ଯାଜପୁର ସଦର,ସନ୍ଧାନ ନ୍ୟୁଜ: ମା ଆସୁଛନ୍ତି ଧରାପୃଷ୍ଠକୁ ଆସୁଥିବା ବେଳେ, ଭକ୍ତମାନେ ଚାହିଁ ରହିଥିଲେ । ବରାମାସରେ ତେରପର୍ବ ଓଡ଼ିଶା ପାଳନ କରାଯାଉଥିବା ବେଳେ, ଜଗତ ଜନନୀ ମା ଦୁର୍ଗା ଆସୁଛନ୍ତି ଧାରପୃଷ୍ଠକୁ ଯାହାକି ଓଡ଼ିଶାର କୋଣ ଅନୁକୋଣରେ ମାଙ୍କର ମୃଣ୍ମୟ ମୃତ୍ତି କାରିଗର ମାନଙ୍କ ଦ୍ୱାରା କାର୍ଯ୍ୟ ଚାଲୁଥିବା ଦେଖିବାକୁ ମିଳିଚି । ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଏବଂ ବିଭିନ୍ନ ପଂଚାୟତରେ ମୃର୍ତ୍ତି ନିର୍ମାଣ ହେଉଚି । ଅଳଙ୍କାର ତିଆରି କରାଯାଇ ମାଙ୍କୁ ପିନ୍ଧା ଯାଉଚି । ବିଭିନ୍ନ ପୂଜା କମିଟି ପକ୍ଷରୁ ମାଙ୍କର ମୃର୍ତ୍ତି ଗଢ଼ା ଚାଲୁଥିବା ବେଳେ, ସରଶ ସୁନ୍ଦର କରାଯିବା ପାଇଁ ପୂଜା କମିଟି ପକ୍ଷରୁ ମାଙ୍କର ପୂଜା କରାଯିବା ପାଇଁ ଆୟୋଜକ ମାନେ ଲାଗି ପଡ଼ିଥିବା ବେଳେ, ପ୍ରଶାସନ ପକ୍ଷରୁ ତୋରଣ କରାଯିବାଲାଗି ବାରଣ କରାଯାଇଚି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପୂଜା ମଣ୍ଡପ କମିଟି ନିର୍ଦ୍ଦେଷ ଦିଆଯାଇଚି । ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପୋଲିସ ମୃତୟନ କରାଯିବା ଲାଗି ଜିଲ୍ଲା ଏସପିଙ୍କ ନିର୍ଦ୍ଦଷ ରହିଚି । ଷଷ୍ଠି ବିଲ୍ୱୋଧିବା ଠାରୁ ଦଶହରା ଭଷାଣୀ ପର୍ଯ୍ୟନ୍ତ ଆୟୋଜନ ମାନେ ତିକ୍ଷ୍ଣ ନଜର ମଣ୍ଡପ ଉପରେ ରଖିବାଲାଗି ସତର୍କ କରାଯାଇ ବିଭିନ୍ନ ପୂଜା କମିଟି ପକ୍ଷରୁ ନକଟସ୍ଥ ଥାନାରୁ ପରିମିସନ ଆଣିବାଲାଗି ନିର୍ଦ୍ଦେଷ ଦିଆଯାଇଚି । ମାଙ୍କର ପୂଜା ୫ଦିନ ଧରି ଅନୁଷ୍ଟିତ ହେଉଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା କରାଯାଇଚି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଯାଜପୁର ଜିଲ୍ଲାରେ ବିଭିନ୍ନ ପୂଜା ମଣ୍ଡପରେ ନିୟମ ପରିଶରରେ ରହି କାର୍ଯ୍ୟ କରାଯିବାଲାଗି ପ୍ରଶାସନ ପକ୍ଷରୁ ସତର୍କ କରାଯାଇଚି ।
ମା ଆସୁଛନ୍ତି ଧରାପୃଷ୍ଠକୁ ଦର୍ଶନ ଦେବେ ଭକ୍ତମାନଙ୍କୁ
|
September 30, 2024 |