ସୁନ୍ଦରଗଡ ତା:୨୫/୪/୨୦୨୫(ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ସୁନ୍ଦରଗଡ ଜିଲ୍ଲାର ଗର୍ବ ଓ ଗୌରବ ତଳସରା ବିଧାୟକ ତଥା ଓଡ଼ିଶା ବିଧାନ ସଭାର ମାନ୍ୟବର ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇଙ୍କ ଜନ୍ମ ଦିନ ଅବସରରେ ଆଜି ସବଡେଗା ପଞ୍ଚାୟତ ପ୍ରାଙ୍ଗଣରେ ମାଗଣା ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ତଳସରା ବିଧାୟକ ପ୍ରତିନିଧି ଗୁଲସନ ବରୁଆ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ତାଙ୍କ ସହିତ ଏଡିଇଓ ଦିଲୀପ ନାଏକ,ସତ୍ୟବାନ୍ ସା ପ୍ରମୁଖ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ଗଣେଶ ପ୍ରଧାନ ପରିଚାଳନା କରିଥିବା ବେଳେ ସମସ୍ତ ପଞ୍ଚାୟତ କର୍ମଚାରୀ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜେପି ହସପିଟାଲ ରୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କାର୍ଯ୍ୟରତ ଥିଲେ ।ସୂଚନା ଅନୁସାରେ ସର୍ବମୋଟ ୫୦ରୁ ଉର୍ଦ୍ଧ ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିବା ବେଳେ ୫ଜଣଙ୍କ ସ୍ବାସ୍ଥ୍ୟ ସଙ୍କଟାପନ୍ନ ଥିବାବେଳେ ତାଙ୍କୁ ରାଉରକେଲା ଜେପି ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ।
ମାଗଣା ସ୍ବାସ୍ଥ୍ୟ ଶିବିର
|
April 26, 2025 |
