ଧର୍ମଶାଳା,୧/୧/୨୦୨୦ (ସନ୍ଧାନ ନିୟୁଜ) ଯାଜପୁରର ଏମବିସି ଟିଭିର ଜିଲ୍ଲା ପ୍ରତିନିଧି ତଥା ସମାଜସେବୀ ଅନିରୁଦ୍ଧ ସମାନ୍ତରାୟଙ୍କ ହୃଦଘାତରେ ଗତକାଲି ରାତିରେ ପରଲୋକ ଘଟିଛି । ସେ ଗତକାଲି ଚଣ୍ଡିଖୋଲ ପୁସ୍ତକ ମେଳ ନିମନ୍ତେ ବୈଠକରେ ଯୋଗଦେଇ ଫେରିବା ପରେ ହୃଦଘାତରେ ପଡିଥିଲେ । ସଙ୍ଗେ ସଙ୍ଗେ ଗ୍ରାମବାସୀ ତାଙ୍କୁ ବଡଚଣା ଏବଂ ପରେ କଟକ ନେଉଥିବା ସମୟରେ ତାଙ୍କର ବିୟୋଗ ଘଟିଥିଲା । ଖବର ପାଇ ବହୁ ବିଶିଷ୍ଠ ଲୋକ ତାଙ୍କର ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ । ଆଜି ସକାଳୁ ତାଙ୍କର ମର ଶରୀରକୁ କର୍ମମାଟି ସୁଙ୍ଗୁଡା ଗ୍ରାମରୁ ଜନ୍ମମାଟି ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ଗ୍ରାମ ଏବଂ ଚଣ୍ଡିଖୋଲ ବଜାର ପରିକ୍ରମା କରିବା ପରେ ତାଙ୍କର ମୃତ ଦେହ କଟକସ୍ଥିତ ଏସସିବି ମେଡିକାଲ ଆନାଟୋମୀ ବିଭାଗକୁ ଦାନ କରାଯାଇଥିଲା । ବଡିର ଅଧ୍ୟକ୍ଷ ପ୍ରଭାତ ଆଚାର୍ଯ୍ୟ ପରିବାର ଏବଂ ଗ୍ରାମବାସୀଙ୍କ ଉପସ୍ଥିତରେ ମୃତ ଦେହ ଗ୍ରହଣ କରିଥିଲେ । ଏହି ଅବସରରେ ଏକ ଶୋକସଭା ସ୍ଥାନୀୟ ବୁଦ୍ଧମୂତ୍ତି ପରିସରରେ ଚଣ୍ଡିଖୋଲ ପ୍ରେସ କ୍ଲବ ସଭାପତି ପ୍ରଦୀପ୍ତ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମହେଶ୍ୱର ବଳ, ବେଣୁଧର ପଣ୍ଡା, ପ୍ରଦୀପ୍ତ ପୃଷ୍ଟି , ବସନ୍ତ ପଲେଇ, ସନ୍ଦୀପ ରାୟ, ମହେଶ୍ୱର ରାଉତ, ମାନସ କୁମାର ରାଉତ, ପ୍ରଶନ୍ନ ବିଶ୍ୱାଳ, ବିଶ୍ୱଜିତ ଖିଲାର, ଶିବରାମ ସାହୁ, ଅବଦୁଲ ରଜାକ, ମନ୍ମଥ ମହାରଣା, ଅବିନେଶ୍ୱର ଶତପଥୀ, ବିମଳ ପତି, ଚିନ୍ମୟ ନାୟକ ସମେତ ବହୁ ସାମ୍ବାଦିକ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ । ସେ ଯାଜପୁର ଜିଲ୍ଲା ଗ୍ରାମ ରୋଜଗାର ସେବକ ସଂଘର ଉପଦେଷ୍ଟା, ସନ୍ଦାନ ନିୟୁଜ ଏବଂ ଆମ ଐତିହର ଉପଦେଷ୍ଟା ଭାବେ ରହିଥିଲେ । ଏପରକି ଗରିବ ଲୋକଙ୍କୁ ଶତୀବସ୍ତ୍ର ବଂଟନ କରିବା, ନିୟମିତ ରକ୍ତ ଦାନ କରିବା, ସ୍ୱଚ୍ଛ ଭାରତ ଅଭିଯାନରେ ପାଇଖାନା ନିର୍ମାଣ କରାଇବା, ବନ୍ୟଜନ୍ମୁ ସୁରକ୍ଷା କରିବା, ବ୍ୟାପକ ଚାରା ରୋପଣ କରିବା, ସହିତ ଏହି ଅଂଚଳର ସମସ୍ତ ସଂଙ୍ଗଠନ ସହିତ ଜଡିତ ଥିଲେ । ଏପରକି ନିଜ ଦ୍ୱାରା ପ୍ରକାଶିତ ତୃତୀୟ ପାଦର ସମ୍ପାଦକ ଭାବେ ସମାଜ ପାଇଁ ବିଭିନ୍ନ ସମ୍ଭ ରଚନା କରିଥିଲେ । ସେ ଏକାଧାରା ଜଣେ ଗାଳ୍ପିକ ଭାବେ ମଧ୍ୟ ବିଭିନ୍ନ କାଳଜୟୀ ଗଳ୍ପ ରଚନା କରିଥିଲେ । ଜଣେ ସୁ ସାହିତି୍ୟକ ବାଗ୍ନୀ, ସମାଜସେବୀ, ସମ୍ବାଦିକ, ସଙ୍ଗଠକ, ଭାବେ ଏହି ଅଂଚଳରେ ବେଶ ପରିଚିତ ଲାଭ କରିବା ସହିତ ଜନସାଧରଣଙ୍କ ହୃଦୟରେ ସ୍ଥାନ ପାଇପାରିଥିଲେ । କଟକକୁ ବିଦାୟ ନେବା ବେଳେ ସମଗ୍ର ଅଂଚଳ ଲୋକରାଣ୍ୟ ହୋଇପଡିବା ସହିତ ଶୋକେରେ ବୁଡି ଯାଇଥିଲା ।
ଯାଜପୁରର ସମାଜସେବୀ ତଥା ସାମ୍ବାଦିକ ଅନିରୁଦ୍ଧ ସାମନ୍ତରାୟଙ୍କ ହୃଦଘାତରେ ପରଲୋକ
|
January 1, 2020 |
