ଭୁବନେଶ୍ୱର, ୨୦/୧୦ (ସନ୍ଧାନ ନିଉଜ) : ମହାଲିଙ୍ଗ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଜାତୀୟ ମହିଳା କମିଶନଙ୍କ ହସ୍ତକ୍ଷେପ । ନିଜ ଆଡୁ ମାମଲାରେ ହସ୍ତକ୍ଷେପ କରି ଡିଜିପିଙ୍କୁ ନିରପେକ୍ଷ ତଦନ୍ତ ପାଇଁ ଚିଠି କରିଛନ୍ତି ଜାତୀୟ ମହିଳା କମିଶନ । ଏହା ସହିତ ମମିତାଙ୍କ ପରିବାର ଲୋକଙ୍କୁ ଆବଶ୍ୟକୀୟ ସୁରକ୍ଷା ଯୋଗାଇ ଦେବାକୁ ମହିଳା କମିଶନ ନିର୍ଦ୍ଦେଶ ଦେଇଛନ୍ତି ।
ବର୍ତ୍ତମାନ ଏହି ମାମଲାକୁ ନେଇ ପୁରା ରାଜ୍ୟ ପଡୁଥିବା ଓଠୁଥିବା ବେଳେ ପୁରା ଘଟଣାର ମୁଖ୍ୟ କାର୍ପଟଦାର ଗୋବିନ୍ଦ ସାହୁ ଆଜି ପୋଲିସ୍ ଆଗରେ ସତ ମାନିଛି । ଏହାପରେ ଗୋବିନ୍ଦ ସାହୁକୁ ୫ ଦିନିଆ ରିମାଣ୍ଡରେ ନେଇଛି ପୋଲିସ୍ ।
ଆଜି ମହାଲିଙ୍ଗ ମର୍ଡର ମଷ୍ଟ୍ରିର ଖୁଲାସା ହୋଇଥିବା ବେଳେ ଗୋବିନ୍ଦ ସାହୁ ମଧ୍ୟ ଅପରାଧକୁ ସ୍ୱିକାର କରିଛି । ଜେରା ବେଳେ ପୋଲିସ ଆଗରେ ଗୋବିନ୍ଦ ସାହୁ ମାନିଥିବା ସୂଚନା ମିଳିଛି । ଗୋବିନ୍ଦ ସାହୁ ସମେତ ୪ ଜଣଙ୍କୁ ଅଟକ ରଖି ପୋଲିସ ଜେରା କରୁଛି । ଗୋବିନ୍ଦଙ୍କ ସହଯୋଗୀ ରାଧେ, ଜେସିବି ଡ୍ରାଇଭର, ଷ୍ଟାଡିୟମ ମିନସି ଅଟକ ରହିଛନ୍ତି ଏହି ମାମଲାରେ ।