ମାନସିକ ଭାରସାମ୍ୟ ହରାଇ ଯୁବକର ଆତ୍ମହତ୍ୟା

Spread the love

ସୁନ୍ଦରଗଡ ତା:୨୨/୮/୨୦୨୧ ( ସନ୍ଧାନ ନିଉଜ/ ରାଜୁ ପଟେଲ) ଗତକାଲି ବିଳମ୍ବିତ ରାତ୍ରିରେ ସବଡେଗା ବ୍ଲକ ଅନ୍ତର୍ଗତ କଇଁସରା ଗ୍ରାମର ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତକ କଇଁସରା ଗ୍ରାମର ଅଜିତ ବିଲୁଙ୍ଗ(୨୬) ବର୍ଷ ବୋଲି ସୁତ୍ରରୁ ପ୍ରକାଶ । ସକାଳ ସମୟରେ ତାଙ୍କ ଘର ପାଖରେ ଥିବା ଏକ ମହୁଲ ଗଛରେ ଶବ ଝୁଲୁଥିବାର ଦେଖି ତଲସରା ଥାନାକୁ ଅବଗତ କରିଥିଲେ । ତଲସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲେ ଓ ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ଦୀର୍ଘଦିନରୁ ମୃତକ ଅଜିତ ବିଲୁଙ୍ଗଙ୍କ ମାନସିକ ସ୍ଥିତି ଠିକ ନ ଥିବା କୁହାଯାଇଛି ।

Related Posts

About The Author

Add Comment