ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଇସ୍ତଫା ଦାବି : ଡା. ଦାମୋଦର ରାଉତ

Spread the love

ଭୁବନେଶ୍ୱର ୭/୧୨ (ସନ୍ଧାନ ନିୟୁଜ) ଗତ ୨୦୧୫ ମସିହାରେ ରାଜ୍ୟ ସରକାରଙ୍କର ମହିଳା ଓ ଶିଶୁ ବିକାଶବିଭାଗର ନିର୍ଦ୍ଦେଶକ ଢେଙ୍କାନାଳ ଜିଲ୍ଲାର ବେଲ୍ ଟିକିରିଠାରେ ଏକ ବେସରକାରୀ ଏବଂ ବିବାଦୀୟ ସଂସ୍ଥାଦ୍ୱାରା ପରିଚାଳିତ ସେଲଟର ହୋମ୍ ରେ ଯୌନଶୋଷଣ ତଥା ବାହାରକୁ ବାଳକବାଳିକା ବା ଏହାର ଅନ୍ତେବାସୀ/ଅନ୍ତେବାସିନୀମାନଙ୍କୁ ଚାଲାଣ ଏବଂ ଧର୍ମାନ୍ତରୀକରଣକୁ ଆଧାର କରି ଯେଉଁ ସଂସ୍ଥାକୁ ବେଆଇନ ଘୋଷଣା କରିଥିଲେ ଏବଂ ଅନ୍ତେବାସୀମାନଙ୍କୁ ସେମାନଙ୍କୁ ସେମାନଙ୍କର ନିଜନିଜ ଘରକୁ ପଠାଇ ଦେଇଥିଲେ ପରବର୍ତ୍ତୀ କାଳରେ ସେହି ବିବାଦୀୟ ସଂସ୍ଥାକୁ ବିଭିନ୍ନ ଜାଗାରେ ୨୬ ଗୋଟି ସେଲଟର ହୋମ୍ ବା ଶିକ୍ଷାକେନ୍ଦ୍ର ଖୋଲିବାକୁ କିଭଳି ଅନୁମତି ଦେଲେ, ଏବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜଣେ ନିରୀହ ୧୪ ବର୍ଷର ଆଦିବାସୀ ଝିଅକୁ ଗଣଧର୍ଷଣ କରାଗଲା। ଧର୍ଷଣକାରୀକୁ ସୁରକ୍ଷା ଦେବାକୁ ଯାଇ ଧର୍ଷିତାକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଗଲା। କେନ୍ଦ୍ରାପଡ଼ାରେ ୪ ବର୍ଷର ନିରୀହା ବାଳିକା ପ୍ରତି ଦୁଷ୍କର୍ମର ଅଭିଯୋଗ ଆସିବା ପରେ ଏବେ ନିକଟରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ଗୋଟିଏ ୮ ବର୍ଷର ନାବାଳିକା ପ୍ରତି ଗଣଦୁର୍ଷ୍କମ ଘଟିଲା। ଧର୍ଷଣକାରୀମାନେ ସ୍ଥାନୀୟ ବିଧାୟକଙ୍କର କର୍ମୀ ହୋଇଥିବାରୁ ସେମାନେ ଛାତି ଫୁଲାଇ ରାସ୍ତାରେ ବୁଲୁଥିବାବେଳେ ପୋଲିସ ନୀରବଦ୍ରଷ୍ଟା ହୋଇ ରହିଲା। ପ୍ରତିଦିନ ଖବରକାଗଜ ପୃଷ୍ଠା ଲେଉଟାଇଲେ ବିବାହିତା /ଅବିବାହିତା ଯୁବତୀମାନଙ୍କୁ ଗଣଦୁଷ୍କର୍ମ, ନାବାଳିକାଙ୍କ ପ୍ରତି ଦୁଷ୍କର୍ମ, ବିଭିନ୍ନ ଜାଗାରେ ଯୌତୁକଜନିତ ବଧୂହତ୍ୟା, ପିଲାମାନଙ୍କ ପାଇଁ ଯୋଗାଇଦିଆ ଯାଉଥିବା ଡାଲିକିଣାରେ ଦୁର୍ନୀତି, ଛତୁଆକିଣାରେ ଦୁର୍ନୀତି, ନଗଡ଼ା ଭଳି ଅଞ୍ଚଳରେ ପୁଷ୍ଟିହୀନତା ଯୋଗୁଁ ଶିଶୁମୃତ୍ୟୁ ଘଟଣାଗୁଡ଼ିକ ପ୍ରକାଶ ହୋଇଛି। ଅନ୍ୟ ପକ୍ଷରେ ମହିଳା ଓ ଶିଶୁବିକାଶ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତଳକୁ “ଦ୍ୱିତୀୟ ବିକାଶ ପୁରୁଷ’ ଭାବରେ ଶାସକ ଦଳ ତରଫରୁ ପ୍ରଚାର କରାଯାଉଛି। ମହିଳା ଓ ଶିଶୁମାନଙ୍କ ଉପରେ ଅବାରିତ ଭାବରେ ଚାଲୁଥିବା ଲଜ୍ଜାଜନକ ଦୁଷ୍କର୍ମ, ଧର୍ଷଣ, ଗଣଦୁଷ୍କର୍ମ ଯୋଗୁଁ ଓଡ଼ିଶା ଏବଂ ଓଡ଼ିଆ ଜାତିର ମୁଣ୍ଡ ତଳକୁ ହେଉଥିବା ବେଳେ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଜଗତସିଂହପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ପାରାଦୀପ ନିର୍ବାଚନ ମଣ୍ଡଳୀରେ ଡେରା ପକାଇଛନ୍ତି। ସେଠାରେ ରାଜ୍ୟ ସରକାରଙ୍କ ଗଣତାନ୍ତ୍ରିକ ବିରୋଧକୁ କଣ୍ଠରୋଧ କରିବା ପାଇଁ ବାହାରୁ ନିଶାସକ୍ତ ଯୁବକମାନଙ୍କୁ ନେଇ ହୁଙ୍କାର ଦେଉଛନ୍ତି। ବିଶେଷ ଭାବରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀ ସାମଲ, ସ୍ୱାସ୍ଥ୍ୟ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ମନ୍ତ୍ରୀ ଭାବରେ ନିଜ ନିଜ ଦାୟିତ୍ୱ ନ ତୁଲାଇ ପାରାଦୀପରେ “ଦାମ ଦଳନ’ ବ୍ୟୂହ ରଚନା କରୁଛନ୍ତି। ଏଥିପାଇଁ ବାରବାଟୀ ବିଧାୟକଙ୍କୁ ନେଇ ଅଜସ୍ର ଅର୍ଥବ୍ୟୟରେ ଚାରିଚକିଆ ଓ ଦୁଇଚକିଆ ଯାନରେ ଲୋକସଂପର୍କ ପଦଯାତ୍ରା କରୁଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କର ତ୍ରୁଟିବିଚ୍ୟୁତି ଏବଂ ଦୁର୍ନୀତି ସଂପର୍କରେ କିଛି ମତବ୍ୟକ୍ତ କଲେ ତତ୍ କ୍ଷଣାତ୍ ଶାସକ ବିଜେଡିର ମୁଖପାତ୍ରମାନେ ଧର୍ମେନ୍ଦ୍ର ଓଡ଼ିଶାର ବିକାଶକୁ ସହିପାରୁ ନାହାନ୍ତି ବୋଲି ଅଭିଯୋଗ କରୁଛନ୍ତି। ତେବେ ବିଜେଡି ମୁଖପାତ୍ରଙ୍କର ବିକାଶ କ’ଣ ବୁଝିବାକୁ ହେବ ଯେ ନାବାଳିକାମାନଙ୍କ ପ୍ରତି ଦୁଷ୍କର୍ମର ସଂପ୍ରସାରଣ, ଯୁବତୀ ଓ ମହିଳାଙ୍କୁ ଧର୍ଷଣ ଏବଂ ହତ୍ୟା ଘଟଣାର ସଂପ୍ରସାରଣ, ଡାଲି ଓ ଛତୁଆ ଦୁର୍ନୀତି ଯୋଗୁଁ ଛୋଟ ପିଲାଙ୍କ ଭିତରେ ପୁଷ୍ଟିହୀନତା ଯୋଗୁଁ ମୃତ୍ୟୁର ସଂପ୍ରସାରଣ

Related Posts

About The Author

Add Comment