ମହାନଦୀ ପାଇଁ ମିଛ କାନ୍ଦଣାର ଫଳ: ଶୁଖିଲା ପଡିଛି ହାଇଲେବଲ କେନାଲ, ଖରାଦିନିଆ ବିରିମୁଗ ଚାଷ ବନ୍ଦ

Spread the love
  • 20
    Shares

ଯାଜପୁର,, ୨୨/୫(ସନ୍ଧାନ ନିୟୁଜ୍/ମାନସ ରାଉତ)- ଚାଷୀଙ୍କ ହିତ ପାଇଁ ବିଟ୍ରିଶ ସମୟରୁ ହାଇଲେବଲ କେନାଲର ଖନନ ହୋଇଥିବା ବେଳେ ତାହା ଏବେ ଚାଷୀଙ୍କ ହିତରେ ଆସୁନଥିବା ଦେଖାଯାଇଛି । ୧୨ମାସରେ କେନାଲରେ ୪ମାସ ଧରି ପାଣି ରହୁଥିବା ବେଳେ ୮ମାସ ଧରି ଶୁଖିଲା ପଡୁଛି । ପୁଣି ଏଷବ ମହାନଦୀରେ ପାଣି ନଥିବାରୁ ଏହି କେନାଲରେ ପାଣି ଛଡାଯାଉନାହିଁ । ପାଣିକୁ ନେଉ ଉଭୟ କେନ୍ଦ୍ର ଏବଂ ଓଡିଶା ସରାକର ନିଜ ଭିତରେ ଟଣା ଓଟରା ହେଉଥିବା ବେଳେ ବାସ୍ତବରେ ଚାଷୀଙ୍କ ସମସ୍ୟାକୁ କେହିଁ ଆଡ ଆଖିରେ ଦେଖୁନାହାନ୍ତି । ନିକଟରେ ମହାନନ୍ଦୀ ମହାସଂଗ୍ରାମର ରାଲି ସମଗ୍ର ଓଡିଶା ପରିକ୍ରମା କରୁଥିବା ବେଳେ ସୋମବାର ଚଣ୍ଡିଖୋଲରେ ଏହାକୁ ନେଇ ନେତା ମାନେ କୁମ୍ଭୀର କାନ୍ଦାଣ କାନ୍ଦିଛନ୍ତି । ମାତ୍ର ପକୃତରେ ଚାଷୀ ପାଣି ନପାଆନ୍ତୁ ତାହା କେହି ଚାହୁ ନାହାନ୍ତି । ମହାନଦୀରେ ପାଣି ଆସିଲେ ଓଡିଶା ସରକାର କମ୍ପାନୀ ମାନଙ୍କୁ ବିକି୍ର କରି ନିଜ ଦଳର ପକେଟ ଫୁଲ କରିବା ଇଚ୍ଛାରେ ରହୁଥିବା ବେଳେ ବିଜେପି ସରକାର ମଧ୍ୟ ଓଡିଶାରୁ ରାଜନୌତିକ ସଫଳତା ହାସଲ ନକରିପାରୁଥିବାରୁ ମହାନଦୀର ଜଳକୁ ଚତିଶଗଡ ବନ୍ଧ କରିଦେଲେ ମଧ୍ୟ ପ୍ରତିବିଦା କରୁନାହିଁ । ଏହି ଦୁଇଟି ଦଳର ଓଡିଶା ବାସୀଙ୍କ ପାଇଁ ମିଛ କାନ୍ଦଣା ଏବେ ଓଡିଶା ବସୀ ବୁଝିବା ଗଲେଣି । ହାଇଲେବେଲ୍ କେନାଲ ଏଭଳି ଅନେକ ସମୟରେ ପାଣି ରହୁନଥିବାରୁ ଚାଷୀମାନେ ପାଣିର ଅଭାବରୁ ଫସଲ ଉପାôଦନରେ ଅସୁବିଧାରେ ପଡୁଛନ୍ତି । ଏହି କେନାଲର ଉଭୟ ପଟରେ ରହୁଥିବା ଚାଷୀମାନଙ୍କର ଏକକ ପସଲ ଧାନ କରାଯାଉଥିବା ବେଳେ ଧାନ ଅମଳ ପରେ ଖରାଦିନରେ ଲୋକମାନେ ବିରି ଏବଂ ମୁଗ ବୁଣିଥାନ୍ତି । ମାତ୍ର ପାଣି ନଥିବାରୁ ଲୋକମାନେ ଚଳିତ ବର୍ଷ ବିରି ମୁଗ ବୁଣିନଥିବା ଦେଖାଯାଇଛି । ଜିଲ୍ଲାର ଛତିଆଠାରୁ ଆରମ୍ଭ ହୋଇଥିବା ଏହି କେନାଲ କଡରେ ବଡଚଣାର ୪୫ଟି ଗ୍ରାମର ପ୍ରାୟ ୩୫୦୦ରୁ ଉର୍ଦ୍ଧଚାଷୀ, ସେହିପରି ଧର୍ମଶାଳା ବ୍ଲକର ହରିଦାସୁପର, ନେଉଳପୁର, ରାଆଁଶାଳା, କଦଳା, ସାରୋଇ, ସୁନ୍ଦରିଆ, ଷଣ୍ଢପୁର, ହରିଦେଇପୁର, କଂଟାବଣିଆ, ଥାନୁଆଳ, ଇମାମନଗର, ରଥିଆ, ଜୋରପାରି, ପାଟପୁର, କଂଟିଗଡିଆ, ସିଦ୍ଧିପୁର, ଚୋକଡା, କୁସ୍ତିରା, ଜେନାପୁର ସମେତ ପ୍ରାୟ ୫୦ରୁ ଉର୍ଦ୍ଧଗ୍ରାମର ୪୨୦୦ ଚାଷୀ ମାନେ ନିର୍ଭର କରଥାନ୍ତି । କେନାଲଟି ବଡଚଣା ଏବଂ ଧର୍ମଶାଳା ୮ହଜାର ହେକ୍ଟର ଜମିକୁ ଜଳସେଚତି କରୁଥିବା ବେଳେ ସେଥିମଧ୍ୟରୁ ଧର୍ମଶାଳାର ୩୫୮୪ ହେକ୍ଟର ଜମିରେ ଚାଷୀ ମାନେ ଧାନ ପରେ ପରେ ବିରି କିମ୍ଭା ମୁଗ ବୁଣିଥାନ୍ତି । କେନାଲାଟିରେ ମୋଟ ୧୦ଟି ଶାଖା କେନାଲ ରହିଥିବା ବେଳେ କଢ଼େଇ, ରସୁଲଝରି, ୫ନଂ ରାଜପଥ ନିକଟରେ ୩ଟି ଏସ୍କେପ ରହିଛି । ସେହିପରି ଏହାଠାରୁ ବାହାରିଥିବା ଶାଖାନାଳ ଗୁଡିକ କଡ କଡରେ ଆହୁରି ଅନେକ ଗ୍ରାମ ଚାଷ କରି ନିଜର ଜିବିକା ନିର୍ବାହ କରିଥାନ୍ତି । ମାତ୍ର କେନାଲରେ ପାଣି ଛଡାଯାଉନଥିବାରୁ ଚାଷୀ ମାନେ ଚାଷ କରିବା ନେଇ ପାଣି ସମସ୍ୟରେ ଘାରି ହେଉଛନ୍ତି । ଫଳରେ ଚଳିତ ବର୍ଷ ଧାନ ଚାଷରେ ପାଣି ଜନିତ ସମସ୍ୟ ପାଇଁ ଫସଲ ଅମଳରେ ବାଧା ହୋଇଥିଲା ଯେଉଁଥିପାଇଁ ଚାଷୀ ନିଜର ଧାର୍ଯ୍ୟଲକ୍ଷ୍ୟ ଠାରୁ କମ୍ରେ ଧାନ ପାଇପାରିଥିଲା । ଧାନା ଅମଳ ପରେ ବିଲରେ ରବି ଫସଲ ଅନ୍ୟକିଛି ହେଉନଥିବାରୁ ଲୋକମାନେ ବିରି ଏବଂ ମୁଗ ବୁଣିଥାନ୍ତି । ମାତ୍ର କେନାଲରେ ପାଣି ନଥିବାର ଏଥରକୁ କୈଣସିବି ଚାଷୀ ମୁଗ କିମ୍ଭା ବିରି ବୁଣି ନାହାନ୍ତି । ପାଣି ଛାଡିବା ପାଇଁ ଚାଷୀ ମାନେ ଦବି କରୁଥିଲେ ମଧ୍ୟ ଅଦ୍ୟବିଧି ପାଣି ଛଡାଯାଇନାହିଁ । ଅନ୍ୟପଟରେ ଗ୍ରୀସ୍ମ ପ୍ରବାହ ଜାରି ରହିଥିବା ବେଳେ ଏହାର ପାଣିକୁ ଗୃହପାଳିତ ପଶୁ ପକ୍ଷୀ ମାନେ ପିଇଥାନ୍ତି । ପାଣି ନଥିବାରୁ ସେମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର କୂଳବର୍ତ୍ତୀ ଗ୍ରାମମାନଙ୍କର ଲୋକମାନେ ସ୍ନାନ କରିବା ପାଇଁ ନିର୍ଭଳଶୀଳ ଥିଲେ ମଧ୍ୟ ପାଣଇ ଅଭାବରୁ ତାହା ହେଉନଥିବା ଜଣାଯାଇଛି । କଟକରୁ ଜଗତପୁର ଠାରୁ ବିରୁପା ନଦୀର ଏକ ଶାଖାରୁ ଏହା ବାହାରି ଜେନାପୁର ଠାରେ ବ୍ରାହ୍ନଣୀନଦୀରେ ମିଶିଛି । ଯାହାଫଳରେ ଖାଲି ଯାଜପୁର ନୁହେଁ ବରଂ କଟକ ଜିଲ୍ଲାର ଟାଙ୍ଗୀ, ଚୌଦୁରା ବ୍ଲକ ମଧ୍ୟ ଏହାର ପାଣି ଉପରେ ନିର୍ଭର କରନ୍ତି । ଏହି ବ୍ଲକ ଦ୍ୱୟକୁ ମିଶାଇ ଯାଜପୁରର ବଡଚଣା, ଧର୍ମଶାଳା, ରସୁଲପୁର ବ୍ଲକର ବହୁ ଚାଷୀ ଜନସାଧରଣ ନିଜର ଜବନ ଏବଂ ଜିବକା ସହ ଏହାକୁ ଜଡିତ କରିଛନ୍ତି । ମାତ୍ର କୃତ୍ତପକ୍ଷଙ୍କ ବେଖିଆଲି ମନୋଭାବ ପାଇଁ ଏହି ୫ଟି ବ୍ଲକରୁ ଜନସାଧରଣ ଅସୁବିଧା ଭୋଗିବାରେ ଲାଗିଛନ୍ତି । ଏପରକି ପାଣି ପାଇଁ ସେମାନଙ୍କ ଅସନ୍ତୋଷ ତ୍ରୀବ ହେବାରେ ଲାଗିଛି । ଏହାର ପାଣି ସମସ୍ୟକୁ ଦେଖି କୃଷି ବିଭାଗର ଚାଷୀଙ୍କୁ ବିରି ମୁଗ ବିହନ ଯୋଗାଉଥିବା ବେଳେ ଚଳିତ ବର୍ଷ ବିହନ ଦିଆଯାଇନାହିଁ । ଗତବର୍ଷ ବଡବଡ ନଦୀମାନଙ୍କରେ ବନ୍ୟ ନଥିବାରୁ ନଦୀକୂଳର ଚାଷୀ ମାନେ ବହୁ ପରିମାଣରେ ଧାନ ଚାଷ କରିଥିଲେ । ବିରି ମୁଗ କମ ପରିମାଣରେ ଅମଳ ହୋଇଥିବାରୁ ଏବେ ବଜାରରେ ଦର ୧୧୦ ଟଫି ଯାଇଛି । ପାଣି ଥିଲେ ଚଳିତ ବର୍ଷ କେନାଲରେ କିଛି ପରିମାଣରେ ବିର ମୁଗ ଅମଳ ହୋଇପାରିଥାନ୍ତା ବୋଲି ବହୁ ଚାଷୀ ପ୍ରକାଶ କରିଛନ୍ତି । ଏହି ପାଣି ଅଭାବ ପାଇଁ ଧର୍ମଶାଳାରେ ବିରି ମୁଗ ଯଥେଷ୍ଟ କମ ହେବ ବୋଲି କୃଷି ଅଧିକାରୀ ସମାପିକା କର ପ୍ରକାଶ କରିଛନ୍ତି । ଏହାର ପ୍ରଭାବରେ ବିରି ମୁଗ ଦର ଅତ୍ୟଧିକ ବଢ଼ିବାରେ ଆଶଙ୍କା ଦେଖାଦେଇଛି । ଏବିଷୟରେ ଚଣ୍ଡିଖୋଲସ୍ଥିତ ଜଳସମ୍ପଦ କାର୍ଯ୍ୟଳୟରେ ଯୋଗଯୋଗ କରିବାରୁ ଆମେ ପାଣି ଛାଡିବା ପାଇଁ ଚିଠି ଲେିଖିଛୁ ଖୁବ ଶୀଘ୍ର ପାଣି ଯୋଗାଇଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ତୁରନ୍ତ କେନାଲରେ ପାଣି ଛାଡିବା ପାଇଁ ଜିଲ୍ଲା ବିଜେପି, ବିଭିନ୍ନ ଅନୁଷ୍ଠାନ, ଅନ୍ୟ ରାଜନୌତିକ ଦଳ, ବହୁଚାଷୀ ଏବଂ ଜନସାଧରଣ ମିଳିତ ଭାବେ ଦାବି କରିଛନ୍ତି ।

  • 20
    Shares

Related Posts

About The Author

Add Comment