ଯାଜପୁର ଜିଲ୍ଲା ରେ ବନ୍ୟା ସମୟରେ କଂଗ୍ରେସ ପକ୍ଷରୁ ରିଲିଫ ବଣ୍ଟନ ରେ ଅନିୟମିତତା

Spread the love

ଯାଜପୁର   ଗତ ଅଗଷ୍ଟ ମାସରେ ଯେଉଁ ଭଳି ପ୍ରବଳ ବର୍ଷା ହେବାରୁ ବୈତରଣୀ, ଖରସ୍ରୋତା, ବ୍ରାହ୍ମଣୀ ନଦୀରେ ଜଳସ୍ତର ବୃଦ୍ଧି ଘଟି ନଦୀ ବନ୍ଧ ଭାଙ୍ଗି ଯିବା ଦ୍ଵାରା ଦଶରଥପୁର, ବିଞ୍ଝାରପୁର, ବରୀ, ଧର୍ମଶାଳା, ରସୁଲପୁର, କୋରେଇ ଅଞ୍ଚଳରେ ପ୍ରବଳ ମାତ୍ରାରେ ଜଳ ପ୍ରବେଶ କରି ସଧାରଣ ଲୋକ ମାନଙ୍କ ଗୃହ ଭୁଶୁଡ଼ି ପଡ଼ିବା ସହିତ ଚାଷ ଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଥିଲା। ଜନସାଧାରଣ ଲୋକଙ୍କ ସେବା ପାଇଁ ଜାତୀୟ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ, ଜାରି ପାଲ ଯୋଗାଇ ଡିଆ ଯାଇଥିଲା, ଏହି ରିଲିଫ ଯୋଗାଇବାକୁ ଅଖିଳ ଭାରତ କଂଗ୍ରେସ,, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ନିର୍ଦ୍ଦେଶନାମା ଜିଲ୍ଲା କଂଗ୍ରେସ ସଭାପତି ଙ୍କ ପାଖକୁ ପଠାଇ ଥିଲେ। ସେ ନିର୍ଦ୍ଦେଶ ନାମାରେ ଉଲ୍ଲେଖ କରାଯାଇ ଥିଲା ଯେଉଁ ମାନଂକୁ ସାମଗ୍ରୀ ଦିଆଯିବ ସେମାନଙ୍କର ନାମ, ଆଧାର କାର୍ଡ, ଭୋଟ ପରିଚାୟ ପତ୍ରର ଫଟୋ ଉଠାଇ ବା ଦରକାର। ସମ୍ପୂର୍ଣ୍ଣ ବିବରଣୀ କୁ ପ୍ରଦେଶ କଂଗ୍ରେସ କମିଟି କୁ ପଠାଯିବ। ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ ବନ୍ୟା ସମୟରେ ଯାଜପୁର ଜିଲ୍ଲା କୁ ଆସି ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ପହଞ୍ଚି ଥିଲେ, ତାଙ୍କ ସହିତ ଯାଜପୁର ଜିଲ୍ଲା କଂଗ୍ରେସ ସଭାପତି ମାଗୁଣି ଜେନା, ଏବଂ କଂଗ୍ରେସ ନେତା ଓ କର୍ମୀ ମାନେ ପହଂଚି ଥିଲେ। ପ୍ରଦେଶ କଂଗ୍ରେସ ସଭାପତି ସେଠାରେ ଉପସ୍ଥିତ ଥିବା ଅସହାୟ ବ୍ୟକ୍ତି ମାନଂକୁ ଶୁଖିଲା ଖାଦ୍ୟ, ଶାଢ଼ୀ, ବଡ଼ ହରିପାଲ ପ୍ରାୟ ୬୦/୭୦ ଜଣକୁ ବଣ୍ଟନ କରିଥଲେ। ଏହା ପରେ କେତେକଙ୍କୁ ଶୁଖିଲା ଖାଦ୍ୟ ପଦାର୍ଥକୁ ଯୋଗାଇ ଡିଆ ଯାଇଥିଲା, ଅଧିକନ୍ତୁ ସେ କରି ପାଲ, ଶାଢ଼ୀ ଆଉ ବଣ୍ଟନ କରାଯାଇ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି, ଯଦି ରିଲିଫ ସାମଗ୍ରୀ କୁ ଏଭଳି ବନ୍ୟା ପ୍ରଭାବିତ ଲୋକ ମାନଂକୁ ଦିଆନଯାଇ ଥାଏ ତାହା କଣ ଜାତୀୟ କଂଗ୍ରେସ ର ଚିନ୍ତାଧାରା। ଏ ସମ୍ପର୍କରେ ପ୍ରଦେଶ କଂଗ୍ରେସ ସଭାପତି ଅନୁସନ୍ଧାନ କରି ତଥ୍ୟ ସଂଗ୍ରହ କରନ୍ତୁ ଏବଂପ୍ରକୃତ ଦୋଷୀ ମାନଂକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଉପସ୍ଥାପନ କରାଯାଇଛି।

Related Posts

About The Author

Add Comment