ଯାଜପୁର: ଚଣ୍ଡିଖୋଲ ହେବ ଏନ୍‌.ଏ.ସି, ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା

Spread the love

ଭୁବନେଶ୍ୱର (ସନ୍ଧାନ ନିୟୁଜ) :  ଜିଲା ଚଣ୍ଡିଖୋଲରେ ଏକ ବିଜ୍ଞପିତ ଅଞ୍ଚଳ ଗଠନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏଥି ସକାଶେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଯାଜପୁର ଜିଲାପାଳଙ୍କୁ ଚିଠି ଲେଖାଯାଇ ତୁରନ୍ତ ଅବଶ୍ୟକ ନଥିପତ୍ର ଦାଖଲ ପାଇଁ ନିର୍ଦେଶ ଦିଆଯାଇଛି। ବିଭାଗର ଯୁଗ୍ମ ସଚିବ ଦୁର୍ଗାପ୍ରସାଦ ମହାପାତ୍ର ଗତ ୨୩ ତାରିଖରେ ଚିଠି ଲେଖି ୨୦୧୭ ନଭେମ୍ବର ୨୧ରେ ରାଜ୍ୟପାଳଙ୍କୁ ଦିଆଯାଇଥିବା ସ୍ମାରକପତ୍ରର ନକଲ ତୁରନ୍ତ ଦାଖଲ କରିବାକୁ ଆଦେଶ ଦେଇଛନ୍ତି। ଯାଜପୁରର ଦେବରଞ୍ଜନ ସ୍ୱାଇଁ ଓ ଅନ୍ୟମାନଙ୍କ ପକ୍ଷରୁ ରାଜ୍ୟପାଳଙ୍କୁ ଏହି ସ୍ମାରକପତ୍ର ଦିଆଯାଇ ଚଣ୍ଡିଖୋଲରେ ଏକ ଏନ୍‍ଏସି ଗଠନ ପାଇଁ ପଦକ୍ଷେପ ନେବାକୁ ନିବେଦନ କରାଯାଇଥିଲା। ଏତଦ୍‍ବ୍ୟତୀତ ଏ ଦିଗରେ ପଦକ୍ଷେପ ଗ୍ରହଣ ପାଇଁ ସରକାର ଜିଲାପାଳଙ୍କୁ ତଥ୍ୟ ଯୋଗାଇ ଦେବାକୁ ଫର୍ମ-ବି ମଧ୍ୟ ପଠାଇଛନ୍ତି। ଏହି ଫର୍ମରେ ଆବଶ୍ୟକ ତଥ୍ୟ ପ୍ରଦାନ କରିବାକୁ ବିଭାଗୀୟ ଯୁଗ୍ମ ସଚିବ ଦର୍ଶାଇଛନ୍ତି। ବିଶେଷ କରି ୨୨ଟି ତଥ୍ୟ ମଗାଯାଇଛି। ସେଥି ମଧ୍ୟରେ ୨୦୧୧ ଜନଗଣନା ମୁତାବକ ସ୍ଥାନୀୟ ଅଞ୍ଚଳର ଜନସଂଖ୍ୟା ୧୦ହଜାରରୁ କମ୍‍ ହୋଇନଥିବା ଅବଶ୍ୟକ ବୋଲି କୁହାଯାଇଛି।

Report Manas Kumar Rout

Related Posts

About The Author

Add Comment