ଯାଜପୁର ସଦର, ୨୧ା୦୪: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତର ମାରୁତୀକୃପା ପରିଷଦ ଚାରିଟେବୁଲ ଟ୍ରଷ୍ଟ ଆନୁକୁଲ୍ୟରେ କରାଯାଉଥିବା ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ କରାଯାଇଚି । ଏହି ଅବସରରେ ଗତକାଲି ବିରାଟ କଳସ ଶୋଭାଯାତ୍ରାରେ ମହିଳା ମାନେ ବାହାରି ମୁଖ୍ୟ କର୍ତ୍ତା ରଂଜନ ବେହେରା ତାଙ୍କ ସ୍ତ୍ରୀ ଗୀତାଞ୍ଜଳୀ ବେହେରା ଏବଂ ମହିଳା ସଦସ୍ୟାମାନେ ବ୍ରାହ୍ମଣୀରୁ ଜଳ ଉଠାଇ ବିରାଟ କଳସ ଶୋଭାଯାତ୍ରାରେ ବାହାରୀ ଗ୍ରାମ ପରିକ୍ରମା କରିବା ସହିତ ରାମମନ୍ଦିର ପ୍ରାଙ୍ଗଣରେ କଳସ ସ୍ଥାପନ କରିଥିଲେ । ଏହି ଅବସରରେ ମୁଖ୍ୟ ପୁରୋଧା ବିଷ୍ଣୁ ମୋହନ ତ୍ରିପାଠୀଙ୍କ ସହିତ ବରିଷ୍ଠ ପଣ୍ଡିତ ମାନଙ୍କୁ ନେଇ ଯଜ୍ଞ କାର୍ଯ୍ୟ କରାଯାଇଥିଲା । ୨୨ତାରିଖରେ ପୂର୍ଣ୍ଣାହୁତୀ ଯଜ୍ଞଶେଷ ହେବ ବୋଲି ମାରୁତୀକୃପା ପରିଷଦ ସଦସ୍ୟମାନେ ସୂଚନା ଦେଇଛନ୍ତି ।
ମାରୁତୀକୃପା ପରିଷଦ ପକ୍ଷରୁ କଳସ ଶୋଭାଯାତ୍ରା ଯଜ୍ଞ ଅନୁଷ୍ଟିତ
|
April 22, 2024 |
