ମହୁଲ ଫୁଲ ସଂରକ୍ଷଣ ସହିତ ନିର୍ଦ୍ଧାରିତ ଦର ଓ ବଜାର ବ୍ୟବସ୍ଥା ଦାବି

Spread the love

 

ସୁନ୍ଦରଗଡ ତା:୨୫/୩/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ସୁନ୍ଦରଗଡ ଜିଲ୍ଲା ଆଦିବାସୀ ଅଞ୍ଚଳ ଓ ବଣ ଜଙ୍ଗଲରେ ଭରି ରହିଛି । ଖରାଦିନ ଆସିଲା ମାତ୍ରେ ମହୁଲ ଗଛରେ ଫଳ ଓ ଫୁଲ ହୋଇଥାଏ । ଏହା ଖରା ଦିନ ତଥା ବୈଶାଖ ମାସ ଶେଷ ହେବା ପର୍ଯ୍ୟନ୍ତ ହୋଇଥିବା କୁହାଯାଏ । ଏହାର ଚାହିଦା ଆମ ରାଜ୍ୟ ତଥା ଅନ୍ୟ ରାଜ୍ୟରେ ଥିବାବେଳେ ଅନ୍ୟ ଦେଶରେ ଚାହିଦା ଅଧିକ ରହିଥାଏ । ଏହି ମହୁଲ ରୁ ଅନେକ ପ୍ରକାର ମାଦକ ଦ୍ରବ୍ୟ, ଔଷଧ ,ଜେଲି, ଚକଲେଟ ତିଆରି ହେବା ସହିତ ବିଦେଶୀ ଓ ଦେଶୀ ମଦ ତିଆରି ହୋଇ ଉଚ୍ଚ ଦରରେ ବିକ୍ରୀ କରାଯାଉଛି । ମାତ୍ର ଏହାକୁ ବିକ୍ରୀ କରିବାକୁ ସରକାର କିଛି ମାଧ୍ୟମ ବାହାର ନ କରି ତାହା କିଛି ଦଲାଲ ମାନେ ମୂଲ୍ୟାଙ୍କନ କରି ଆସୁଥିବାରୁ ଜନସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି । ଏହି କାରଣରୁ ମହୁଲ ସଂଗ୍ରହକାରୀଙ୍କ ପ୍ରକୃତ ମୂଲ୍ୟ ମିଳି ନ କରୁଥିବା ବାରମ୍ବାର ଅଭିଯୋଗ ଆସୁଛି । ସବଡେଗା ବ୍ଲକ ତଥା ବାଲିସଙ୍କରା ବ୍ଲକର ବସବାସ କରୁଥିବା ଆଦିବାସୀ ମାନେ ସକାଳ ରୁ ସନ୍ଧ୍ୟା ଜାଏ ପୁରା ପରିବାର ମହୁଲ ଗୋଟାଇଲା ପରେ ତାକୁ ଚାରି ରୁ ପାଞ୍ଚ ଦିନ ଶୁଖାଇଲା ପରେ ବିକ୍ରୀ ପାଇଁ ପ୍ରସ୍ତୁତ କରିଥାନ୍ତି ।ହେଲେ ସରକାରଙ୍କ ତରଫରୁ କିଛି ସୁବିଧା ନ ଥିବା କାରଣରୁ କିଛି ଦଲାଲ ଓ ମଦ ଭାଟିରେ କମ ଦରରେ ବିକ୍ରୀ କରିବାକୁ ବାଧ୍ୟ ହୁଅନ୍ତି ।ପରିବାରର ପେଟ ପାଇଁ ତାଙ୍କୁ ଏହା କମ ଦରରେ ଦେବାକୁ ପଡ଼ିଥାଏ। ଏହାର ସ୍ଥାୟୀ ସମାଧାନ ସହିତ ସରକାରଙ୍କ ତରଫରୁ କି ସୁବିଧା କରାଯିବାକୁ ଦାବି କରାଥିବା ଜଣାପଡିଛି ।

Related Posts

About The Author

Add Comment