ଭୁବନେଶ୍ୱର, ୯/୪ (ସନ୍ଧାନ ନିୟୁଜ) ରାଜ୍ୟରେ ସମ୍ବାଦିକଙ୍କ ପ୍ରତି ଆର୍କମଣ ବଢ଼ୁଥିବା ବେଳେ ରାଜ୍ୟ ସରକାର ଏପ୍ରଯøର୍୍ୟନ୍ତ କୌଣସି ସ୍ୱତନ୍ତ୍ର ନିୟମ ଲାଗୁ କରୁନାହାନ୍ତି । ଫଳରେ ଏହାର ସୁଯୋଗ ନେଇ କେତକ ଅପରାଧୀ ମାନେ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । କରୋନା ସମୟରେ ଏହାକୁ ଗରୁତର ଭାବେ ନେଇ ରାଜ୍ୟ ସରକାରଙ୍କୁ ସହାର୍ଯ୍ୟ କରୁଥିବା ସାମ୍ବାଦିକଙ୍କ ପ୍ରତି ଆର୍କମଣ ହେଉଛି । ନିକଟରେ କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁରରୁ ନିଜର କାର୍ଯ୍ୟ ସାରି ଫେରୁଥିବା ଆମ ପ୍ରତିନିଧି ନାରାୟଣ ରଥଙ୍କୁ ମରାଣାତ୍ମକ ଆର୍କମଣ କରିଥିବା ରାଜେନ୍ଦ୍ରପୁର ଅଂଚଳର ବାଲିମାଫିଆ ଏବଂ ମଦ ମାଫିଆ ସୁରେଶ ଜେନା, ପତା ବାସୁଦେବ ଜେନା, ଦିପୁ ଜେନା ପିତା- ବାସୁଦେବ ଜେନା, ଦିବ୍ୟପ୍ରକାଶ ଜେନା ପିତା କାଳନ୍ଦି ଜେନା, ମାଧବାନନ୍ଦ ପଲେଇ ପିତା ଜଟାଧାରୀ ପଲେଇ, ବନମାଳି ପଲେଇ ପିତା ଜଳଧର ପଲେଇ କରି ଖୁଲୁମଖୁଲା ବୁଲୁଛନ୍ତି । ଅନ୍ୟପଟରେ ସେମାନଙ୍କୁ ଗିରଫ କରିବ ନାହିଁ ବୋଲି ସେମାନଙ୍କ ଠାରୁ ମୋଟ ଅଙ୍କର ନେଇ କୁଆଖିଆ ଥାନା ଅଧିକାରୀ କେସକୁ ରଫାଦଫା କରିବାକୁ ଚେଷ୍ଟା ଚଳାଇଛି । କରୋନା ପାଇଁ ସମଗ୍ର ରାଜ୍ୟରେ ଲକ ଡାଉନ ଲାଗୁ ହୋଇଥିବାରୁ ସାମ୍ବାଦିକ ମାନେ ଆନେ୍ଦାଳନ ନକରି କୁଆଖିଆ ଥାନା ଅଧିକାରୀଙ୍କ ଭେଟି ତୁରନ୍ତ ଆସାମୀ ମାନଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ମାତ୍ର ଥାନା ଅôଧକାରୀ ସେହି ସମୟରେ ଗିରଫ କରିବାର ପତିଶୃତି ଦେଇ ପରେ ଗିରଫ କରିବ ନାହିଁ ବୋଲି ରୋକ ଠୋକ ମନା କରିଦେଇଛି । ଅନ୍ୟପଟରେ ଗ୍ରାମରେ ଛାତିକୁ ପୁଲେଇ ଏହି ଗୁଣ୍ଡା, ଡକାୟତ ମାନେ ବୁଲୁଛନ୍ତି । ଏପରକି କେସ ଉଠାଇବା ପାଇଁ ସାମ୍ବାଦିକଙ୍କୁ ପୁଣି ଧମକ ଦେବାରେ ଲାଗିଛନ୍ତି । ଏହାକୁ ନେଇ ସାମ୍ବାଦିକ ସଂଘ ମଧ୍ୟରେ ତ୍ରୀବ ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ନେଇ ସମ୍ପୁକ୍ତ ସମ୍ବାଦିକ ଆଜି କୁଆଖିଆ ଥାନା ଅଧିକାରୀ ଏବଂ ଆର୍କମଣ କରିଥିବା ଆସାମୀ ମାନଙ୍କ ବିରୋଧରେ ଜାତୀୟ ମାନବ ଅଧିକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅନ୍ୟପଟରେ ଏହାକୁ ନେଇ ପୋଲିସ ମହାନଦେ୍ର୍ଧଶକଙ୍କ ସହିତ କେତକ ସମ୍ବାଦିକ ଆଲୋଚନା କରିଛନ୍ତି । ଯଦି ତୁରନ୍ତ ସେମାନଙ୍କୁ ଗିରଫ କରାନଯାଏ ତେବେ ଲକ ଡାଉନ ଶେଷ ହେବା ପରେ ସାମ୍ବାଦିକ ମାନେ କୁଆଖିଆ ଥାନା ଆଗରେ ଧାରଣା ଦେବେ ବୋଲି ସୂଚନା ଦେଇଛନ୍ତି ।