ବେତନଟୀ, ୦୮.୦୧.୨୦୨୧(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):- ବୈତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମହିଳା ଡାକ୍ତର ସୃଷ୍ଣା ନାୟକଙ୍କୁ ଦୁର୍ବବହାର ଘଟଣାରେ ପୁଲିସ ୩ ଜଣ ଯୁବକଙ୍କୁ ଅଟକ ରଖିଛି । ରାତି ଡ୍ୟୁଟିରେ ଥିବାବେଳେ ଶ୍ରୀମତୀ ନାୟକଙ୍କୁ କେତେକ ମଦ୍ୟପ ଯୁବକ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବାବେଳେ ଏହାକୁ ନେଇ ଡାକ୍ତରଖାନା କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏ ସଂକ୍ରାନ୍ତରେ ଡାକ୍ତର ଶ୍ରୀମତୀ ନାୟକ ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ସିପୁନ ପଣ୍ଡାଙ୍କୁ ଅବଗତ କରିବା ସହ ଥାନାରେ ମାମଲା ରୁଜୁ ହୋଇଛି। ବେତନଟୀ ଥାନା ଆଇଆଇସି ତିଳୋତ୍ତମା ରାଉତ ଏହି ଘଟଣାରେ ତିନି ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି । ମୟୂରଭଞ୍ଜ ସିଡ଼ିଏମଓଙ୍କ ନିର୍ଦ୍ଦେଶକ୍ରମେ ଡାକ୍ତର ଦୀପକ ପାଲ ଓ ଡାକ୍ତର ମାନସ ଦାସ ଘଟଣା ବାବଦରେ ଅନୁଧ୍ୟାନ କରିଛନ୍ତି।
ମହିଳା ଡାକ୍ତରଙ୍କୁ ଦୁର୍ବବହାର ଘଟଣାରେ ୩ ଅଟକ
|
January 8, 2021 |
