ଯାଜପୁର ସଦର, :୧୦/୬/୨୬ (ସନ୍ଧାନ ନ୍ୟୁଜ ) ଯାଜପୁର ଜିଲ୍ଲାରେ ବାରମ୍ଵାର କାଳବୈଶାଖୀ ତାଣ୍ଡବ ଲିଳା ରଚୁଥିବା ବେଳେ ୪ଟା ବାଜିଲା ବେଳକୁ ଉର୍ଗ ରୂପ ନେଉଛି ଯାହାକି କ୍ଷୟ କ୍ଷତି ଘଟିବା ସହିତ ବଜ୍ରାଘାତରେ ବିଭିନ୍ନ ବ୍ଲକ ଅଞ୍ଚଳରେ ବଜ୍ରାଘାତରେ ମୃତ୍ୟୁ ଘଟୁଥିବାର ସୂଚନା ମିଳିଛି । ଏଠାରେ ସୂଚନା ଯୋଗ୍ୟ ଯେ ମେ ମାସ ଠାରୁ ଆରମ୍ଭ କରି ଜୁନ୍ ୮ ତାରିଖ ପର୍ଯ୍ୟନ୍ତ କାଳ ବୈଶାଖୀର ତାଣ୍ଡବ ଲିଳା ହେବା ସହିତ ପବନ,ଘଡ଼ଘଡ଼ି ମାଡ଼ି ଆସିବାରୁ ଲୋକମାନେ ଭୟଭିତ ହେଉଥିବା ଦେଖିବାକୁ ମିଳୁଛି ବିଦ୍ୟୁତ କାଟ୍ ସାଙ୍ଗକୁ ଗୁଳଗୁଳିର ପ୍ରଭାବରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ଏହା ଆହୁରି ୬ ରୁ ୮ ଦିନ ଲାଗି ରହିବ ବୋଲି ପାଣିପାଗ ବିଶେଷଜ୍ଞ ମାନେ କହିଥିଲେ । ଏହି ଜିଲ୍ଲାରେ ଧନ ଜୀବନ କ୍ଷୟ କ୍ଷତି ଘଟିବା ସହିତ ପ୍ରଚଣ୍ଡ ଶବ୍ଦ କରି ବଜ୍ରା ଘାତ ହେବାରୁ ବୋହୁ ଜାଗାରେ ମୃତ୍ୟୁ ଘଟୁଥିବା ଜଣାଯାଇଛି । ଏହି ବିପଦରୁ ରକ୍ଷା ପାଇବା ପାଇଁ ଭଗବାନ ଭରଷା ବୋଲି ବୁଦ୍ଧିଜିବି ମାନେ କହୁଥିବା ବେଳେ ସତର୍କ ରହିବା ପାଇଁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଯାଜପୁର ଜିଲ୍ଲା କାଳବୈଶାଖୀରେ ବିଭିନ୍ନ ଜାଗାରେ କ୍ଷତି ଘଟିଛି
|
June 9, 2026 |



