ମମିତା ହତ୍ୟା ମାମଲା: ରିମାଣ୍ଡ ମଞ୍ଜୁର କଲେ ବଙ୍ଗୋମୁଣ୍ଡା JMFC କୋର୍ଟ, ୫ ଦିନିଆ ରିମାଣ୍ଡରେ ଯିବ ଅଭିଯୁକ୍ତ ଗୋବିନ୍ଦ ସାହୁ

Spread the love

ବଲାଙ୍ଗୀର, ୨୦/୧୦ (ସନ୍ଧାନ ନିଉଜ) : ସ୍କୁଲ ଅଧ୍ୟକ୍ଷା ମମିତା ହତ୍ୟା ମାମଲାରେ ଆଜି କୋର୍ଟରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ହାଜର କରିଥିଲା ଭବାନୀପାଟଣା ପୋଲିସ୍ । ପୂର୍ବରୁ ନିଜ ଦୋଷ ସ୍ୱିକାର କରିଥିବା ଗୋବିନ୍ଦ ସାହୁକୁ ସିନ୍ ରିକ୍ରିଏସନ୍ ପାଇଁ ପୋଲିସ୍ ପକ୍ଷରୁ ୭ ଦିନିଆ ରିମାଣ୍ଡ ଆବେଦନ କରାଯାଇଥିଲା ।

ମାତ୍ର ୫ ଦିନର ରିମାଣ୍ଡ ମଞ୍ଜୁର କରିଛନ୍ତି ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟ । ଆଜି ମହାଲିଙ୍ଗ ମର୍ଡର ମଷ୍ଟ୍ରିର ଖୁଲାସା ହୋଇଥିବା ବେଳେ ଗୋବିନ୍ଦ ସାହୁ ମଧ୍ୟ ଅପରାଧକୁ ସ୍ୱିକାର କରିଛି । ଜେରା ବେଳେ ପୋଲିସ ଆଗରେ ଗୋବିନ୍ଦ ସାହୁ ମାନିଥିବା ସୂଚନା ମିଳିଛି । ଗୋବିନ୍ଦ ସାହୁ ସମେତ ୪ ଜଣଙ୍କୁ ଅଟକ ରଖି ପୋଲିସ ଜେରା କରୁଛି । ଗୋବିନ୍ଦଙ୍କ ସହଯୋଗୀ ରାଧେ, ଜେସିବି ଡ୍ରାଇଭର, ଷ୍ଟାଡିୟମ ମିନସି ଅଟକ ରହିଛନ୍ତି ଏହି ମାମଲାରେ ।

ତେବେ ରିମାଣ୍ଡରେ ନେବା ପରେ ଆସନ୍ତା କାଲି ଅଭିଯୁକ୍ତ ଗୋବିନ୍ଦ ସାହୁ ଦ୍ୱାରା ପୋଲିସ୍ ସିନ୍ ରିକ୍ରିଏସନ୍ କରାଇପାରେ ବୋଲି ଆଶଙ୍କା କରାଯାଉଛି ।

ପୂର୍ବ ଯୋଜନା ଅନୂଯାଇ କରାଯାଇଥିବା ଏହି ହତ୍ୟା ପଛରେ କିଛି ବଡ଼ ରାନୈତିକ ନେତାଙ୍କ ହାତ ରହିଥିବା ସାମ୍ନାକୁ ଆସୁଥିବା ବେଳେ ବର୍ତ୍ତମାନ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ପୁରା ରାଜ୍ୟରେ ମାହୋଲ ଉଷ୍ମ ରହିଛି ।

Related Posts

About The Author

Add Comment