ମାଗଣା ଚକ୍ଷୁ ଚିକିସôା ଶିବିର ଓ ଛୋଟଛୋଟ ପିଲାମାନଙ୍କୁ ଖାଦ୍ୟ ବଣ୍ଟନ
ମାଗଣା ଚକ୍ଷୁ ଚିକିସôା ଶିବିର ଓ ଛୋଟଛୋଟ ପିଲାମାନଙ୍କୁ ଖାଦ୍ୟ ବଣ୍ଟନ
Manas Kumar Rout |
May 21, 2018 |
ଚଣ୍ଡିଖୋଲ,୨୧.୫(ସନ୍ଧାନ ନିୟୁଜ୍/ଆର୍ତତାଣ ସାହୁ): ବଡଚଣା ବ୍ଲକ ଅନ୍ତର୍ଗତ ଖଇରା ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ହରପ୍ରୀୟା ବରାଳଙ୍କ ତତ୍ୱାବଧାନରେ ଖଇରା ଗ୍ରାମର ଆରଧ୍ୟ ଦେବ କନେକେଶ୍ୱର ପୀଠରେ ଶତାଧିକ କୁନି କୁନି ପିଲା ମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୁବନେତା ଗଣେଶ୍ୱର ବରାଳ,ସମିତିସଭ୍ୟ ପ୍ରତିନିଧି ବିନୟ ପୃଷ୍ଟି,ନାଏବ ସରପଞ୍ଚ ସୁଧିର ପୃଷ୍ଟି,ୱାର୍ଡସଭ୍ୟ ସନାତନ ବରାଳ,ମହେଶ୍ୱର ମଲିକ,ସଂଯୁକ୍ତା ମଲିକ,ସ୍ୱଚ୍ଛାସେବୀ ସସ୍ମିତା ବେହେରା,ନିବେଦିତା ସାମଲ ପ୍ରମୁଖ ଉପସ୍ଥିତ ରହି କୁନି କୁନି ପିଲାମାନଙ୍କ ମୁହଁରେ ହସ ଫୁଟାଇବା ସହ ଖାଦ୍ୟବଣ୍ଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବରଦା ହସ୍ପିଟାଲ ଓ ଯୁବନେତା ଗଣେଶ୍ୱର ବରାଳଙ୍କ ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିସôା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଖାପାଖ ଗ୍ରାମର ଶତାଧିକ ବୃଦ୍ଧ/ବୃଦ୍ଧା ମାନେ ଆସି ସେମାନଙ୍କୁ ଚକ୍ଷୁ ପରିକ୍ଷା କରିଥିଲେ । ହସ୍ପିଟାଲର ଡାକ୍ତର ଦିପକ କୁମାର ଦାଶ ଓ ସହଯୋଗୀ ମୁକ୍ତି ମହାନ୍ତି,ଅଶୋକ ଦାଶ,ନଳିନୀ ପ୍ରଧାନ ପ୍ରମୁଖ ଶିବିର ପରି·ଳନାରେ ସହଯୋଗ କରିବା ସହ ୭ଜଣ ରୋଗୀଙ୍କୁ ମାଗଣାରେ ମୋତିଆ ବିନ୍ଦୁ ଅସ୍ତ୍ରୋପ·ର ପାଇଁ ହସ୍ପିଟାଲ ନେଇଥିବା ଜଣାଯାଇଛି ।
Related Posts
About The Author