ମାଲକାନଗିରି ଜିଲ୍ଲାରେ ବେଧଡକ କଇଁଚ ବେପାର

ମାଲକାନଗିରି, ୨/୩/୨୦ (ସନ୍ଧାନ ନିଉଜ) : ମାଲକାନଗିରି ଜିଲ୍ଲାରେ ବେଧଡକ ଭାବେ କଇଁଚ ବେପାର ଚାଲିଥିଲେ ମଧ୍ୟ ବନବିଭାଗ ନିରବ ରହୁଥିବାରୁ କେତକ ଲାଭଖୋର ବେପାରି ଚୋରାରେ ଆନ୍ଦ୍ରପ୍ରଦେଶ ରୁ କଇଁଚ ଆଣି ଜିଲ୍ଲାର ବିଭିନ୍ନ ଗ୍ରାମରେ କେଜି ପିଛା ୬୦୦ଟଙ୍କାରେ ବିକ୍ରୀକରୁଥିବାର ଜଣାପଡିଛି । ମାଲକାନଗିରି ଜିଲ୍ଲାର ସାବେରୀ,ସିଲେରୁ ନଦୀପାର ହୋଇ ମୋଟୁ,ପଡିଆ ସିମିଳିବାଚ୍ଛାଂ,କୁର୍ତି, ମାନ୍ୟମକୋଣ୍ଡା ପୋଲୁର ନଦୀଘାଟ ଦେଇ କ୍ୱିଟାଂଲ କ୍ୱିଟାଲ କଇଁଚ ଆନ୍ଦ୍ରପ୍ରଦେଶ,କାକିନାଡା, ରାଜମେନ୍ଦ୍ରୀ ରୁ କମମୂଲ୍ୟରେ ଚୋରାରେ ଆଣି ମାଲାକନଗିରି ଜିଲ୍ଲାର ମୋଟୁ, ପଡିଆ,କାଲିମେଳା, ଏମଭି୮୮,ଏମଭି୭୭.ଏମଭି୬୫,ଏମଭି୭୯ ବିଭିନ୍ନ ଅଚଂଳରେ ବେପାରି ମାନେ କେଜିପ୍ରତି ୫୦୦ରୁ ୬୦୦ଟଙ୍କାରେ ବିକ୍ରୀକରୁଛନ୍ତି । ବିଶେଷ କରି ଏହି କଇଁଚ ଗୁଡିକ ବଙ୍ଗୀୟଭାଷା ଭାଷି ଗ୍ରାମ ଗୁଡିକରେ ଅଧିକ ବିକ୍ରୀ ହେଉଥିବାର ଦେଖିବାକୁ ମିଳୁଛି । ଗତ ବର୍ଷ ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ଚୋରା କଇଁଚ ଜବତ କରିବାସହିତ ବେପାରୀ ମାନଙ୍କୁ ଧରପଗଡ କରାଯାଇଥିଲା । ଚଳିତ ବର୍ଷ ବନବିଭାଗ ନିରବ ରହିଥିବାରୁ ଏହି ଚୋରାକଇଁଚ ବେପାରୀ ମାନେ ନିର୍ଭୟରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକ୍ରୀକରୁଛନ୍ତି ।

Related Posts

About The Author

Add Comment