ମରଣଯନ୍ତା ଜାତୀୟ ରାଜପଥ ରେମୁଣା ଠାରୁ ଭଦ୍ରକ: ଟୋଲ ଆଦାୟରେ ବ୍ୟସ୍ତ କମ୍ପାନୀ, ନାଇରେ ଜଡାତେଲ ଦେଇ ସୋଇଛି ରାଜପଥ କର୍ତ୍ତୁପକ୍ଷ, ମାସିକିଆ ମ୍ୟାନେଜରେ ନେତା ମନ୍ତ୍ରୀ ଓ ଅଧିକାରୀ

Spread the love
  •  
  •  
  •  
  •  
  •  

ଟୋଲ ଆଦାୟରେ ବ୍ୟସ୍ତ କମ୍ପାନୀ

ନାଇରେ ଜଡାତେଲ ଦେଇ ସୋଇଛି ରାଜପଥ କର୍ତ୍ତୁପକ୍ଷ

ମାସିକିଆ ମ୍ୟାନେଜରେ ନେତା ମନ୍ତ୍ରୀ ଓ ଅଧିକାରୀ

ଭୁବନେଶ୍ୱର/ବାଲେଶ୍ୱର, (ସନ୍ଧାନ ନିୟୁଜ) ଜାତୀୟ ରାଜପଥ କଥାରେ ଅଛି ସେଠାରେ ମୁହଁ ଦେଖିଲେ ନିଜର ପ୍ରତିଛବି ଦେଖାଯାଏ। କିନ୍ତୁ ଓଡିଶାର ଜାତୀୟ ରାଜପଥ ବିପର୍ଯ୍ୟସ୍ତ। ଯେମିତି ଏହାର ରାଜପଥ ନୁହେଁ ଜମର ଦ୍ୱାରା। ଫଳରେ ଏହି ରାଜପଥ ଉପରେ ଜମି ବସି ରହି ପ୍ରତିଦିନ କାହାକୁ ନା କାହାକୁ ମୃତ୍ୟୁର ଦ୍ୱାରକୁ ନେଇଥାଏ। ବିଶେଷତଃ ରେମୁଣା ଠାରୁ ଭଦ୍ରକ ପ୍ରର୍ଯ୍ୟନ୍ତ୍ ରାଜପଥ ଉପରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଆଲୋକୀ କରଣ ହୋଇନଥିବାରୁ ରାତ୍ରୀ କାଳୀନ ଯାତ୍ରୀମାନେ ଦୃର୍ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କରୁଥିବା ବେଳେ ଅନେକଙ୍କ ଗୁରୁତର ଭାବେ ଆହତ ହେଉଛନ୍ତି। ଏପରକି କିଛି ସ୍ଥାନରେ ରାସ୍ତାର ଗୋଟିଏ ପଟରେ ମାଟି ଗଦା କରି ରାସ୍ତା ବନ୍ଦ କରାଯାଇଛି। କିନ୍ତୁ ସେଠାରେ କାହାରିକି ଜଗା ଯାଇନାହିଁ କିମ୍ଭା ଏଠାରେ ଅନ୍ୟ ପାର୍ଶ୍ୟକୁ ଯିବା ପାଇଁ ସଙ୍କେତ ବା ରେଡିୟମ, ପୂର୍ବ ସୂଚନା ମଧ୍ୟ ରହିନାହିଁ। ଏପରକି ରାସ୍ତା ଉପରେ ମୋଟା ଅଙ୍କର ଗୋଟିବାଲି ଜମା ହୋଇ ରହିଥିବା ବେଳେ ତାହାକୁ ସଫା ହେଉନାହିଁ। ଅନ୍ୟ ପଟରେ ରାସ୍ତା ଉପରେ କୁକୁର ଗାଇଗୋରୁ ଚଳପ୍ରଚଳ କରିବା ସହିତ ରାସ୍ତା ଉପରେ ଶୋଇ ରହୁଛନ୍ତି ଏମାନଙ୍କ ଅନ୍ୟତ୍ର ସ୍ଥାନାନ୍ତର କରାଯାଇନାହିଁ। କଳା ଗାଇ ଗୋରୁ ରାତ୍ରୀ କାଳୀନ ଦେଖାଯାଉନଥିବାରୁ ସେଥିଯୋଗୁ ଅଧିକାଂଶ ଦୃର୍ଘଟଣା ଘଟୁଛି। ଏପରକି ଅନେକ ଛାତ୍ରଛାତ୍ରୀ ନିକଟରେ ଦୃର୍ଘଟଣା ଘଟି ପାଠ ଛାଡିବାକୁ ବସିଛନ୍ତି। ପୋଲିସ ମଧ୍ୟ କେବଳ ନେତା ମନ୍ତ୍ରୀଙ୍କ ପାଇଁ ରାଜପଥ ଉପରେ କାଁ ଭଁ ଜଗୁଥିବା ବେଳେ ପରିବହନ ଅଧିକାରୀ କେବଳ ନିଜର ଫାଇନ କାଟିବାରେ ବ୍ୟସ୍ତ ରହୁଛନ୍ତି। ଅନ୍ୟପଟରେ ରାସ୍ତା ଭଲ ନଥିଲେ ବା ରାସ୍ତା କାର୍ଯ୍ୟ ଚାଲୁଥିଲେ ସେଥିରୁ ଟକସ ଗ୍ରହଣ କରାଯିବା କଥା ନୁହେଁ। ଏହି ନିୟମକୁ ଜଳାଞ୍ଜଳୀ ଦେଇ ଦୁଇ ଦୁଇଟି ଟିକସ କେନ୍ଦ୍ର ଗାଡି ମଟର ଠାରୁ ଟିକସ ନେଉଛନ୍ତି। ଏହି ରାସ୍ତା ଦେଇ ପ୍ରତିଦିବ ନେତା ମନ୍ତ୍ରୀ ଏବଂ ବଡ ବଡ ଅଧିକାରୀ ଯିବା ଆସିବା କରୁଥିବା ବେଳେ କାହାରିକି ଏହାର ସମାଧାନ କରିବାକୁ ପ୍ରଚେଷ୍ଟା କରିନାହାନ୍ତି। ଟେଣ୍ଡର ନେଇଥିବା କମ୍ପାନୀ ମଧ୍ୟ ନେତା ମନ୍ତ୍ରୀ ଏବଂ ଅଧିକାରୀଙ୍କ ମାସିକିଆ ମ୍ୟାନେଜ କରି ନିଜର କାଁଭାଁ ଦାୟିତ୍ୱ ସାରୁଛନ୍ତି। ତୁରନ୍ତ ରାସ୍ତା ଉପରେ ଗାଇ ଗୋରୁ କୁୁକୁର ହଠାଇବା, ଖାଲଖମା ରାସ୍ତା ମରାମତି କରିବା, ରାସ୍ତା ଉପରୁ ଧିୂଳି ସଫା କରିବା, ରେଡିୟମ ଏବଂ ଅନ୍ୟାନ ସମସ୍ତ ସଙ୍କେତ ବସାଇବା, ଆଲୋକୀ କରଣ କରିବାକୁ ବୁଦ୍ଧିଜୀବି ଯାତ୍ରୀ ମହଲରେ ଦାବି ହେଉଛି। ନଚେତ ଆଗମୀ ଦିନରେ ଅନ୍ଦୋଳନ କରାଯିବା ବୋଲି ଚେତାବନୀ ଦିଆଯାଇଛି।

Related Posts

About The Author

Add Comment