ମେମାସ ପ୍ରଚଣ୍ଡ ଖରାର ତାପକୁ ପୁଣି ବିଜୁଳି କାଟ ଜନତା ଛଟପଟ

Spread the love

ସୁନ୍ଦରଗଡ ତା:୨୧/୫/୨୦୨୫ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ) ତଳସରା ନିର୍ବାଚନ ମଣ୍ଡଳୀରେ ବର୍ଷାର ସୁଅ ନ ଆସୁଣୁ ବିଜୁଳି କାଟ ର ସୁଅ ଆରମ୍ଭ ହେବାରେ ଲାଗିଛି ।ସବଡେଗା ବିଦ୍ୟୁତ ସବ ଷ୍ଟେସନ ଅନ୍ତର୍ଗତ ଭୂଖନ ପଡ଼ା, ତୁମଲିଆ, ସାପ ଡଗର, ପତେଇମୁଣ୍ଡା, ତଲସରା, ରେଙ୍ଗାଲି, ରାଉଲଡେଗା ଇତ୍ୟାଦି ଅଞ୍ଚଳ ରେ ସବୁ ସମୟ ରେ ବିଦ୍ୟୁତ କାଟ ର ଅବସ୍ଥା ସର୍ବ ସାଧାରଣ ରେ ଚିନ୍ତା ର ବିଷୟ ପାଲଟିଛି l ବିଦ୍ୟୁତ କାଟ ଯୋଗୁଁ ଅନେକ ସମୟ ଧରି ଅନ୍ଧାର ରେ ରହୁଛନ୍ତି ଲୋକେ l ଖରା ଦିନ ହୋଇଥିବା ରୁ ଲୋକେ ଦିନରେ ଖରାର ତାତିରେ ହଇରାଣ ହେଉଛନ୍ତି କିନ୍ତୁ ରାତି ରେ ଗୁଳୁଗୁଳି ରେ ଲୋକେ ହଇରାଣ ହେଉଥିବା ର ଦେଖିବାକୁ ମିଳିଛି l ତା ସହିତ ବର୍ଷା ସମୟ ହେତୁ ଅନେକ ସମୟ ରେ ବିଷଧର ସରିଶୃପଙ୍କ ଭୟ ଲାଗିରହିବା ସହିତ ପାଥପଢାରେ ବିଶେଷ ଅସୁବିଧା ଦେଖିବାକୁ ମିଳିଛି ।ଆଦିବାସୀ ଅଂଚଳ ହେବା କାରଣରୁ ସନ୍ଧ୍ୟା ସମୟ ରୁ ବିଶେଷ କରି ହାତୀମାନଙ୍କ ଭୟ ରହିଛି ।ମାସ ନ ପୂରୁଣୁ ବିଦ୍ୟୁତ ବିଲ ପାଇଁ ବିଦ୍ୟୁତ କର୍ମଚାରୀ ଘର ଘର ବୁଲି ବିଦ୍ୟୁତ ବିଲ ଆଦାୟ କରି ନେଉଛନ୍ତି କିନ୍ତୁ ଘର ଘର ବୁଲି ବିଦ୍ୟୁତ କାହା ଘରେ ଜଳୁଛି କି ନାହିଁ ତାହା ତାଙ୍କ ନଜର ରେ ନାହିଁ l କେଉଁ ଦିଗ ରୁ କିଛି ସମୟ ପବନ ଅଳ୍ପ ମାରିଦେଲେ ବିଦ୍ୟୁତ କାଟି ଦେଉଥିବା ଅନେକ ସମୟରେ ଚିନ୍ତା ବଢ଼ାଇଛି l ସୂଚନା ଅନୁସାରେ ଲୋକେ ବିଦ୍ୟୁତ ଚୋରି କରିବା ସହିତ ବେଆଇନ ଭାବେ ଛୋଟ ବଡ଼ ମେସିନ ଚଳାଉଥିବା ବାରମ୍ବାର ଅଭିଯୋଗ ଆସୁଥିଲେ ମଧ୍ୟ ଏହାର ତଦାରଖ ନ ହେବା ପ୍ରଶ୍ନ ଘେରରେ ରହିଛି । ଏଥି ପ୍ରତି ଅଧିକ ରୁ ଅଧିକ ବିଦ୍ୟୁତ ବିଭାଗ ର ନଜର ରଖି ଠିକ ସମୟ ରେ ଠିକ କାମ କରିବା ପାଇଁ ଜନ ସାଧାରଣରେ ଦାବି କରିଛନ୍ତି l

Related Posts

About The Author

Add Comment