ମଲା ପରେ ମଧ୍ୟ ଶବ ଚିନ୍ତାରେ

Spread the love

 

ସୁନ୍ଦରଗଡ ତା:୨୦/୫/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ଜନ୍ମ ଓ ମୃତ୍ୟୁ ଜୀବନର ଏକ ବିରାଟ ସତ୍ୟ । ମୃତ୍ୟୁ ପରେ ମଧ୍ୟ ସବ ସଂସ୍କାର ପାଇଁ ସ୍ଥାନ ନ ଥିବା କାରଣରୁ ମନେ ହେଉଛି , ଶବ ଚିନ୍ତାକରୁଚି ମୁଁ କୋଉ ସ୍ଥାନରୁ ସ୍ବର୍ଗ କୁ ଯିବି । ନିଜ ଭିଟାମାଟି ରେ ଅନେକ ଲୋକଙ୍କ ପାଇଁ ହିତ କାର୍ଯ୍ୟ କରି ଜୀବନ କାଟିଲା ପରେ ମଧ୍ୟ ନିସହାୟ ।ସୁନ୍ଦରଗଡ ଜିଲ୍ଲାରେ ଏମିତି ଅଞ୍ଚଳ ଏବେ ମଧ୍ୟ ରହିଛି ଯୋଉ ସ୍ଥାନରେ ମଧ୍ୟ ଶବଦାହ କରିବାର ସ୍ଥାନ ନ ଥିବା କାରଣରୁ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ରାଏବାଗା ପଞ୍ଚାୟତ ର ନୁଆଡ଼ିହି ଗ୍ରାମରେ ଅନାଦି କାଳରୁ ସ୍ଵର୍ଗଦ୍ଵାର ତିଆରି ହୋଇ ପାରିନି। ସ୍ୱାଧୀନତା ପର ଠାରୁଆଜି ପର୍ଯ୍ୟନ୍ତ ସରକାର ପରିବର୍ତ୍ତନ ସହିତ ବିଭିନ୍ନ ଯୋଜନାର ଲୋକେ ଲାଭ ଉଠାଉଥିବା ବେଳେ ଏହି ଗ୍ରାମରେ ଯୋଜନା ଆସୁଛି ସତ୍ ହେଲେ ତାହା ପ୍ରଶାସନ ଅଧିକାରୀଙ୍କ ଅବହେଳା ଯୋଗୁଁ କାର୍ଯ୍ୟକାରୀ ହୋଇପାରୁ ନ ଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ତା ସହିତ ଏହି ଅଞ୍ଚଳକୁ ପ୍ରଶାସନ ଦୃଷ୍ଟି ନ ଦେବା ବୁଦ୍ଧିଜୀବୀ ମହଲରେ ତିକ୍ତତା ବଢିବାରେ ଲାଗିଛି । ଅଟିଶୀଘ୍ର ଏଥିପ୍ରତି ଦୃଷ୍ଟିଦେଇ ବିହିତ କାର୍ଯ୍ୟ ଗ୍ରହଣ କରିବାକୁ ଦାବି ହେଉଛି ।

Related Posts

About The Author

Add Comment