ମାନସିକ ବିକୃତ ଆଶାକୁ ଚିକିତ୍ସା ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟକୁ ଆଶା ନିଯୁକ୍ତି ଦେବାକୁ ଦାବି

Spread the love

ଛତିଆ, 24/05 (ସନ୍ଧାନ ନିଉଜ) ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ କାମରେ ଖୋଜା ଯାଏ ଆଶା କୁ I ସେଥିପାଇଁ ସରକାର ମଧ୍ୟ ପରିଶ୍ରମିକ ଦିଅନ୍ତି ଆଶା ମାନଙ୍କୁ I ନିଜ ପରିବାର କୁ ତୁଚ୍ଛ କରି ଏହି ସବୁ କାମରେ ଲାଗି ପଡନ୍ତି ଆଶା ମାନେ I ସେହିପରି ଜଣେ ଆଶା ମାନସୀ ଦାଶ I ସ୍ୱାମୀ ପରିତ୍ୟକ୍ତା ମାନସୀ ଦୀର୍ଘ 15 ବର୍ଷ ହେବ ଏହି କାର୍ଯ୍ୟରେ ଯାଜପୁର ଜିଲ୍ଲା ଛତିଆ ଅମରାବତୀ ପାଟଣା ଗ୍ରାମ ପାଇଁ ଆଶା ଭାବେ କାର୍ଯ୍ୟ କରି ଆସୁଥିଲେ I କିନ୍ତୁ ଭାଗ୍ୟର ବିଡମ୍ବନା ଦଇବ ଦାଉ ସାଧିଲା I ଦେଢ଼ ବର୍ଷ ହେବ ମାନସୀ ହେଲେ ମାନସିକ ବିକାରଗ୍ରସ୍ତ I ଫଳରେ ତାଙ୍କୁ ମିଳିଲାନି କୌଣସି ପାରିଶ୍ରମିକ ବା କୌଣସି ସରକାରୀ ସହାୟତା I ଫଳରେ ସେ ମୁଲ ଲାଗି ଚଳୁଥିବା ଦୁଇ ଭାଇଙ୍କ ଉପରେ ହୋଇଗଲେ ବୋଝ I ମୁଲ ନ ଲାଗିଲେ ଖାଇବା କଥା ଚିନ୍ତା କରିବା ଉକ୍ତ ପରିବାର ପାଇଁ କଷ୍ଟ ହୋଇଥିବା ବେଳେ ଘର ଖଣ୍ଡିକ ମଧ୍ୟ ଠିକ ରୂପେ ଛାଉଣୀ କରି ପାରୁନାହାଁନ୍ତି I ମାନସୀ ଭଲ ଥିବା ଅବସ୍ଥାରେ ଗ୍ରାମର କେହି କୌଣସି ପ୍ରକାର ସାହାଯ୍ୟ ରାତି ଅଧରେ ମାଗିଲେ ଵି ସେ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି I କିନ୍ତୁ ତାଙ୍କର ମାନସିକ ବିକୃତି ପରେ ତାଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗ ନିଦାବିଷ୍ଣୁ ସାଜିଥିବା ବେଳେ ଏପର୍ଯ୍ୟନ୍ତ କୌଣସି ପ୍ରକାର ସହାୟତା ପ୍ରଦାନ କରିନାହିଁ I ଏପରି ସ୍ଥଳେ ମାନସୀ ଙ୍କ ପରିବାରର କୌଣସି ମହିଳାଙ୍କୁ ଆଶା ରୂପେ ନିଯୁକ୍ତି ଦେବାକୁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଗ୍ରାମବାସୀ ତଥା ଉକ୍ତ ପରିବାରର ସଦସ୍ୟ ଦାବି କରିଛନ୍ତି I

Related Posts

About The Author

Add Comment