ରସୁଲପୁର,୧୬/୪ (ସନ୍ଧାନ ନିୟୁଜ)ଯାଜପୁର ଜିଲା ହସ୍ତଶିଳ୍ପୀ ସଂଘ ପକ୍ଷରୁ ଶିଳ୍ପୀମାନଙ୍କର ପ୍ରଶିକ୍ଷିକା (ଏମସିଏମ)ମାନଙ୍କୁ ପରିଚୟପତ୍ର ଓ ପୋଷାକ ବଂଟନ କରାଯାଇଛି । ଏ ସଂପର୍କରେ ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ସ୍ଥିତ ଅଭିମନୁ୍ୟ ସାମନ୍ତ ସିଂହାର ଭବନରେ ରାଜ୍ୟସଭା ସାଂସଦ ତଥା ଶିଳ୍ପୀଗୁରୁ ରଘୁନାଥ ମହାପାତ୍ର ଜିଲା ସଂଘ ଉଦ୍ଘାଟନ ଉତ୍ସବରେ ଯୋଗଦେଇ ମହିଳା କାରିଗରମାନଙ୍କ ଉଦେଶ୍ୟରେ ଘୋଷଣା କରିଥିଲେ । କାରିଗରୀ କ୍ଷେତ୍ରରେ ମହିଳାମାନଙ୍କର ଅନନ୍ୟ ଅବଦାନ ରହିଛି । ଶ୍ରୀ ମହାପାତ୍ର ମାର୍ଚ୍ଚ ୩ ତାରିଖରେ ଅନୁଷ୍ଠିତ ଉତ୍ସବରେ ମହିଳାମାନଙ୍କୁ ଯଥା ସମ୍ମାନ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ । ସଂଘ ପକ୍ଷରୁ ଉକ୍ତ ପ୍ରତିଶ୍ରୃତିକୁ ପାଳନ ପୂର୍ବକ ଆଜି ଧର୍ମଶାଳା ବ୍ଲକ ଅନ୍ତର୍ଗତ କମାଗଡ ହିଙ୍ଗୁଳାପୀଠରେ ଦକ୍ଷ ମହିଳା କାରିଗର ଓ ପ୍ରଶିକ୍ଷକମାନଙ୍କୁ ୟୁନିଫର୍ମ ଓ ରିଚୟପତ୍ର ପ୍ରଦାନ କରାଯାଇଛି । ସଂଘର ସଭାପତି ପର୍ଶୁରାମ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବଂଟନ ମେଳାରେ ମୁଖ୍ୟ ଅତିଥି ଭାବରେ ସଂଘର ଅଧ୍ୟକ୍ଷ ଜାତୀୟ ପୁରସ୍କାରପ୍ରାପ୍ତ ପ୍ରସ୍ଥର ଶିଳ୍ପୀ ମହେଶ୍ୱର ଓଝା, ଦକ୍ଷ କାରିଗର ମନୋଜ ନାଥ, ବ୍ରହ୍ମାନନ୍ଦ ମହାରଣା, ସୁରେଶ ଗୁଇଁ, ପ୍ରଭାତ ରଂଜନ ମହାରଣା, ପ୍ରିୟନାଥ ଓଝା, ଅକ୍ଷୟ ଓଝା, ଅଶୋକ ମହାରଣା, ସଂଧ୍ୟାରାଣୀ ପଣ୍ଡା, ଲକ୍ଷ୍ମୀପ୍ରିୟା ମହାରଣା, ଖଗେଶ୍ୱର ମଲ୍ଲିକ, ଆଲୋକ ମହାନ୍ତି, ଛାୟା ରାଉତ, ସରସ୍ୱତୀ ଓଝା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଏଥିସହ କାରିଗର ଭାଗ୍ୟବତୀ ଓଝା, ଚଂଚଳା ମଲିକ, ନରେନ୍ଦ୍ର ସାହୁ, ଇତିଶ୍ରୀ ଗୁରୁ, ଶାନ୍ତିଲତା ବରାଳ ପ୍ରମୁଖ ବିବରଣୀ ପାଠା, ସ୍ୱାଗତ ଭାଷଣ, ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ମହିଳା କାରିଗର ପ୍ରଶିକ୍ଷିକା ଯୋଗଦେଇ ସମ୍ମାନିତ ହୋଇଥିଲେ ।
ଯାଜପୁର ଜିଲା ହସ୍ତଶିଳ୍ପୀ ସଂଘ ପକ୍ଷରୁ ପ୍ରଶିକ୍ଷିକାମାନଙ୍କ ପରିଚୟପତ୍ର ପୋଷାକ ବଂଟନ
|
April 16, 2019 |
