୂଳ ଅଧାରେ ରହିଛି । ଡ୍ରେନେଜ କାର୍ଯ୍ୟ ପାଇଁ କୋଟି କୋଟି ଅର୍ଥରାଶି ମଞ୍ଜୁର କରିଥଲେ ହେଁ ତାହା ଦୁର୍ନୀତିରେ ବୁଡି ରହିଛି ବୋଲି ସାଧାରଣରେ ଅଭିଯୋଗ ହେଅଛି । ସେତୁର ଉଭୟ ପାଶ୍ୱର୍କୁ ସଂଯୋଗ କରିବା ପାଇଁବିଭାଗୀୟମୁକ୍ୟ ଯନ୍ତ୍ରୀଙ୍କ ନିକଟରେ ଏ ଅଂଚଳର ଚାଷୀମାନେ ଦୃଢ ଦାବୀ କରିଛନ୍ତି ।

Related Posts

About The Author

Add Comment