ମାଣ୍ଡିଆ ରୁ ତିଆରି ହେବ ବ୍ରାଣ୍ଡ ମଦ, ରାଜ୍ୟ ସରକାରଙ୍କ ବଡ ଘୋଷଣା

Spread the love

 

ସୁନ୍ଦରଗଡ ୨୩/୨/୨୦୨୫( ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ମାଣ୍ଡିଆରୁ ହେବ ମଦ। ମାଣ୍ଡିଆ ସ୍ବାସ୍ଥ୍ୟ ପ୍ରତି ବେଶ ଭଲ। ଏହାର ଚାହିଦା ବି ବେଶ ରହିଛି। ଏଥିରେ କ୍ୟାଲସିୟମ, ପ୍ରୋଟିନ, ଆଇରନ, ପୋଷକତତ୍ବ ସହ ପ୍ରଚୁର ପରିମାଣର ଭିଟାମିନ ରହିଛି।ମାଣ୍ଡିଆରୁ କେକ୍‌, ଲଡୁ, ପିଠା, ଖିରି, ଛତୁଆ, ରୁଟି, ଇଡ୍‌ଲି, ପକୁଡ଼ି, ବିସ୍କୁଟ, ଜୁସ୍‌ ଆଦି କରାଯାଉଛି। ଲୋକଙ୍କ ଭିତରେ ଏହାର ଆଦର ବି ବଢ଼ିଛି। ଏସବୁ ଭିତରେ ଏବେ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ନେଉଛନ୍ତି। ତାହା ହେଉଛି, ଓଡ଼ିଶାରେ ମାଣ୍ଡିଆରୁ ପ୍ରସ୍ତୁତ ହେବ ମଦ।ଏକଥା ନୂଆ ଅବକାରୀ ନୀତି ନେଇ ବସିଥିବା ବୈଠକରେ ଆଲୋଚନା ହୋଇଥିବା ଅବକାରୀ କମିଶନର କହିଛନ୍ତି। ୨୦୨୫-୨୬ ଅବକାରୀ ପଲିସିକୁ ନେଇ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଭଳି ଯୋଜନା ପ୍ରସ୍ତୁତ କରାଯାଇଛି।ଖୁବ ଶୀଘ୍ର ଏ ନେଇ ରାଜ୍ୟ ଶିଳ୍ପ ବିଭାଗ ସହ ଆଲୋଚନା ହେବ। ମାଣ୍ଡିଆ, ଜଅ, ବାଜରା ଭଳି ଶସ୍ୟରୁ ମଦ ତିଆରି କରିବାକୁ ଆଗ୍ରହୀ ଥିବା କିଛି କମ୍ପାନୀ ସହ ଅବକାରୀ ବିଭାଗର ଆଲୋଚନା ହୋଇଛି।ଯେଉଁ କମ୍ପାନୀ ମାଣ୍ଡିଆରୁ ମଦ ପ୍ରସ୍ତୁତ କରିବେ ତାଙ୍କୁ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର। ଭଲ ବ୍ରାଣ୍ଡର ବିଦେଶୀ ମଦ କାରଖାନା କିପରି ଓଡ଼ିଶାରେ ପ୍ରତିଷ୍ଠା ହୋଇପାରିବ ସେ ନେଇ ବୈଠକରେ ଆଲୋଚନା ହୋଇଛି।ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ କୋରାପୁଟ, ମାଲକାନଗିରି, ଗଜପତି, କଳାହାଣ୍ଡି, ରାୟଗଡ଼ା, ବଲାଙ୍ଗିର, ନୂଆପଡ଼ା, ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୋଳ, କେନ୍ଦୁଝର ସମେତ ଗଞ୍ଜାମ ଓ ଖୋର୍ଦ୍ଧା ଜିଲାର କେତେକ ଅଞ୍ଚଳରେ ମାଣ୍ଡିଆ ଚାଷ ହୋଇଥାଏ। ଏହି ଅଞ୍ଚଳ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଯୋଜନାରୁ ବିଶେଷ ଲାଭ ପାଇବା ସହିତ ସମୃଦ୍ଧି ଆଡ଼କୁ ଅଗ୍ରସର ହେବ ।

Related Posts

About The Author

Add Comment