କ୍ୱାଲାଲାମ୍ପୁର, ୨୭/୬ (ସନ୍ଧାନ ନିୟୁଜ): ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ନଜୀବ ରଜାକଙ୍କ ୬ଟି ବାସଭବନ ଉପରେ ମାଲେସିଆ ଦୁର୍ନୀତି ନିବାରଣ ବିଭାଗ ଓ ପୁଲିସ୍ ମିଳିତ ଚଢଉ କରି ୨୭ କୋଟି ୩୦ ଲକ୍ଷ ଡଲାର (ପ୍ରାୟ ୧୮୭୨ କୋଟି ଟଙ୍କା) ସମ୍ପତ୍ତି ଜବତ କରିଛନ୍ତି। ଏହା ମଧ୍ୟରେ ନଗଦ ଅର୍ଥ, ଅଳଙ୍କାର, ବିଳାସପୂର୍ଣ୍ଣ ହ୍ୟାଣ୍ଡବ୍ୟାଗ ଆଦି ରହିଥିବାବେଳେ ଗତ ମାସରେ ଏହି ଚଢଉ କରାଯାଇଥିଲା। ହେଲେ ସମସ୍ତ ସାମଗ୍ରୀ ଗଣି ସମ୍ପତ୍ତିର ମୂଲ୍ୟ ଆକଳନ କରିବା ଓ କାଗଜପତ୍ର କାର୍ଯ୍ୟ ସାରିବାକୁ ୪୧ ଦିନ ସମୟ ଲାଗିଲା। ପୁଲିସ୍ ଏବେ ସମ୍ପତ୍ତି ମୂଲ୍ୟ ଘୋଷଣା କରିଛି। ଜବତ ସାମଗ୍ରୀ ମଧ୍ୟରେ ୧୨୦୦୦ ଗହଣା (୧୪୦୦ ହାର, ୨୨୦୦ ମୁଦି), ନଗଦ ୩ କୋଟି ଡଲାର (୨୦୦ କୋଟି ଟଙ୍କା), ୫୬୭ ହ୍ୟାଣ୍ଡବ୍ୟାଗ (୨୭୨ଟି ପାରିସ୍ର ପ୍ରସିଦ୍ଧ ହରମେସ୍ ବ୍ରାଣ୍ଡ ବ୍ୟାଗ), ୪୨୩ ଟି ହାତଘଡ଼ି (ପ୍ରାୟ ୧୩୨ କୋଟି ଟଙ୍କା), ୨୩୪ଟି ସନଗ୍ଲାସ ରହିଛି। ମାଲେସିଆ ପୁଲିସ୍ ବାଣିଜ୍ୟ ଅପରାଧ ଶାଖା ପ୍ରମୁଖ ଅମର ସିଂହଙ୍କ କହିବା ଅନୁସାରେ ମାଲେସିଆ ଇତିହାସରେ ଏହା ସବୁଠୁ ବଡ଼ କାର୍ଯ୍ୟାନୁଷ୍ଠାନ। ପୂର୍ବରୁ କେବେ ଏତେ ପରିମାଣର ସମ୍ପତ୍ତି ଜବତ ହୋଇନଥିଲା। ଗତ ମାସରେ ନଜୀବଙ୍କ ୬ଟି ଘର ଉପରେ ଚଢଉ କରାଯାଇ ୫ଟି ଟ୍ରକ୍ରେ ବିଭିନ୍ନ ଜବତ ସାମଗ୍ରୀ ବୋଝେଇ କରି ଅଣାଯାଇଥିଲା। ପ୍ରଧାନମନ୍ତ୍ରୀ ପଦରେ ଥିଲା ବେଳେ ନଜୀବଙ୍କୁ ମାସକୁ ପ୨୨ ହଜାର ୮୨୭ ରିଗେଟ୍ (ପ୍ରାୟ ୪ ଲକ୍ଷ ଟଙ୍କା) ବେତନ ମିଳୁଥିଲା। ନଜୀବଙ୍କ ନାମରେ ସରକାରୀ କମ୍ପାନୀ ଏମ୍ଡିବିରୁ ୭୦ କୋଟି ଡଲାର (ପ୍ରାୟ ୪୭୬୦ କୋଟି ଟଙ୍କା) ନିଜ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିଥିବାର ଅଭିଯୋଗ ରହିଛି। ପ୍ରକାଶ ଯେ ଚଳିତ ବର୍ଷ ମଇ ମାସରେ ହୋଇଥିବା ନିର୍ବାଚନରେ ନଜୀବଙ୍କ ମେଣ୍ଟ ଦଳ ପରାଜୟ ବରଣ କରିବା ପରେ ସେ ଗାଦିଚ୍ୟୁତ୍ ହୋଇଥିଲେ। ବହୁମତ ହାସଲ କରିଥିବା ମହାତିର ମୋହମ୍ମଦଙ୍କ ମେଣ୍ଟ ଦଳ ସରକାର ଗଢିବା ସହ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ। ମହାତିର ପ୍ରଧାନମନ୍ତ୍ରୀ ହେବା ପରେ ନଜୀବଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ
ତାଜା ଖବର
- କଲାଣ୍ଡ ଗ୍ରାମରେ ଗ୍ରହରାଜ ଶନିଦେବଙ୍କ ଜଳ ଅଭିଷେକ: ଶତାଧିକ ମହିଳାଙ୍କ ସମାଗମ
- ବିରୂପା ନଦୀରେ ବୁଡ଼ି ନାବାଳକର ମୃତ୍ୟୁ
- ସୀତା ନବମୀ ଅବସରରେ ଧୈର୍ଯ୍ୟ ଏବଂ ସମର୍ପଣର ସଂଚାର
- ସବଡେଗା ବ୍ଲକରେ ଜାତୀୟ ପଞ୍ଚାୟତିରାଜ ଦିବସ ୨୦୨୬- ପାଳିତ: ଗ୍ରାମାଞ୍ଚଳର ବିକାଶ ପାଇଁ ଶପଥ ନେଲେ ଜନପ୍ରତିନିଧି ସହିତ ସାଧାରଣ ଜନତା
- ଅଙ୍ଗନବାଡ଼ି ଗୃହ ନିର୍ମାଣରେ ବ୍ୟାପକ ଅନିୟମିତତା: ଶିଶୁଙ୍କ ଜୀବନ ସହ ଖେଳୁଛି ପ୍ରଶାସନ, ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ
- ପୂଜା ବ୍ୟତୀତ ଆଉ କେମିତି କରିପାରିବେ କର୍ପୂର ବ୍ୟବହାର
- ଆପ୍କୁ ବଡ଼ ଝଟକା; ପାର୍ଟିରୁ ଇସ୍ତଫା ଦେଲେ ରାଘବ ଚଢ଼ା, ବିଜେପିରେ ସାମିଲ୍ ନେଇ ଘୋଷଣା
- ପଞ୍ଚାୟତ ନିର୍ବାଚନକୁ ଆଖିରେ ରଖି ସବଡେଗା ବ୍ଲକ କଂଗ୍ରେସର ସାଂଗଠାନିକ ବୈଠକ ଅନୁଷ୍ଠିତ
- ସୋଲାର ଷ୍ଟେଟ ଲାଇଟ ନା ରେ ସୁନ୍ଦରଗଡ ଡି.ଆର.ଡି.ଏ ବିଭାଗର ଲକ୍ଷ ଲକ୍ଷ ଟଙ୍କା ଲୁଟ
- ସବଡେଗା ବାଙ୍କୋପଡ଼ା ବସଷ୍ଟାଣ୍ଡ ର ଉନ୍ନତିକରଣ କେବେ? ବର୍ଷ ବର୍ଷ ଧରି ଲୋକେ ମୌଳିକ ସୁବିଧାରୁ ବଂଚିତ



