ମାତୃକୃପା ସାହିତ୍ୟ ସଂସଦର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Spread the love
 କଟକ  :  ମାତୃକୃପା ସାହିତ୍ୟ ସଂସଦର ପଞ୍ଚମ ବାର୍ଷିକ ଉତ୍ସବ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ମାନପତ୍ର ସମ୍ବର୍ଦ୍ଧନା ପର୍ବ ଆଲୋଚନା ଚକ୍ର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଜଗତସିଂହପୁର କୃଷ୍ଣଦାସପୁର ପଞ୍ଚାୟତର ସୁଧାଗଡ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଝାଡ଼ଖଣ୍ଡର ରାଜକଵି ହିରେନ୍ଦ୍ର ସିଂ ଦେଓଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ସମାଜ ରତ୍ନ ସମୀର କୁମାର ଭୂୟାଁ,ମୁଖ୍ୟ ବକ୍ତା କୁମାର କବି ପ୍ରଶାନ୍ତ ବାହିନୀ ପତି,ସ୍ଵତନ୍ତ୍ର ଅତିଥି ବ୍ୟଙ୍ଗ ସମ୍ରାଟ ସଂପଦ ରଥ, ସମ୍ମାନିତ ଅତିଥି ଝାଡ଼ଖଣ୍ଡର ହାସ୍ୟବସନ୍ତ ସତ୍ୟପ୍ରକାଶ କର ଅନ୍ୟତମ ବରେଣ୍ୟ ଅତିଥି ଜଗତସିଂହପୁରର ନାଟ୍ୟକାର, ଔପନ୍ୟାସିକ ଡ଼ାକ୍ତର ରଂଜିତ୍ କୁମାର ଲେଙ୍କା,ସ୍ଥାୟୀ ସଭାପତି ‌ପଣ୍ଡିତ‌ ଧର୍ମାନନ୍ଦ ପତି,ନିଉଜ ସେଭେନର  ରିପୋର୍ଟର ଶ୍ରୀଯୁକ୍ତ ଲଳିତେନ୍ଦୁ ପଲାଉରି ଓ କୃଷ୍ଣ ଚନ୍ଦ୍ର ନନ୍ଦ ସଭା ମଣ୍ଡନ କରିଥିଲେ ।ପଚିଶ ଜଣ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଓଡ଼ିଆ ଭାଷା ସାହିତ୍ୟର ବିକାଶରେ ମାଆ ମାନଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି  ଅତିଥି ମାନେ ମତବ୍ୟକ୍ତ କରିଥିଲେ। ପ୍ରବକ୍ତା ସୁବାସ ଚନ୍ଦ୍ର ପ୍ରଧାନ ବେଦପାଠ କରିଥିବା ବେଳେ  ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ସହ ସଂପାଦକ ବ୍ୟଙ୍ଗ ରଶ୍ମି ପ୍ରତାପ ରଶ୍ମି ନାମକ,ସ୍ଵାଗତ ସଂଗୀତ ଗାନ କରିଥିଲେ ଆର୍ ଆଣ୍ଡ ଆରର ଚିନ୍ମୟୀ ମିଶ୍ର‌ ଓସ୍ଵପ୍ନା ଦାସ । ସମ୍ପାଦକୀୟ ପାଠ କରିଥିଲେ କଵିପଦ୍ମା କଳ୍ପନା ବିଶ୍ଵାଳ ପରେ ପରେ କଲ୍ୟାଣୀ ବିଶ୍ବାଳଙ୍କ ଜ୍ଞାନମୟୀ କଲ୍ୟାଣୀ ପୁସ୍ତକର  ଶୁଭ ଉନ୍ମୋଚନ କରାଯାଇଥିଲା ,ପ୍ରାୟ ୫୭ଜଣ‌ କଵି‌ କବିତା ‌ପାଠ‌ କରିଥିଲେ ଏବଂ କବିତା ଗୁଡ଼ିକ ‌ସଂଯୋଜନା କରିଥିଲେ ଡଃ ‌ଅନିରୁଦ୍ଧ କୁର୍ କୁଳିଆ।  ବିଭିନ୍ନ ‌ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଂଗୀତ ଓ ନୃତ୍ୟ ର ପ୍ରତି ଯୋଗିତା ମୁଖ୍ୟ ଅତିଥି ଓ କୈଳାସ ପୂର୍ତୀ ସାର୍ ଙ୍କ ଦ୍ଵାରା ଆୟୋଜନ କରାଯାଇଥିଲା। ବିଚାରପତି ଥିଲେ ଶ୍ରୀ ଧିରେନ୍ଦ୍ର ନାଥ ସ୍ଵାଇଁ ଓ  ଶ୍ରୀ ଯୁକ୍ତ ଗଙ୍ଗାଧର ଓଝା। ପରିଚାଳନା କରିଥିଲେ କ୍ରୀଷ୍ଣା ଦତ୍ତ ଓ ଉପସଭାପତି ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ର। ଧନ୍ୟବାଦ ଅର୍ପଣ କରିଥିଲେ ରଶ୍ମି ରଞ୍ଜନ ବିଶ୍ଵାଳ ଓ ଦୁର୍ଯୋଧନ ମହାନ୍ତି।

Related Posts

About The Author

Add Comment