ମନରେଗା ଯୋଜନା ରେ କାମ କରିି ଶ୍ରମିକ ଙ୍କୁ ମିଲୁନି ପ୍ରାପ୍ୟ

Spread the love

ବଲାଙ୍ଗିର, ୪/୬. (ସନ୍ଧାନ ନିୟୁଜ୍)-ମନରେଗା ଯୋଜନା ରେ ଲୋକଙ୍କୁ ନିଶ୍ଚିତ ଭାବେ କାମ ଯୋଗାଇବା ପାଇଁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ଜବକାର୍ଡ ଧାରୀ ଶ୍ରମିକ ମାନଙ୍କୁ ମଜୁରୀ ଟଙ୍କା ମିଲିବାରେ ବିଲମ୍ବ ହେଉଥିବାରୁ ଲୋକେ କାମ କରିବା ପାଇଁ ଆଗ୍ରହ ପ୍ରକାଶ କରୁନ ଥିବା ଦେଖିବାକୁ ମିଲୁଛି । ପ୍ରଶାସନିକ ଅବହେଳା ରୁ ଜବକାର୍ଡ ଧାରୀ ଶ୍ରମିକ ମାନେ ମଜୁରୀ ଟଙ୍କା ପାଇଁ ବର୍ଷ ବର୍ଷ ଧରି ହଇରାଣ ହେଉଛନ୍ତି । ବଲାଙ୍ଗିର ଜିଲ୍ଲା ବେଙ୍ଗାମୁଣ୍ଡା  ବ୍ଲକ ର ସୀମାନ୍ତବର୍ତୀ  ଜାମଖୁଂଟା ପଂଚାୟତର ଜାମଖୁଂଟା ଗ୍ରାମର ସନ୍ତୋଷ ରଣା ଏବଂ ତାଙ୍କ ସ୍ତ୍ରୀ ମନରେଗା ଯୋଜନାରେ କାମ କରି  ମାସ ମାସ ଧରି ବିଲ ପାଇ ନ ଥିବା ଅଭିଯୋଗ କରି ବିଡିଓ ଙ୍କ ଠାରେ ଦ୍ୱାରସ୍ଥ ହୋଇଛନ୍ତି ।

ଜାମଖୁଂଟା ଗ୍ରାମର ପୂର୍ଣ୍ଣିଆ ବନ୍ଧ ରେ ଗତବର୍ଷ ମନରେଗା ଯୋଜନାରେ ମାଟି କାମ କରିଥିଲେ । ସେହି କାମର ମଜୁରୀ ଟଙ୍କା ଅଦ୍ୟାବଧି ପାଇ ନଥିବା ବେଳେ ବାରମ୍ବାର ପଂଚାୟତ ପ୍ରଶାସନ କୁ ଜଣାଇ ନୟାନ୍ତ ହେଲା ପରେ ବିଡିଓ ଙ୍କ ଠାରେ ଗୁହାରୀ କରିଥିବା କହିଛନ୍ତି । କନିଷ୍ଠ ଯନ୍ତ୍ରୀ ଏବଂ ଜିଆରଏସ୍ ମାଟି ବୋହିଥିବା କାମକୁ ମାପ କରି ୧୪୦୦୦ ଟଙ୍କା ପାଇବ ବୋଲି କହିଥିଲେ ।ଏକ ବର୍ଷ ରୁ ଉଦ୍ଧ୍ୱର୍ ହୋଇଥିଲେ ମଧ୍ୟ ଉକ୍ତ ଟଙ୍କା ପାଇନାହାନ୍ତି । ମାଟି କାମର ମଜୁରୀ ଟଙ୍କା ପାଇଁ ଜିଆରଏସ ଙ୍କୁ ଜଣାଇଲେ ୫ ହଜାର ଟଙ୍କା ଦେଲେ ଯାଇ ମଜୁରୀ ଟଙ୍କା  ମିଳିବ ବୋଲି କହୁଥିବା ଅଭିଯୋଗ କରିଛନ୍ତି । ଗରିବ ଲୋକେ କାମ କରି ବର୍ଷ ବର୍ଷ ଟଙ୍କା ପାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଜାମଖୁଂଟା ଜିଆରଏସ ଙ୍କୁ ପଚାରିବାରୁ ତାଙ୍କର ପାସ ବୁକ ନ ଥିବାରୁ ମଜୁରୀ ଟଙ୍କା ପାଇ ନଥିବା କହିବା ସହ ମୁଁ ଟଙ୍କା ମାଗି ନାହିଁ ବୋଲି ପ୍ରକାଶ କରିଥିଲେ । ଏ ସଂପର୍କ ରେ ବେଙ୍ଗାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ନିଗ୍ଧାରାଣୀ ପ୍ରଧାନ ଙ୍କୁ ଯୋଗା ଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା ।  ଉକ୍ତ ଗରିବ ଶ୍ରମିକ ଙ୍କ ମଜୁରୀ ଟଙ୍କା ପ୍ରଦାନ ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ସାଧାରଣ ରେ ଦାବି ହେଉଛି ।

Related Posts

About The Author

Add Comment