ଯମଦ୍ୱରା ଚଣ୍ଡିଖୋଲ ଟ୍ରାଫିକ ଛକ: ଯୁବକଙ୍କ ଉପରେ ମାଡିଗଲା ଟ୍ରକ୍,ଉତ୍ୟକ୍ତ ଲୋକଙ୍କ ୨ ଘଂଟା ଧରି ରାଜପଥ ଅବରୋଧ

Spread the love

ଚଣ୍ଡିଖୋଲ, ୫/୯(ସନ୍ଧାନ ନିୟୁଜ)- ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଟ୍ରାଫିକ ପୋଷ୍ଟ ନିକଟରେ ବୁଧବାର ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଗଟିଛି । ଆଜି ସନ୍ଧ୍ୟା ପ୍ରାୟ ୪.୪୫ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଉକ୍ତ ଯୁବକ ଜଣକ ଏକ ବକ୍ସର ମୋଟର ସାଇକେଲରେ ଟ୍ରାଫିକ ପୋଷ୍ଟ ପାର ହେଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଓଡି୩୪ବି-୦୯୯୦ନଂ ୧୦ଚକିଆ ଟ୍ରକ ତାଙ୍କ ଉପରେ ସିଧାସଳଖ ମାଡିଯାଇ ଉକ୍ତ ଯୁବକଙ୍କୁ ୧୦୦ମିଟର ଆଗକୁ ଘୋଷାଡି ନେଇ ଯାଇଥିଲା । ଘଟଣା ସ୍ଥଳରେ ଯୁବକଙ୍କ ଶରୀର ଟିକିଟିକି ହୋଇଯିବା ସହ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଏହି ସମୟରେ ଟ୍ରାଫିକ ପୋଷ୍ଟରେ କୌଣସି ପୋଲିସ କର୍ମଚାରୀ ନଥିଲେ । ମୃତ ଯୁବକଙ୍କ ବାପା ଦୀର୍ଘଦିନ ହେବ ଚଣ୍ଡିଖୋଲ ବଜାରରେ ଏକ ହୋଟେଲ କରିଥିବା ଜଣାପଡିଛି । ତାଙ୍କ ଘର କେନ୍ଦ୍ରାପଡାର ବୋଲି ପୋଲିସ କହିଥିବା ବେଳେ କେହିକେହି ସ୍ଥାନୀୟ ଗୋପାଳପୁର ଗ୍ରାମର ଭିକାରୀଙ୍କ ପୁଅ ବୋଲି କହୁଛନ୍ତି ।

ତେବେ ଚଣ୍ଡିଖୋଲର ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏଠାରେ ଏକ ଟ୍ରାଫିକ ଥାନା ସ୍ଥାପିତ ହେବା ସହ ଏଠାରେ ଜଣେ ଟ୍ରାଫିକ ଇନସପେକ୍ଟର ଓ ଅନ୍ୟ କର୍ମଚାରୀ ମାନଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନେ ଅହରାତ୍ର ବଜାରରେ ଟ୍ରାଫିକ ନିୟନ୍ତ୍ରଣ ଓ ପରିଚାଳନା କରିବା କଥା ହେଲେ ପରିତାପର ବିଷୟ ନିଯୁକ୍ତ କର୍ମଚାରୀ ମାନେ ନିଜ କର୍ତବ୍ୟ ସଂପାଦନରେ ଅବହେଳା କରୁଥିବାରୁ ବାରମ୍ବାର ଏପରି ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଥରବା ଅଭିଯୋଗ ହେଉଛି ।ଅଗଷ୍ଟ ମାସ ୧୮ ତାରିଖ ଦିନ ଚଣ୍ଡିଖୋଲ ଛକ ମଝିରେ ଥିବା ଟ୍ରାଫିକ ପୋଷ୍ଟ ଉପରେ ଦୁର୍ଘଟଣା ଘଟି ଜଣେ ପୂର୍ବତନ ସମିତିସଭ୍ୟଙ୍କ ଶୋଚନୀୟ ମୃତ୍ୟୁ ଘଟିବା ପରେ ବୁଧବାର ଦିନ ଠିକ ସେହି ସ୍ଥାନରେ ପୁଣି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୂ ହୋଇଛି । ପୂର୍ବଥର ପରି ଏଥର ମଧ୍ୟ ଟ୍ରାଫିକ ପୋଲିସର ଅବହେଳା ପାଇଁ ଏହି ଦୁର୍ଘଟଣା ଘଟିଥିବା ଲୋକେ ଅଭିଯୋଗ କରିଛନ୍ତି । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ଦୀର୍ଘ ୨ ଘଂଟା ଧରି ଜାତୀୟ ରାଜପଥକୁ ଅବରୋଧ କରିବା ସହିତ ଟ୍ରାପିକ ପୋଷ୍ଟ ନିକଟରେ ଟାୟାର ଜାଳି ଜାତୀୟ ରାଜପଥକୁ ଅବରୋଧ କରି ରଖିଥିଲେ । ନିଯୁକ୍ତ ଟ୍ରାଫିକ ପୋଲିସ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଓ ଟ୍ରାଫିକ ପରିଚାଳନାକୁ ସୁସଙ୍ଗତ କରିବା ସହ ମୃତ୍ୟୁ ବରଣ କରିଥିବା ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଦାବୀ କରିଛନ୍ତି । ବଡଚଣା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ଘଟଣା ସ୍ଥଳରେ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ମୃତ ଦେହକୁ ବ୍ୟବଛେଦ ପାଇଁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ପରେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୋଲିସ ଜବତ କରିଛି ।

Report By M ROUT

Related Posts

About The Author

Add Comment