ମିଳିଲାନି ମହାପ୍ରୟାଣ ଗାଡି; ବାଇକରେ ବୁହା ହେଲା ଶବ

Spread the love
  •  
  •  
  •  
  •  
  •  

ଭଞ୍ଜନଗର, 17.01.2021(ସନ୍ଧାନ ନିଉଜ୍) : ଆମ୍ବୁଲାନ୍ସ ନମିଳିବାରୁ ଶବକୁ ଖଟିଆରେ, କାନ୍ଧରେ, ରିକ୍ସାରେ ଏବଂ ବାଇକ୍‌ରେ ବହି ନିଆଯିବା ଘଟଣା ରାଜ୍ୟରେ ଅନେକ ଥର ଦେଖିବାକୁ ମିଳିଛି। ଏହା ସତ୍ଵେ ବି ଚେତୁନି ପ୍ରଶାସନ। ଏହି ସଂପର୍କରେ ଅନେକ ଖବର ସାମ୍ନାକୁ ଆସିଥିଲେ ମଧ୍ୟ ସ୍ଵାସ୍ଥ୍ୟବସ୍ଥାର ବାସ୍ଥବ ସ୍ଥିତିରେ କୌଣସି ପରିବର୍ତ୍ତନ ଘଟୁନି। ପୁଣି ଥରେ ଏହି ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି  ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଗାଁରେ । ମହାପ୍ରୟାଣ ଗାଡି ନ ମିଳିବାରୁ ଶବକୁ ବାଇକରେ ବସାଇ ଘରକୁ ନେଲେ ପରିବାର ଲୋକେ । ସୂଚନା ଅନୁଯାୟୀ ଆଜି ସକାଳୁ ଜିରାବାଡ଼ି ଗ୍ରାମର ନୀଳ ମାଧବ ପ୍ରଧାନ ଚାହା ପିଇବା ପାଇଁ ବଜାରକୁ ଆସିଥିଲେ । ତେବେ ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ତଳେ ପଡି ଯାଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲରେ ତାଙ୍କୁ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ମେଡିକାଲରେ ମୃତ୍ୟୁ ଘୋଷଣା କରିଥିଲେ। ପରିବାର ଲୋକେ ମହାପ୍ରୟାଣ ଗାଡିରେ ଶବ ନେବାକୁ ଡାକ୍ତରଙ୍କୁ କହିଥିଲେ। କିନ୍ତୁ ଡାକ୍ତର ମହାପ୍ରୟାଣ ଗାଡିର ସୁବିଧା ନଥିବା କହିଥିଲେ। ମୃତକଙ୍କ ସମ୍ପର୍କୀୟ ଘରୋଇ ଆମ୍ବୁଲାନ୍ସ, ଅଟୋକୁ ଯୋଗା ଯୋଗ କରିଥିଲେ। କିନ୍ତୁ ଶବ ନେବା ପାଇଁ ଗାଡି ନମିଳିବାରୁ ବାଧ୍ୟହୋଇ ବାଇକରେ ବସାଇ ଘରକୁ ଆଣିଥିଲେ ସମ୍ପର୍କୀୟ। ତେବେ ଏ ନେଇ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ସୂଚନା ଥାଉକି, ଜଗନ୍ନାଥ ପ୍ରସାଦ ମେଡିକେଲ ଠାରୁ ମାତ୍ର ଏକ କିମି ଦୂରତାରେ ମୃତକଙ୍କ ଗ୍ରାମ ଜିରାବାଡ଼ି ଅବସ୍ଥିତ।  ଅନ୍ୟପଟେ ଜଗନ୍ନାଥ ପ୍ରସାଦ ଗୋଷ୍ଠୀ କେନ୍ଦ୍ରରେ ମହାପୟାଣ ବ୍ୟବସ୍ଥା ନଥିବାରୁ ପ୍ରାୟ ୩୦ କିମି ଦୂର ଭଞ୍ଜନଗର ଚିକିତ୍ସାରୁ ଗାଡି ଯାଇଥାଏ ।

Related Posts

About The Author

Add Comment