
ଲିଙ୍ଗରାଜ ପଣ୍ଡା
ଜଗତରେ ମୁହିଁ କବି ବୋଲାଉଛି
ଦୋଷ ନାହିଁ ଦେବ ମୋତେ
ନିନ୍ଦା ହାନି ଲାଭ ପାପ ପରମାଦ
ପୂରି ରହିଛି ଜଗତେ || ୧ ||
ଅତି ଅତ୍ୟାଚାର ଏ ମାୟା ସଂସାର
କେଉଁ ରୁପେ ନେବି ଦିନ
ପିଣ୍ଡ ବ୍ରହ୍ମାଣ୍ଡରେ ସକଳ ଠାବରେ
ଛନ୍ଦିଅଛି ତିନି ଗୁଣ || ୨ ||
ରଞ୍ଜନା ଦେଖାଇ ପାଞ୍ଚନା କରାଇ
କରାଉଛି ଖଳବଳ
ଭବସିନ୍ଧୁ ଭାବସିନ୍ଧୁ ଦୁଇ ମିଶି
ପୂରି ରହିଅଛି ଜଳ || ୩ ||
ତହିଁର ଭିତରେ ଛାଡି ଦେଇଅଛି
ଏ ଜୀବକୁ ପିଣ୍ଡ ଦେଇ
ପାତକ ଲଗାଇ ଦୋଷ ନାହିଁ ଦେବା
ଅନ୍ତର୍ଗତେ ଥିବ ଚାହିଁ || ୪ ||
ଅନାଥ ଜୀବଟି ବୁଲୁଛି ସଂସାରେ
ନ ଜାଣଇ କିଛି କଥା
କେତେ ମିଛ କେତେ ପାପ ହେଉଅଛି
ପ୍ରଭୁ ଜାଣନ୍ତି ଏ କଥା || ୫ ||
ଯେଉଁ ଦିନୁ ଜାତ କରି ଅଛନ୍ତିତ
ରବିତଳେ ମହାଶୂନ୍ୟ
ଚାରୁଯୁଗ ମୋତେ ନିଦ୍ରା ଗଲାପରି
ଲାଗୁ ଅଛି ଚାରିଦିନ || ୬ ||
ଏଥିରୁ ଆହୁରି କିସ ମୁଁ କହିବି
ସଂସାରକୁ ସତ୍ୟ ସତ୍ୟ
ଯେ ଯହିଁରେ ଥାଇ ସେହି ସେ ଜାଣଇ
ଆନକୁ ନ ଆସେ ହିତ || ୭ ||
ବଡିମା କହିଲା ବୋଲିବେ ଜଗତେ
ତେଣୁ କରି ମୋର ଭୟ
ମୁହିଁ ସିନା ଜାଣେ ମୋ ଜନ୍ମର କଥା
ସୁଶାନ୍ତ ପଣ୍ଡାଙ୍କ ପୁଅ || ୮ ||
ସଂସାର ମଧ୍ୟରେ କେମନ୍ତେ ଜାଣିବେ
ନର ଅଙ୍ଗ ଦେହ ବହି
ଆତ ଯାତ କଥା ଯୁଗର ବ୍ୟବସ୍ଥା
ସମସ୍ତଙ୍କୁ ଜଣାନାହିଁ || ୯ ||
ରୂପ ରସ ଗନ୍ଧ ରଙ୍ଗ ମାତି ସର୍ବେ
ଭୁଲାଇ ନେଉଛି ମାୟା
ମୋହିନୀ ମଦେ ପଡିଛନ୍ତି ସମସ୍ତେ
ପାଶୋରି ଜୀବନ କାୟା ||୧୦||
ଜଗତ ଭିତରେ ସଂସାର ସାଗରେ
ବଖାଣିଲି କବିକୃତ
ଯେତେ ବୁଝାଇଲି ନ ବୁଝିଲେ କେହି
କୋପ କରି ଅପ୍ରମିତ || ୧୧ ||
ଦୁର୍ଲଭ ଜନମ ଦେହ ବହିଛନ୍ତି
କରି ନୁହେଁ ବଡ଼ସାନ
କଥାର ପ୍ରସଙ୍ଗେ କହି ନେଇଥାଇ
ଶୁଣ ଶୁଣ ସର୍ବଜନ ବା || ୧୨ ||
ଧରମ ପଥକୁ ଆଶ୍ରିତ କରାଇ
ବତାଇ ଦିଅଇ ଜ୍ଞାନ
ଆପ୍ ଭକତିକି ଜୀବ ମୁକତିକି
ପ୍ରତ୍ୟକ୍ଷ କରାଇ ଚିହ୍ନ || ୧୩ ||
କପଟ ନ କରି ଧୂଳି ମାଟିପରି
ବାଣ୍ଟି ଦେଇଥାଇ ଭାଗ
ପୁତ୍ର ପରାଏ ଆହାଲାଦ କରାଇ
କହୁଥାଇ ଜ୍ଞାନ ଯୋଗ || ୧୪ ||
ପ୍ରାଣରୁ ଅଧିକ କରିଣ ତାହାକୁ
କହୁଥାଇ ସଦବୁଦ୍ଧି
ଗୁରୁ ସେବା କଲେ ନିଶ୍ଚେ ଅନ୍ତକାଳେ
ତରିଯିବ ବାରାନିଧି || ୧୫ ||
Related Posts
About The Author
Add Comment