ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଦେଇ ଏଆଇଏଡିଏମ୍କେର ବିଧାୟକ ଗିରଫ
ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଦେଇ ଏଆଇଏଡିଏମ୍କେର ବିଧାୟକ ଗିରଫ
Sandhan News |
September 23, 2018 |
ଚେନ୍ନାଇ, ୨୩/୯(ସନ୍ଧାନ ନିୟୁଜ) : ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଇ ପାଲାନିସ୍ୱାମୀଙ୍କୁ ଗାଳି ଦେଇ ଶାସକ ଏଆଇଏଡିଏମ୍କେର ବିଧାୟକ କରୁଣାସଙ୍କୁ ପୁଲିସ ଗିରଫ କରିଛି। ଜେଲ୍ରେ ଥିôବା ଏଆଇଏଡିଏମ୍କେ ନେତ୍ରୀ ଶଶିକଳାଙ୍କ ସେ ଜଣେ ବଡ଼ ସମର୍ଥକ। ତାଙ୍କ ବିରୋଧରେ ସାମ୍ପ୍ରଦାୟିକତା ଓ ଉତ୍ତେଜନା ସୃଷ୍ଟି ପାଇଁ ଉସ୍କାଇବା ଏବଂ ଅପରାଧିକ ଷଡ଼ଯନ୍ତ୍ର ରଚନା କରିବା ଭଳି ଗୁରୁତର ମାମଲା ରୁଜୁ ହୋଇଛି।
ଗତ ୧୬ ତାରିଖରେ ମୁକୁଲାଥର ପୁଲି ପଡ଼ାଠାରେ ଆୟୋଜିତ ଏକ ସଭାରେ କରୁଣାସ ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀ, ପୁଲିସ ଓ କେତେକ ଗଣମାଧ୍ୟମ ସଂସ୍ଥା ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ଆସିଥିଲା। କିଛି ଦିନ ପରେ ସେ ତାଙ୍କ ମନ୍ତବ୍ୟ ପାଇଁ ଦୁଃଖପ୍ରକାଶ କରିଥିଲେ। କିନ୍ତୁ ପୁଲିସ ରବିବାର ସକାଳୁ ତାଙ୍କୁ ଗିରଫ କରିଛି। ଏ ସମ୍ପର୍କରେ ତାମିଲନାଡ଼ୁ ବିଧାନସଭାର ବାଚସ୍ପତିଙ୍କୁ ସୂଚିତ କରାଯାଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଅପରପକ୍ଷରେ ପ୍ରଚଳିତ ବିଧିବ୍ୟବସ୍ଥା ଅନୁଯାୟୀ ସେ ମାମଲାର ସାମ୍ନା କରିବେ ବୋଲି କରୁଣାସ କହିଛନ୍ତି।
Related Posts
About The Author