ନୂଆ ଦିଲ୍ଲୀ ୩୧ ମଇ (ସନ୍ଧାନ ନୁ୍ୟଜ୍/ମାନସ କୁମାର ରାଉତ) ମହାନଦୀ ଜଳବିବାଦ ଆୟୋଗ ଆଜି ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ, ୧୯୫୯ର ଧାରା ୪ ଅନୁସାରେ ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ ଏବଂ ମହାରାଷ୍ଟ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏହି ନୋଟିସରେ ସଂପୃକ୍ତ ରାଜ୍ୟ ସରକାରମାନେ ମହାନଦୀ ଜଳବିବାଦ ଘେନି ନ୍ୟାୟିକ ନିର୍ଣ୍ଣୟ ସକାଶେ ଅଗଷ୍ଟ ୦୮, ୨୦୧୮ ସୁଦ୍ଧା ନିଜ ନିଜର ପ୍ରତିନିଧି ମନୋନୀତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନୋଟିସରେ ଆହୁରି କୁହାଯାଇଛି ଯେ, ଯଦି ଏହି ନିର୍ଦ୍ଧାରିତ ଅବଧି ମଧ୍ୟରେ ରାଜ୍ୟମାନେ କୌଣସି ପ୍ରତିନିଧି ମନୋନୀତ ନ କରନ୍ତି, ସଂପୃକ୍ତ ରାଜ୍ୟ ସରକାରମାନଙ୍କ ପ୍ରତିନିଧିଙ୍କ ଅନୁପସ୍ଥିତିରେଏହି ପ୍ରସଙ୍ଗ ଉପରେ ନିର୍ଣ୍ଣୟ କରାଯିବ।
ପୂର୍ବରୁ ଓଡ଼ିଶା ସରକାରଙ୍କ ଅନୁରୋଧ କ୍ରମେ ଆନ୍ତଃରାଜ୍ୟ ନଦୀ ଜଳବିବାଦ (ଆଇଆରଏସଡ଼ବ୍ଲୁଡ଼ି) ଆଇନ, ୧୯୫୬ର ଧାରା ୩ ଅନୁସାରେ କେନ୍ଦ୍ର ସରକାର ମାର୍ଚ୍ଚ ୧୨, ୨୦୧୮ ତାରିଖ ଦିନ ମହାନଦୀ ଜଳବିବାଦ ଆୟୋଗ ଗଠନ କରିଥିଲେ। କେନ୍ଦ୍ର ସରକାର ଆଇଏସଆରଡ଼ବ୍ଲୁଡ଼ି ଆଇନ, ୧୯୫୬ର ଧାରା ୪ ଅନୁସାରେ ଆୟୋଗଙ୍କ ନ୍ୟାୟିକ ନିର୍ଣ୍ଣୟ ଗ୍ରହଣ କରିବା ସକାଶେ ଏପ୍ରିଲ ୧୭, ୨୦୧୮ରେ ସିଦ୍ଧାନ୍ତ ଗ୍ରହଣ କରିଥିଲେ।