କଳାହାଣ୍ଡି, ୦୩/୧୧/୨୦୨୧ (ସନ୍ଧାନ ନିଉଜ) : ମମିତା ହତ୍ୟାକାଣ୍ଡକୁ ନେଇ ଏବେବି ରହିଛି ସସ୍ପେନ୍ସ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇ ଆଜି କୋର୍ଟରେ ହାଜର ହୋଇଛି । ମାତ୍ର ଏହି ପ୍ରସଙ୍ଗରେ ଉତେଜନା ଓ ଅସନ୍ତୋଷ ଏବେବି ଲାଗି ରହିଛି । ବିରୋଧି ପୁରା ମାମଲାର ମୂଳ ପର୍ଯ୍ୟନ୍ତ ତଦନ୍ତ କରାଯାଉ ବୋଲି ଦାବି କରିଆସୁଥିବା ବେଳେ ମହାଲିଙ୍ଗ କଲେଜରେ ହିଁ ସବୁ ଗୁମର ଲୁଚିଛି ବୋଲି ଅଭିଯୋଗ ହେଉଥିଲା । ଏହାକୁ ନେଇ ଆଜି ମହାଲିଙ୍ଗ କଲେଜରେ ତନାଘନା ଆରମ୍ଭ କରିଛି କଳାହାଣ୍ଡି ପୋଲିସ୍ । କଲେଜ ହଷ୍ଟେଲରେ ପୂର୍ବରୁ ଯାଞ୍ଚ କରାଯାଇଥିବା ବେଳେ ସେଠାରୁ ପୋଲିସ୍ ହାତରେ କିଛି ପ୍ରମାଣ ଲାଗିଥିବା ଆଶଙ୍କା କରାଯାଉଛି । ଏହା ପରେ ଆଜି ପୁଣି ଥରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ହଷ୍ଟେଲରେ ପହଞ୍ଚିଛି ପୋଲିସ୍ । ତେବେ ଏହି ମାମଲାରେ ଖୋଦ୍ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ଛନ୍ଦି ହୋଇପଡିଛନ୍ତି । ମନ୍ତ୍ରୀ ବାରମ୍ବାର କଲେଜକୁ ଯିବା ଆସିବା କରୁଥିଲେ ଯାହାକୁ ନେଇ ମନ୍ତ୍ରୀଙ୍କ ଉପରେ ସବୁଠାରୁ ଅଧିକ ସନେ୍ଦହ ସୃଷ୍ଟି ହୋଇଛି । ଏପଟେ ମହାଲିଙ୍ଗ କଲେଜରେ ତନାଘନା ସରିବା ପରେ ପ୍ରକୃତରେ ମହାଲିଙ୍ଗ କଲେଜ କୁ କାହିଁକି ମନ୍ତ୍ରୀ ଯିବା ଆସିବା କରୁଥିଲେ ତାହା ହୁଏତ ଜଣାପଡିପାରେ ।
ମମିତା ହତ୍ୟାକାଣ୍ଡ: ଖୋଲିବ କି ଗୁମର! ମହାଲିଙ୍ଗ କଲେଜରେ ଚାଲିଛି ତନାଘନା
|
November 3, 2021 |
