ଭୁବନେଶ୍ବର,୨୮/ ୨ (ସନ୍ଧାନ ନିଉଜ) ରାଜ୍ୟରେ ଧିରେ ଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ବର୍ତ୍ତମାନ କରୋନା କଟକଣାରେ ମଧ୍ୟ କୋହଳ କରାଯାଇଛି । ଆଜି ଠାରୁ ଫେବୃଆରୀ ମାସ ସରୁଥିବା ବେଳେ କାଲି ଠାରୁ ମାର୍ଚ୍ଚ ମାସ ପାଇଁ ଗାଇଡ଼ଲାଇନ୍ ଜାରୀ କରିଛନ୍ତି ରାଜ୍ୟ ସରକାର ।
ଯାହାଫଳରେ ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନରୁ କଟକଣା ସଂପୁର୍ଣ୍ଣ ଭାବେ ହଟାଇ ଦେଇଛନ୍ତି । କେବଳ ଏତିକି ନୁହେଁ ଧାର୍ମିକ,ସାମାଜିକ ସମାବେଶକୁ ମଧ୍ୟ ଅନୁମତି ଦିଆଯାଇଛି । ଏହା ସହିତ ରାଜନୈତିକ ଏବଂ କ୍ରୀଡା ସମାବେଶ ଆୟୋନଜକୁ ଅନୁମତି ଦିଆଯାଇଛି। ବିବାହ ବ୍ରତ କାର୍ଯ୍ୟରେ ୫୦୦ ଜଣ ଏବଂ ଶୁଦ୍ଧିକ୍ରିୟାରେ ୨୫୦ ଜଣ ସାମିଲ୍ ହୋଇ ପାରିବେ। ସର୍ବସାଧାରଣରେ ହୋଲି ଖେଳିବା ଉପରେ ଲାଗିଲା କଟକଣା । ଘରେ ରହି ପରିବାର ସହ ଖେଳିପାରିବେ ହୋଲି ।
ସୁଚନା ଅନୁସାରେ ରାତି ପାହିଲେ ମହାଶିବରାତ୍ରୀ । ଆସନ୍ତାକାଲି ଭୋର ୩ ଟାରୁ ୩.୩୦ ପର୍ଯ୍ୟନ୍ତ ଅବକାଶ ନୀତି ଅନୁଷ୍ଠିତ ହେବ । ୩.୩୦ ଠାରୁ ୫ ଟା ଯାଏଁ ସେବାୟତ ପରିବାର ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବେ । ୫ଟାରୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ମିଳିବ ।
ତେବେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ଭୁବନେଶ୍ୱର ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୬ ଜଣ ଅତିରିକ୍ତ ଡିସିପି,୧୨ ଜଣ ଏସିପି,