ରସୁଲପୁର,୯/୬(ସନ୍ଧାନ ନିୟୁଜ/ଗିତାଞ୍ଜଳୀ ପତି) ରସୁଲପୁର ବ୍ଲକ ଅଂଚଳରେ ଜଳଛାୟା ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହୋଇଛି । ଏ ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି । ଅଭିଯୋଗକୁ ଭିତ୍ତିକରି ସମ୍ବାଦରେ ବହୁବାର ସମ୍ବାଦ ପରିବେଶଣ କରାଯାଇଛି । ଉକ୍ତ ଖବର ପ୍ରସାରଣ ଓ ଅଭିଯୋଗକାରୀଙ୍କ ଅଭିଯୋଗକୁ ଭିତ୍ତିକରି ଜିଲା ଜଳଛାୟା ପ୍ରକଲ୍ପ ଅଧିକାରୀଙ୍କ ପକ୍ଷରୁ ଶୁକ୍ରବାର ଦିନ ତଦନ୍ତ କରାଯାଇଛି । ତଦନ୍ତ ସମୟରେ ଠିକାଦାରଙ୍କୁ ଗୁରୁତ୍ୱ ଦିଆଯାଇଛି । ଅଭିଯୋଗକାରୀଙ୍କୁ ଅଣଦେଖା କରାଯାଇଛି । ପ୍ରକଳ୍ପ ଅଧିକାରୀଙ୍କ ତଦନ୍ତ ପ୍ରକ୍ରିୟାକୁ ଏକ ପାଖିଆ ବୋଲି କୁହାଯାଉଛି । ବିଭାଗ ପକ୍ଷରୁ କରାଯାଇଥିବା ପ୍ରାରମ୍ଭିକ ତଦନ୍ତର ସ୍ୱଚ୍ଛାତା ପ୍ରତି ସାଧାରଣରେ ଅଙ୍ଗୁଳି ଉଠୁଛି । ବ୍ଲକ ଅଧିନରେ ବିଭାଗ ପକ୍ଷରୁ କରାଯାଇଥିôବା ସମସ୍ତ କାର୍ଯ୍ୟକୁ ଭିଜିଲାନ୍ସ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି ।
ଘଟଣାରୁ ପ୍ରକାଶ ଜଳଛାୟା ବିଭାଗ ପକ୍ଷରୁ ବିଭିନ୍ନ ପଂଚାୟତରେ ପୋଖରୀ ଖନନରେ ଚଂଚକତା ଅବଲମ୍ବନ କରାଯାଇଛି । ଏ ନେଇ ସ୍ଥାନୀୟ ଅଂଚଳର ଲୋକେ ନାନା ସମୟରେ ଜଳଛାୟା ପ୍ରକଳ୍ପ ଅଧିକାରୀ, ଯାଜପୁର ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ବିଭାଗ ପକ୍ଷରୁ ପ୍ରାଥମିକସ୍ତରରେ ତଦନ୍ତ ଆରମ୍ଭ ହୋଇଛି । ଜିଲା ଜଳଛାୟା ବିଭାଗର ପ୍ରକଳ୍ପ ଅଧିକାରୀ ରଞ୍ଜିତ ଦାସ ପ୍ରକଳ୍ପ ସ୍ଥଳଗୁଡିକୁ ଅନୁଧ୍ୟାନ କରି ଫେରି ଯାଇଛନ୍ତି । ପ୍ରକଳ୍ପ ଅଧିକାରୀ ଶ୍ରୀ ଦାସ ଶୁକ୍ରବାର ଦିନ ଏହି ବ୍ଲକର ରସୁଲପୁର ପଂଚାୟତ ସୁଆଁସାହି ଗ୍ରାମର ଏକ ଘରବାଡି ଜମିରେ ଖନନ ଅବସ୍ଥାରେ ଥିବା ପୋଖରୀ ଓ ଶ୍ରୀବନ୍ତପୁର ପଂଚାୟତ ଭଗୀରଥପୁର ଗାଁ ନିକଟସ୍ଥ ଛିଣ୍ଡା ଖରସ୍ରୋତା ନଦୀରେ ଗର୍ଭରେ ଥିବା ଆଉ ଏକ ପୋଖରୀସ୍ଥଳକୁ ସ୍ଥିତି ପରଖି ଫେରି ଯାଇଛନ୍ତି । ଏହାଛଡା ବ୍ଲକର ବିଭିନ୍ନ ସ୍ଥାନରେ ହେଉଥିବା ପୋଖରୀ ଖନନ ଓ ପୁରଣା ପୋଖରୀରୁ ହେଉଥିବା ପଙ୍କ ଉଦ୍ଧାରକୁ ନେଇ ଅନୁଧ୍ୟାନ କରାଯିବ ବୋଲି ଅଧିକାରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି । ପ୍ରକଳ୍ପ ସ୍ଥଳ ଅନୁଧ୍ୟାନ ସମୟରେ ରସୁଲପୁର ବ୍ଲକ ପ୍ରକଳ୍ପ ନିୟୋଜନ ଅଧିକାରୀ ଧୃବ ଚରଣ ପଣ୍ଡା ଉପସ୍ଥିତ ଥିଲେ । ଏ ଦିଗରେ ଜିଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଦାସ ବ୍ଲକ ପ୍ରକଳ୍ପ ନିୟୋଜନ ଅଧିକାରୀ ଶ୍ରୀ ପଣ୍ଡାଙ୍କୁ ପତ୍ର ଜରିଆରେ କୈଫତ ତଲବ କରିଛନ୍ତି । ପ୍ରକଳ୍ପ ପାଇଁ ଖୋଲା ଯାଇଥିôବା କେସ୍ ରେକର୍ଡପତ୍ର, ଜମିଜମା ସଂପର୍କିତ ପ୍ରମାଣପତ୍ର, ଖନନ ସ୍ଥଳର ମାନଚିତ୍ର, ଖନନ ଦାଇତ୍ୱରେ ଥିବା କମିଟିର ବୈଧତା ସଂପର୍କିତ କାଗପତ୍ର, ପ୍ରକଳ୍ପ ଗୁଡିକର ବୈଷୟିକ ଅନୁମତିପତ୍ର ଆଦି ଦାଖଲ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଆସନ୍ତା ସପ୍ତାହରେ ଏ ସମସ୍ତ କାଗଜପତ୍ର ଜିଲା ପ୍ରକଳ୍ପ ଅଧିକାରୀଙ୍କ ନିକଟରେ ଦାଖଲ କରିବା ସହ ବ୍ୟକ୍ତିଗତ ଭାବରେ ହାଜର ହେବା ପାଇଁ ବ୍ଲକ ଅଧିକାରୀ ଶ୍ରୀ ପଣ୍ଡାଙ୍କୁ କୁହାଯାଇଛି ।
ଯାଜପୁର: ଜଳଛାୟା ପ୍ରକଳ୍ପରେ ଦୁର୍ନୀତି, ଜିଲା ପ୍ରକଳ୍ପ ଅଧିକାରୀଙ୍କ ଏକ ପାଖିଆ ତଦନ୍ତ
|
June 10, 2018 |