ମେଲାମୁକୁଳା ସେରଗଡ଼ ଟୋଲଗେଟ୍

Spread the love

ବାହାନଗା, 15.12.2020 (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା); ବେଆଇନ ଗୋଚାଲାଣ ପାଇଁ ୧୬ ନମ୍ବର ଜାତୀୟ ରାଜପଥ ବେପାରୀଙ୍କ ଚରାଭୂଇଁ ପାଲଟିଛି ଦୈନିକ ଗୋରୁ ବୋଝେଇ ଗାଡ଼ି ଧରା ପଡ଼ିଥିଲେବି ଗୋଚାଲାଣ ଥମିବା ପରିବର୍ତ୍ତେ ବଢିଚାଲିଛି । ବିଶେଷ କରି ଭଦ୍ରକରୁ ବ୍ୟଲାଦେଶ ଭାୟା ପଶ୍ଚିମବଙ୍ଗ ଦେଇ ହଜାର ହଜାର ସଂଖ୍ୟାରେଗୋଚାଲାଣ ହେଉଛି । ବେପାରୀମାନେ ଜାତୀୟ ରାଜପଥକୁ ଗୋଚାଲାଣ ପାଇଁ ନିଜର ସୁରକ୍ଷିତକରିଡ଼ର କରିନେଇଛନ୍ତି। ଆଜି ଭାର ସମୟରେ ସେରଗଡ଼ଟୋଲଗେଟ୍ ନିକଟରେ ଖନ୍ତାପଡ଼ା ପୁଲିସ ତରଫରୁ ପେଟ୍ରୋଲିଂ ଚାଲିଥିଲା । ଭଦ୍ରକ ଆଡୁ ବାଲେଶ୍ୱର ଅଭିମୁଖେ ଏକ ପିକଅପ୍(ଓଆର- 04ଜି – 6255) ଦୁତ ବେଗରେ ଯାଉଥିଲା ।ସନ୍ଦେହ ହେବାରୁ ଥାନା ଏଏସଆଇ ବିଶ୍ଵନାଥ ପଣ୍ଡା ସଦଳବଳେ ପିକଅପୂର ପିଛାକରିଟୋଲଗେଟ୍ ନିକଟରେ ଅଟକାଇ ଯାଞ୍ଚ କରିଥିଲେ। ଗାଡ଼ିରେ ଅମାନୁଷିକ ଭାବେଖୁନ୍ଦାଖୁନ୍ଦି ହୋଇ ଗୋଚାଲାଣ ହେଉଥିବାର ଦେଖାଯାଇଥିଲା। ତୁରନ୍ତ ଗୋରୁ ବୋଝେଇ ଗାଡ଼ିକୁ ଥାନାକୁ ନିଆଯିବା ସହିତ ଗୋଚାଲାଣ ଅଭିଯୋଗରେ ଡ୍ରାଇଭର ସେକ୍‌ ଆରିଫ(୨୨)କୁ ଗିରଫ କରାଯାଇଥିଲା । ପିକଅପ୍ ୧୭ଟି ଗୋରୁ ଉଦ୍ଧାର କରାଯାଇ ବାମପଦାସ୍ଥିତ ମା’ ଭାରତୀ ଗୋସେବା କେନ୍ଦ୍ରରେ ଜିମା ଦିଆଯାଇଥିଲା । ଏ ନେଇ ଖନ୍ତାପଡ଼ା ଥାନାରେ ଏଏସଆଇ ହୃଦୟମାଧବ ଦାସପଟ୍ଟନାୟକ ୩୯୪|୨୦ ନମ୍ବରରେ ଏକ ମାମଲା ରୁଜୁ କରି ଡ୍ରାଇଭରଙ୍କୁ କୋର୍ଟ ଚାଲାଣ କରାଯାଇଛି।

Related Posts

About The Author

Add Comment