ମୁମ୍ବାଇ, ୦୧/୧୨ (ସନ୍ଧାନ ନିଉଜ) : ସରିଲା ନିର୍ବାଚନ ଗାଡ଼ିରେ ବସିଲେ କିଙ୍ଗ ମେକର । କିନ୍ତୁ ବାଚସ୍ପତି ପାଇଁ ଚାଲିଥିଲା ତୁତୁ ମେ ମେ ଯାହା ଆଜି ସମାପ୍ତ ହେଇଛି । ଶାସକ ଶିବସେନା-ଏନସିପି-କଂଗ୍ରେସ ଦଳର ପାର୍ଥୀ ନାନା ପଟୋଲେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ନିର୍ବାଚିତ ହୋଇଛନ୍ତି । ସେ ଅପ୍ରତିଦ୍ବନ୍ଦ୍ବିଭାବେ ନିର୍ବାଚିତ ହୋଇଛନ୍ତି । ବାଚସ୍ପତି ପଦ ପାଇଁ ଶାସକ ଦଳର ପ୍ରାର୍ଥୀଙ୍କୁ କଡା ଟକ୍କରର ଦେବା ପାଇଁ ବିଜେପି ପ୍ରାର୍ଥୀ ଛିଡା କରିଥିଲା ।
ତେବେ ଶେଷ ମୁହୂର୍ତ୍ତରେ ବିଜେପି ନିଜ ପ୍ରାର୍ଥୀ ନାମ ପ୍ରତ୍ୟାହାର କରି ନେଇଥିଲା । ବିଜେପି ଏହି ପଦ ପାଇଁ କିଷାନ କଠୋରେଙ୍କ ନାଁ ପ୍ରସ୍ତାବ ଦେଇଥିଲା । ସକାଳ 10ଟା 30 ରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ସମୟ ନିର୍ଦ୍ଧାରିତ ଥିଲା । ଅନ୍ୟ ଦଳମାନଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ସ୍ପିକର ନିର୍ବାଚନ ଅପ୍ରତିଦ୍ୱନ୍ଦିତାମୂଳକ ଭାବେ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ବିଜେପି କହିଛି ।