ଯାଜପୁର: ଛାତ୍ରୀକୁ ଶିକ୍ଷକଙ୍କ ଅସଦାଚରଣ ଘଟଣା….. ୯ ଦିନ ବିତିଯାଇଥିଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଶୂନ

Spread the love
  • 3
    Shares

ଯାଜପୁର,(ସଂଧାନ ନିୟୁଜ/ମାନସ ରାଉତ):ବଡଚଣା ଥାନା ଅନ୍ତର୍ଗତ ବଡଘୁମୁରୀ ପଞ୍ଚାୟତର ଜନୈକ ସ୍କୁଲ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଘଟଣାକୁ ଇିତମଧ୍ୟରେ ୯ଦିନ ବିତିଯାଇଥିଲେ ସୁଧା ବଡଚଣା ପୋଲିସ ଅଭିଯୁକ୍ତର ଟେର ନପାଇବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ମୁତାବକ ଜୈନିକ ନାବାଳିକା ସ୍କୁଲ ଛାତ୍ରୀଙ୍କୁ ନୂଆଗାଁ ପ୍ରାଥମିକ ଉ.ପ୍ରା ବିଦ୍ୟାଳୟର ଶିକ୍ଷକ ନୃସିଂହଚରଣ ସାହୁ ବାରମ୍ବାର ପ୍ରେମ ନିବେଦନ କରିବା ସହ ଅଶ୍ଳିଳ ଇଙ୍ଗିତ ଦେଉଥିବା ଘଟଣାରେ ଛାତ୍ରୀ ଜଣଙ୍କ ପରିବାର ଆଗରେ ପ୍ରକାଶ କରିବା ପରେ ଏନେଇ ପରିବାର ପକ୍ଷରୁ ବଡଚଣା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ପରେ ବଡଚଣା ପୋଲିସ ପକ୍ଷରୁ ଏକ ୧୨୫/୧୮ରେ ଏକ ମାମଲା ରୁଜୁ କରି ସମ୍ପୁକ୍ତ ଶିକ୍ଷକଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ଏପରକି ଏହାକୁ ସମାଧାନ କରାଯିବାକୁ ଚେଷ୍ଟା ଚାଲିଥିଲା । ହେଲେ ଏହା ବିଫଳ ହେବାରୁ ଶିକ୍ଷକ ଜଣଙ୍କ ଫେରାର ହୋଇଯାଇଥିଲେ । ଏହା ଭିତରେ ଘଟଣକୁ ୯ଦିନ ପୂରଯାଇଥିଲେ ମଧ୍ୟ ପୋଲିସ ତାଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲେ ସୁଧା ସେଥିରେ ସଫଳ ହୋଇନାହିଁ । ଏହି ଘଟଣାରେ ରାଜନୌତିକ ଚାପ ପଡୁଥିବା ଯୋଗୁ ଗିରଫ କରାଯାଉନଥିବା ନେଇ ଅଭିଯୋଗ ଉଠିଛି । ଏହା ଉପରେ ବରିଷ୍ଠ ଅଧିକାରୀ ଦୃଷ୍ଟି ଦେଇ ସମ୍ପୁକ୍ତ ଶିକ୍ଷକଙ୍କୁ ଗିରଫ କରିବାକୁ ପରିବାର ବର୍ଗ ଦାବି କରିଛନ୍ତି । ତେବେ ଏହି ଘଟଣାରେ ବଡଚଣା ମଣ୍ଡଳ ଶିକ୍ଷାଧିକାରୀଣିଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ସୁଧା ବିଭାଗ ପକ୍ଷରୁ ଅଦ୍ୟବିଧି କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାପଡିଛି । ତୁରନ୍ତ ତାଙ୍କୁ ଚାକିରୀରୁ ବହିଷ୍କାର କରିବା ପାଇଁ ସାଧାରଣରେ ଦାବି ହେଉଛି ।

  • 3
    Shares

Related Posts

About The Author

Add Comment