ମାଟ୍ରିକ ପରୀକ୍ଷାରେ ପାସହାର କମ୍ ପାଇଁ ୬ଟି ହାଇସ୍କୁଲକୁ କାରଣ ଦର୍ଶାଅ ନୋଟିସ୍

Spread the love

ଯାଜପୁର,୨୪.୬(ସଂନ୍ଧାନ ନିଉଜ):-ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଯେଉଁ ସ୍କୁଲ ୬୦ ପ୍ରତିଶତରୁ କମ ଛାତ୍ରଛାତ୍ରୀ ଉତ୍ତିର୍ଣ୍ଣ ହୋଇଥିବେ ସେ ସମସ୍ତ ହାଇସ୍କୁଲ ବିରୋଧରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ନିଦେ୍ର୍ଦଶ ଜାରୀ କରାଯାଇଥିଲା । ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ହେବାପରେ ଯାଜପୁର ଜିଲାରେ ୬୫ଟି ହାଇସ୍କୁଲ ୬୦ ପ୍ରତିଶତରୁ କମ ଛାତ୍ରଛାତ୍ରୀ ଉତ୍ତିର୍ଣ୍ଣ ହୋଇଥିବା ବେଳେ ବଡଚଣା ବ୍ଲକରେ ୬ଟି ହାଇସ୍କୁଲ ଏଥିରେ ସାମିଲ ଥିବା ଜିଲା ଶିକ୍ଷା ବିଭାଗ ପକ୍ଷରୁ ଦର୍ଶାଯାଇଛି । ବଡଚଣା ବ୍ଲକରେ କମ ହାରରେ ମାଟ୍ରିକ ପରୀକ୍ଷାରେ ପାଶ କରିଥିବା ୬ଟି ହାଇସ୍କୁଲକୁ ଜିଲା ଶିକ୍ଷାଧିକାରୀ କାରଣ ଦର୍ଶାଅ ନୋଟିସ ଜାରିକରିଛନ୍ତି । ଇତି ମଧ୍ୟରେ ୬ଟି ହାଇସ୍କୁଲର ପ୍ରଧାନଶିକ୍ଷକ ମାନେ ନିଜନିଜ ବିଦ୍ୟାଳୟର ପାସହାର କମିବାର କାରଣ ଲିଖିତ ଭାବେ ଦେଇସାରିଛନ୍ତି । ମହାବିନାୟକ ବାଳିକା ଉଚ୍ଚବିଦ୍ୟାଳୟ ଚଣ୍ଡିଖୋଲର ୨୨ ଜଣ ପରୀକ୍ଷା ଦେଇଥିବା ବେଳେ ୯ ଜଣ ପାଶ କରି ୪୦.୯୧ ପ୍ରତିଶତ, ନେତାଜୀ ହାଇସ୍କୁଲ କାଇମାଟିଆର ୫୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୧ ଜଣ ପାଶ କରି ୫୯.୬୨ ପ୍ରତିଶତ, ସିଦ୍ଧମହାପୁରୁଷ ନୋଡାଲ ହାଇସ୍କୁଲ ଭରତପୁରର ୪୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୭ ଜଣ ଉତ୍ତିର୍ଣ୍ଣ ହୋଇ ୫୬.୨୫ ପ୍ରତିଶତ, ପତରାଜପୁର ନୋଡାଲ ହାଇସ୍କୁଲରେ ଚଳିତ ମାଟ୍ରିକ ପରୀକ୍ଷାରେ ୮୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪୦ ଜଣ ଉତ୍ତିର୍ଣ୍ଣ ହୋଇ ୪୭.୬୨ ପ୍ରତିଶତ ଏବଂ ଟିକାୟତ ହାଇସ୍କୁଲ ଅଚ୍ୟୁତବସନ୍ତର ୩୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୦ ଜଣ ପାଶ କରି ୫୪.୦୫ ପ୍ରତିଶତ ଏବଂ ପଲାଇ ହାଇସ୍କୁଲର ୧୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪୮ ଜଣ ପାଶ କରି ୪୪.୦୪ ପ୍ରତିଶତ ଉତ୍ତିର୍ଣ୍ଣ ହାର ହୋଇଛି । ଏସମସ୍ତ ୬ଟି ହାଇସ୍କୁଲର କର୍ତ୍ତୃପକ୍ଷଙ୍କୁ ଜିଲା ଶିକ୍ଷାଧିକାରୀ କାରଣଦର୍ଶାଅ ନୋଟିସ ପଠାଇ କୈଫତ ତଲବ କରିଛନ୍ତି ।

Related Posts

About The Author

Add Comment