ମୟୂରଭଞ୍ଜ ପ୍ରଶାସନ ପକ୍ଷରୁ ପ୍ଲାଜମା ଦାନ କରିଥିବା କୋଭିଡ ଯୋଦ୍ଧାଙ୍କୁ ସମ୍ବନ୍ଧନା

Spread the love

ବାରିପଦା, ୨/୯/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା)-ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ପରାମର୍ଶକ୍ରମେ କୋଭିଡ ଆକ୍ରାନ୍ତ ଜଟିଳ ରୋଗୀମାନଙ୍କ ପାଇଁ ପ୍ଲାଜମା ଥେରାପି ଚିକିତ୍ସା ବ୍ୟବସ୍ଥାକୁ ବିଶେଷ ଗୁରୁତ୍ବ ଦେଇ ଏହାର ପ୍ରଚାର ପ୍ରସାର ସଚେତନତା ପାଇଁ କାର୍ଯ୍ୟକ୍ରମକୁ ତ୍ବରାନିତ କରାଯାଉଛି । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାରେ ପ୍ଲାଜମା ଥେରାପି ଚିକିତ୍ସା ପାଇଁ ପ୍ଲାଜମା ସଂଗ୍ରହ କାର୍ଯ୍ୟକ୍ରମରେ ୱେଚ୍ଛାକୃତ ଭାବରେ ପ୍ଲାଜମା ଦାନ କରିଥିବା ରାସଗୋବିନ୍ଦପୁର‌ ବ୍ଲକ ଝାଟିଅଡା ଗ୍ରାମର ହରେକୃଷ୍ଣ ଦଳେଇଙ୍କୁ ଶୁକ୍ରବାର ଏଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ସହ ପ୍ଲାଜମା ଦାନ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଥିବାରୁ ତାଙ୍କୁ ସାଧୁବାଦ ଜଣାଇବା ସହିତ ଅନ୍ୟମାନଙ୍କୁ ମଧ୍ୟ ଏ ଦିଗରେ ପ୍ରସାହିତ କରିବା ପାଇଁ ପରାର୍ମଶ ଦେଇଛନ୍ତି । ତସହିତ ସ୍ଥାନୀୟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ଲାଜମା ସଂଗ୍ରହ ଦାୟିତ୍ବରେ ଥିବା ଡାକ୍ତର ସିଦ୍ଧାର୍ଥ‌ ଦାସଙ୍କୁ ମଧ୍ୟ ତାଙ୍କ ଦାୟିତ୍ବ ତଥା କର୍ତ୍ତବ୍ୟ ନିଷ୍ଠା ପାଇଁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଛନ୍ତି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ବାସ୍ଥ୍ୟ ଅଧିକାରୀ ଡା, ରୂପଭାନୁ ମିଶ୍ର, ଜିଲ୍ଲା କୋଭିକ୍ଟ-୧୯ ନୋଡାଲ ଅଫିସର ତଥା ବାରିପଦା ସମନିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବସନ୍ତ କୁମାର ସେଠୀ, ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧ୍ଵରୀ ରବିନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ପ୍ଲାଜମାଦାତାଙ୍କୁ ଉତ୍ସାହିତ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୪ ଜଣ ପ୍ଲାଜମା ଦାନ କରିଥିବା ବେଳେ ଆଗାମୀ ଦିନରେ କୋଭିଡ ସୁସ୍ଥ ଓ ଯୋଗ୍ୟ ବ୍ୟକ୍ତିଙ୍କଠାରୁ ପ୍ଲାଜମା ଦାନ କରାଯିବା ପାଇଁ ବିହିତ ପଦକ୍ଷେପ ଜିଲ୍ଲା ପ୍ରସାଶନ ପକ୍ଷରୁ ଗ୍ରହଣ କରାଯାଇଛି ।

Related Posts

About The Author

Add Comment