ମହଙ୍ଗା ପଡିଛି ଅଫିସ ସମୟରେ ମଦ୍ୟପାନ କରିବା; ୩ କର୍ମଚାରୀ ଜିଲ୍ଲାପାଳଙ୍କ ଦ୍ୱାରା ନିଲମ୍ବିତ

Spread the love

ଯାଜପୁର ୧୩/୭ (ସନ୍ଧାନ ନିୟୁଜ ) ମହଙ୍ଗା ପଡିଛି ଅଫିସ ସମୟରେ ମଦ୍ୟପାନ କରିବା । ୩ କର୍ମଚାରୀ ଜିଲ୍ଲାପାଳଙ୍କ ଦ୍ୱାରା ନିଲମ୍ବିତ ହୋଇଥିବା ଖବର ଏବେ ଚର୍ଚ୍ଚାକୁ ଆସିଛି । ସରକାର ଜନସାଧାରଣଙ୍କ ପାଇଁ ବିବିଧ ଯୋଜନା କରିଛନ୍ତି ସେହି ଯୋଜନା ଗୁଡିକ କାର୍ଯ୍ୟକାରୀ କରିବାକୁ ମାସିକ ହଜାର ହଜାର ଟଙ୍କା ଦରମା ପାଇ କର୍ମଚାରୀ ନିଯୁକ୍ତି ପାଇଛନ୍ତି । ଏହି ଯୋଜନା ଯେପରି ତୃଣମୁଳ ସ୍ତରର ଲୋକଙ୍କ ପର‌୍ୟ୍ୟନ୍ତ ପହଂଚିବ ଓ ସେମାନେ ଉପକୃତ ହେବେ,ଏହାହିଁ ମୁଳଲକ୍ଷ୍ୟ ହୋଇଥିବା ବେଳେ ଅପରପକ୍ଷରେ କାର୍ଯ୍ୟରେ ସ୍ୱଚ୍ଛତା ଓ ସମୟାନୁବର୍ତିତା,ଟେକନୋଲୋଜି,ନୂତନ ଚିନ୍ତାଧାରା,ସାମୁହିକ ଉଦ୍ୟମ ଦ୍ୱାରା ସପଂଳତା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ୫T ପରାମର୍ଶ ଦେଇ ପ୍ରଶାସନକୁ ଚଳଚଂଚଳ କରିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି ।

 ପାଇଁ ତେବେ କିଛି ଲଗାମ ଛଡା ଓ ଅସାଧୁ କର୍ମଚାରୀଙ୍କ ପାଇଁ ଅନେକ କ୍ଷେତ୍ରରେ ଯୋଜନାର ସୁଫଳ ମିଳୁନାହିଁ । କିନ୍ତୁ ପ୍ରଶାସନ ଜନସାଧାରଣଙ୍କ ପାଖରେ ନିନ୍ଦିତ ହେଉଛି । ଶୁକ୍ରବାର ସେହିପରି ଏକ ଘଟଣାରେ ଯାଜପୁର ଜିଲାପାଳ ରଂଜନ କୁମାର ଦାସ ଯୋଗାଣ ବିଭାଗ ଅପିଂସ ଅତର୍କିତ ଚଢ଼ାଉ କରି ୩ଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡିଛି ।

ଅଫିସ ସମୟ ମଧ୍ୟରେ ଯୋଗାଣ ବିଭାଗର କର୍ମଚାରୀ ଅଫିସ ନିକଟସ୍ଥ ଏକ ହୋଟେଲରେ ମଦ୍ୟପାନ କରୁଥିବା ସୁଚନା ପାଇ ଜିଲାପାଳ ସେହି ହୋଟେଲ ଉପରେ ଚଢ଼ାଉ କରିଥିଲେ । ତେବେ ମିଲନ ହୋଟେଲରୁ ବରିଷ୍ଠ କିରାଣୀ ଲକ୍ଷ୍ମୀଧର ନନ୍ଦ,ଜୁନିଅର ଏକାଉଣ୍ଟାଂଟ୍ ଗୌତମ ରାୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପ୍ରଭାକର ନାଥ ଜିଲାପାଳଙ୍କ ହାତରେ ମଦ୍ୟପାନରେ ନିମଗ୍ନ ଥିବା ବେଳେ ଧରାପଡିଥିଲେ । ସରକାରୀ କର୍ମଚାରୀ ଜନସାଧାରଣଙ୍କ ସେବା ପାଇଁ ଦରମା ପାଉଥିବା ବେଳେ ଅପିଂସ କାର‌୍ୟ୍ୟ ସମୟରେ ଏପରି ଘଟଣା ଆଦୌ ଗ୍ରହଣୀୟ ନୁହେଁ ବୋଲି ଜିଲାପାଳ ସୂଚନା ଦେଇ ଏହି ୩ ଜଣଙ୍କୁ ନିଲମ୍ବିତ କରିଛନ୍ତି ।

Related Posts

About The Author

Add Comment