ମଣିଷ ଆଖିରୁ ଅପସରି ଯାଉଛି ରିକ୍ସାର ଛବି

ଜେନାପୁର, ୧୭/୦୨ (ସନ୍ଧାନ ନିୟୁଜ/ସୁଶାନ୍ତ କୁମାର ଖଟୁଆ) : ସାଧାରଣରେ କୁହାଯାଇଥାଏ ଯେ-ପୁରୁଣା ଜିନିଷ ହିଁ ସୁନା ସଦୃଶ । ତେଣୁ ପୁରୁଣାକୁ ନେଇ ନୂଆର ପରିକଳ୍ପନା କରାଯାଇଥାଏ । ଏହି କ୍ରମରେ ଆଜିର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଯୁଗରେ ଅନେକ ନୂତନ ଜିନିଷର ଆବିଷ୍କାର ହେବାରୁ ମାନବ ସମାଜରେ ଘଟିପାରିଛି ଅଭୂତ ପରିବର୍ତ୍ତନ । ଫଳସ୍ୱରୂପ ପ୍ରତିଟି କ୍ଷେତ୍ରରେ ପୁରୁଣାର ସ୍ଥାନ ନେଇଛି ନୂଆ ନୂଆ ଜିନିଷ । ଯଦିଓ ଏହା ବିକାଶର ପ୍ରତୀକ, ତଥାପି ଏହା ପୁରୁଣାର ସ୍ମୃତି ବହନ କରିଥାଏ ବୋଲି କହିଲେ ଆଦୋ÷ ଅତୁ୍ୟକ୍ତି ହେବନାହିଁ । କିଛି ବର୍ଷ ତଳକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ-ଗାଁଗଣ୍ଡା, ହାଟ, ସହର, ବଜାର, ରେଳଷ୍ଟେସନ୍, ବସ୍ଷ୍ଟାଣ୍ଡ, ଡାକ୍ତରଖାନା ଭଳି ସର୍ବସାଧାରଣ ସ୍ଥାନମାନଙ୍କରେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାତାୟାତ କରିବା ପାଇଁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଡ଼ବଡ଼ିଆ ଏବଂ କର୍ମଜୀବୀ ପୁରୁଷ ଓ ମହିଳାମାନେ ରିକ୍ସା ଉପରେ ହିଁ ନିର୍ଭର କରୁଥିଲେ, ଏପରିକି ବିବାହ କାର୍ଯ୍ୟ ପୂର୍ବେ ରିକ୍ସା ସାହାଯ୍ୟରେ ମଧ୍ୟ ସଂପାଦିତ ହେଉଥିଲା । ଏଥିରେ ବାୟୁମଣ୍ଡଳ, ପ୍ରଦୂଷଣରୁ ଏକ ପ୍ରକାର ମୁକ୍ତ ହେବା ସହ ରିକ୍ସା ଚାଳକମାନେ କଠିନ ପରିଶ୍ରମ କରି ସେମାନଙ୍କର ଜୀବିକା ନିର୍ବାହ କରୁଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ଏହାର ୩ ଚକିଆ ଢ଼ାଞ୍ଚାକୁ ଲକ୍ଷ୍ୟକରି ଉନ୍ନତ ଜ୍ଞାନକୋ÷ଶଳ ମାଧ୍ୟମରେ ଅଟୋରିକ୍ସାର ଉଦ୍ଭାବନ ହେବା କାରଣରୁ ମଣିଷ ଆଖିରୁ ବର୍ତ୍ତମାନ କ୍ରମଶଃ ଅପସରିଯାଉଛି ରିକ୍ସାର ଛବି । ଗମନାଗମନ କ୍ଷେତ୍ରରେ ଅଟୋରିକ୍ସା ଅବଶ୍ୟ କମ୍ ସମୟ ନେଉଥିଲେ ମଧ୍ୟ ରିକ୍ସାରେ ବସି ପ୍ରଦୂଷଣମୁକ୍ତ ପରିବେଶରେ ଯିବା ଆସିବାର ମଜା ଟିକେ ନିଆରା ବୋଲି ପ୍ରତୀୟମାନ ହୋଇଥାଏ । କେତେକ ସ୍ଥାନରେ ରିକ୍ସାର ଯଦିଓ ପ୍ରଚଳନ ରହିଛି, ତଥାପି ବ୍ୟସ୍ତବହୁଳ ଧାଁଧପଡ଼ ଦୁନିଆରେ ଖୁବ୍ଶୀଘ୍ର ପହଞ୍ଚôବା ପାଇଁ ଲୋକେ ଅଟୋରିକ୍ସାକୁ ହିଁ ପସନ୍ଦ କରିଥା’ନ୍ତି । ପୁଣି ଦୂରତା ଅନୁସାରେ ରିକ୍ସାର ଭଡା ଅପେକ୍ଷାକୃତ ଅଧିକ ହେଉଥିବାରୁ ଲୋକେ ସେଥିରେ ଯିବାକୁ ଗୋଟିଏ ପଟେ ଅମଙ୍ଗ ହେଉଥିବା ବେଳେ ଅନ୍ୟପଟେ ଧୂଆଁରେ ବାୟୁମଣ୍ଡଳକୁ ସର୍ବଦା ବିଷାକ୍ତ କରୁଥିବା ଅଟୋରିକ୍ସାରେ ଯିବାକୁ ସେମାନେ ଆଗ୍ରହର ସହିତ ଇଚ୍ଛା ପ୍ରକାଶ କରୁଛନ୍ତି । ଏପରିସ୍ଥଳେ ପରିବାର ଭରଣପୋଷଣ କରିବା ନିମିତ୍ତ ରିକ୍ସା ଚାଳକମାନଙ୍କର ଜୀବନ ଦୁର୍ବିସହ ହୋଇପଡ଼ିଛି । କାଁଭାଁ ରିକ୍ସା ଚାଳକଙ୍କୁ ଛାଡ଼ିଦେଲେ ଅଧିକାଂଶ ସର୍ବସାଧାରଣ ସ୍ଥାନରେ ସେମାନେ ହାତବାନ୍ଧି ବସିଥିବାର ଦେଖିବାକୁ ମିଳୁଛି । ଏଥିପ୍ରତି ଗଭୀର ଦୃଷ୍ଟି ଦେଇ ନିକଟରେ ବାଲିଯାତ୍ରା ସମୟରେ କଟକ ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ଭାବେ ରିକ୍ସା ପ୍ରଚଳନ ଉପରେ ଗୁରୁତ୍ୱ ଦିଆଯାଇଥିଲେ ସୁଦ୍ଧା ତାହା ସାମୟିକ ବୋଲି ସେଠାକାର କେତେକ ରିକ୍ସା ଚାଳକ ମତବ୍ୟକ୍ତ କରିଛନ୍ତି । ଏଥିରେ ସବୁଦିନ ପାଇଁ ପେଟ ପୋଷିବା ଆଦୋ÷ ସମ୍ଭବପର ନୁହେଁ ବୋଲି ସେମାନେ ମନଖୋଲି କହିଛନ୍ତି । ରିକ୍ସା ଅଛି ସତ, କିନ୍ତୁ ଭଡ଼ାନାହିଁ । ବାଧ୍ୟ ହୋଇ ସେମାନେ ନିଜର କୋ÷ଳିକ ବୃତ୍ତି ରିକ୍ସା ଚାଳନାକୁ ପରିତ୍ୟାଗ କରି ଦିନମଜୁରିଆ ଭାବେ ଅନ୍ୟତ୍ର କାର୍ଯ୍ୟ କରିବାକୁ ମନ ବଳାଉଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ରିକ୍ସା ଆଉ ଜନତାର ବାହକ ହୋଇ ରହିନାହିଁ, ବରଂ ଏହା ପାଲଟିଛି ଏକ ସ୍ମୃତିର ଫଳକ । ପରିବେଶ ପ୍ରଦୂଷଣ ଭଳି ଭୟାନକ ପରିସ୍ଥିତିରୁ ରକ୍ଷା ପାଇବା ନିମିତ୍ତ ତଥା ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇଦେବା ଉଦେ୍ଦଶ୍ୟରେ ସରକାର ପରିଚୟ ପତ୍ର ଦେବା ସହିତ ନିର୍ଦ୍ଧାରିତ ଭଡ଼ାରେ ପ୍ରତ୍ୟେକ ସ୍ଥାନରେ ଆନୁପାତିକ ଭିତ୍ତିରେ ଅଟୋ ସହିତ ରିକ୍ସାର ପ୍ରଚଳନକୁ ବାଧ୍ୟତାମୂଳକ କରାଗଲେ ରିକ୍ସାର ଛବି ପୁନଃ ପ୍ରତିଫଳିତ ହୋଇପାରନ୍ତା ବୋଲି ଆଶା କରାଯାଏ ।

Related Posts

About The Author

Add Comment