ମୋ ଅନୁଷ୍ଠାନ ସାହିତ୍ୟ ସଂସଦକୁ ସହାୟତାର ହାତ ବଢାଇଲେ ଖଇରା ତହସିଲ କର୍ମଚାରୀ

Spread the love

ବାଲେଶ୍ବର, 13/08 (ସନ୍ଧାନ ନିଉଜ) ଗଦ୍ଯ ସାହିତ୍ୟର ଉନ୍ନତି ମୋ ଅନୁଷ୍ଠାନର ଲକ୍ଷ୍ୟ । ଏଥିପାଇଁ ଆଜିର ସମାଜରେ କବି କବୟିତ୍ରୀ ମାନଙ୍କ ଠାରୁ ଧିରେ ଧିରେ ଦୂରେଇ ଯାଉଥିବା ଗଦ୍ଯ ସାହିତ୍ୟକୁ ନିକଟତର କରିବା ତଥା ଗଦ୍ଯ ସାହିତ୍ୟର ବିକାଶ ପାଇଁ ବାଲେଶ୍ଵର ଜିଲ୍ଲା ଖଇରା ଠାରେ ୨୦୧୯ ମସିହାରେ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ସମ୍ପାଦନାରେ ଗଢିଉଠିଥିବା ” ମୋ ଅନୁଷ୍ଠାନ ” ସାହିତ୍ୟ ସଂସଦ ପ୍ରତି ମାସରେ ହ୍ଵାଟ୍ସଆପ୍ ମାଧ୍ୟମରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଜାରି ରଖିଛି । ଏଥିରେ ମୁଖ୍ୟତଃ ଗଳ୍ପ, ପ୍ରବନ୍ଧ ଓ ବିଶ୍ଲେଷଣାତ୍ମକ ଆଲୋଚନା ଉପରେ ଗୁରୁତ୍ୱ ଦିଆଯାଉଛି । ସାରା ଓଡ଼ିଶାର କବି,କବୟିତ୍ରୀ, ଲେଖକ ଓ ଲେଖିକା ମାନଙ୍କୁ ନେଇ ଗୋଟିଏ ପରେ ଗୋଟିଏ ପର୍ଯ୍ଯାୟ ଅତିକ୍ରମ କରି ୧୦ମ ପର୍ଯ୍ଯାୟରେ ପହଞ୍ଚିଛି ଅନୁଷ୍ଠାନ । ଏହି ଉପଲକ୍ଷେ ଆୟୋଜିତ ୧୦ମ ପର୍ଯ୍ଯାୟ ଗଳ୍ପ-” ଦୁଃଖ ଦେଇଗଲ ଦରଦୀ ବନ୍ଧୁ “ର ଫଳାଫଳ ଗତକାଲି ଘୋଷିତ ହୋଇଯାଇଛି । ଏହି ରାଜ୍ୟ ସ୍ତରୀୟ ଗଳ୍ପ ଓ ପ୍ରବନ୍ଧ ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ମୋଟ ୨୭ ଜଣ କବି କବୟିତ୍ରୀ ଭାଗନେଇ ଖୁବ୍ ସୁନ୍ଦର ଭାବରେ ଗଳ୍ପ ରଚନା କରିଥିଲେ । ସେମାନଙ୍କ ଲେଖାଗୁଡିକୁ ସମୀକ୍ଷା ମଣ୍ଡଳୀ ସମୀକ୍ଷା କଲାପରେ ପୁନର୍ବାର ମୁଖ୍ୟ-ସମୀକ୍ଷକ ନାରାୟଣ ଚନ୍ଦ୍ର ସେନାପତି ସେଗୁଡିକୁ ସମୀକ୍ଷା କରି ଫଳାଫଳ ଘୋଷଣା ପାଇଁ ଅନୁଷ୍ଠାନକୁ ଅଵଗତ କରାଇଥିଲେ, ଯାହାଦ୍ୱାରା ଅନୁଷ୍ଠାନ ଫଳାଫଳ ଘୋଷଣା କରିଥିଲା । ସେଥିମଧ୍ୟରୁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଓରାଳି ବୃନ୍ଦାବନ ଚନ୍ଦ୍ର ଉ.ପ୍ରା. ବିଦ୍ଯାଳୟର ଶିକ୍ଷୟିତ୍ରୀ ତଥା ସୁଲେଖିକା ହାସ୍ଯମୟୀ ରାଜ୍ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ପାଲଟିଛନ୍ତି । ଯାଜପୁର ଜିଲ୍ଲା ମଙ୍ଗଳପୁରର ସୁଲେଖିକା ଓ ସୁ-ଗୃହିଣୀ ସରସ୍ବତୀ ପଣ୍ଡା ଏବଂ ଜଗତସିଂହପୁର ଜିଲ୍ଲାର ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଦାଶ ୨ୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ପୁରୀ ଆକାଶବାଣୀ କେନ୍ଦ୍ରର ଉପସ୍ଥାପିକା ଜୟଶ୍ରୀ ମୁଦ୍ରା ଓ କୋରାପୁଟର ଶୋଭାଗିନୀ ନନ୍ଦ ୩ୟ ସ୍ଥାନ ଅଧିକାର କରି ଅନୁଷ୍ଠାନର ଶୋଭା ବଢାଇ ଥିବାରୁ ମୋ ଅନୁଷ୍ଠାନ ତରଫରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ୧୦ମ ପର୍ଯ୍ଯାୟ ଫଳାଫଳ ଘୋଷଣାରୁ ସାରସ୍ବତ ସାଧକ/ସାଧିକା ମାନଙ୍କର ଗଦ୍ଯ ସାହିତ୍ୟ ପ୍ରତି ବିଶେଷ ଆଗ୍ରହ ସୃଷ୍ଟି ହେଉଥିବାର ପରିଲକ୍ଷିତ ହୋଇଛି । ଏଥିସହିତ ନୂତନ ସ୍ରଷ୍ଟା ମଧ୍ୟ ସୃଷ୍ଟି  ହୋଇପାରିଛନ୍ତି । ଏଥିପାଇଁ ଅନୁଷ୍ଠାନକୁ ବିଭିନ୍ନ ସ୍ଥାନରୁ ପ୍ରଶଂସାର ସୁଅ ଛୁଟି ଆସୁଥିବା ବେଳେ ମୁଖ୍ୟ-ସମୀକ୍ଷକଙ୍କ ଅକ୍ଳାନ୍ତ ପରିଶ୍ରମ ଓ ସେବା ମନୋବୃତ୍ତି ପାଇଁ ଅନୁଷ୍ଠାନ ଆଗକୁ ଆଗକୁ ଉନ୍ନତି କରିଚାଲି ଥିବାରୁ ସାରା ରାଜ୍ୟରୁ ଶ୍ରୀ ସେନାପତିଙ୍କ ପାଖକୁ ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା ପ୍ରତି ମୁହୂର୍ତ୍ତରେ ଛୁଟିଆସିବାରେ ଲାଗିଛି ।   ସାହିତ୍ୟକୁ ଭଲ ପାଉଥିବା ବାଲେଶ୍ଵର ଜିଲ୍ଲା ଖଇରା ତହସିଲର ଡାଟା ଏଣ୍ଟ୍ରି ଅପରେଟର କର୍ମଚାରୀ(ଡିଇଓ) ମନୋରଞ୍ଜନ ଜେନା ଏହି କାର୍ଯ୍ୟକ୍ରମରେ ଖୁସି ହୋଇ ୧ମ,୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ଖୁସିରେ ୫୦୦ଟଙ୍କା ପ୍ରଦାନ କରିଛନ୍ତି । ଶ୍ରୀ ଜେନା ଜଣେ ଅନୁଷ୍ଠାନ ପ୍ରେମୀ,ସାହିତ୍ୟ ପ୍ରେମୀ,ସୁ-କର୍ମଚାରୀ, ମେଳାପୀ, ମିଷ୍ଠଭାସି ଏବଂ ସ୍ଥାନୀୟ ଅଞ୍ଚଳର ଜଣେ ଜଣାଶୁଣା ,ପରିଚିତ, ପରୋପକାରୀ, ସଚ୍ଚୋଟ ଓ ଧାର୍ମିକ ସମାଜସେବୀ ବ୍ଯକ୍ତି ଅଟନ୍ତି ।ଗଦ୍ଯ ସାହିତ୍ୟର ବିକାଶ କିପରି ଆହୁରି ଆଗକୁ ଆଗେଇ ପାରିବ ସେଥିପାଇଁ ଶ୍ରୀ ଜେନା ସମସ୍ତ ଅଂଶ ଗ୍ରହଣକାରୀ ମାନଙ୍କୁ ପ୍ରେରଣା ମଧ୍ୟ ଦେଇଛନ୍ତି ।ଶେଷରେ ଗଦ୍ଯ ସାହିତ୍ୟକୁ ଭଲ ପାଉଥିବା ଶ୍ରୀ ଜେନା ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଏବଂ ମୁଖ୍ୟ ସମୀକ୍ଷକ ନାରାୟଣ ଚନ୍ଦ୍ର ସେନାପତିଙ୍କର ଏଭଳି ପ୍ରୟାସ ସର୍ବଦା ଜାରି ରହୁ , ଗଦ୍ଯ ସାହିତ୍ୟର ଉନ୍ନତି ଆହୁରି ଆଗକୁ ଯାଉ,ଅନୁଷ୍ଠାନ ଦେଶବିଦେଶରେ ପରିଚିତ ହେଉ ବୋଲି କହି ପ୍ରଶଂସା କରିଥିଲେ । ଶ୍ରୀ ଜେନାଙ୍କ ଅକୁଣ୍ଠିତ ସହାୟତାକୁ ମୋ ଅନୁଷ୍ଠାନ ପରିବାର ସାଦରେ ଗ୍ରହଣ କରିଛି ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା କହିଛନ୍ତି ।

ବାଲେଶ୍ବରରୁ ଲିଙ୍ଗରାଜ ପଣ୍ଡା ରିପୋର୍ଟ

 

Related Posts

About The Author

Add Comment