ସୁନ୍ଦରଗଡ ତା:୮/୯/୨୦୨୧ ( ସନ୍ଧାନ ନିଉଜ/ ରାଜୁ ପଟେଲ ) ହିମଗିର ଥାନା ଅନ୍ତର୍ଗତ କନିକା ପଞ୍ଚାୟତର ମଣିପୁର ଗ୍ରାମରେ ହେମଗିର ପୋଲିସ ଦିନ ୧୦ ଟା ସମୟରେ ମଣିପୁର ଗ୍ରାମର ଯୁବକ ସୁନୀଲ ହେମରମ (୩୬ ବର୍ଷ ) ର ଶବ ଏକ ପଥର କୋରଲରୁ ଉଦ୍ଧାର କରି ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟ କୁ ଶବ ବ୍ୟବଛେଦ ପାଇଁ ପଠାଯାଇଛି । ମୃତକର ଶବ ବ୍ୟବଛେଦ ପରେ ଫରେନସିକ ଟିମ ଆସି ତଦନ୍ତ କରିବାର ସୂଚନା ମିଳିଛି । ଏହା ଏକ ଯୋଜନା ବଦ୍ଧ ହତ୍ୟା ବୋଲି ହିମଗିର ପୋଲିସ ସନ୍ଦେହ କରୁଥିବାରୁ ମୃତକର ସ୍ତ୍ରୀ ଓ ଜଣେ ଯୁବକକୁ ଥାନାରେ ଅଟକ ରଖିଥିବା ପୋଲିସ ସୁତ୍ରରୁ ପ୍ରକାଶ । ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ଅଞ୍ଚଳରେ ବେଶ ଚର୍ଚା ହେଉଛି ବୋଲି ବିଶେଷ ସୁତ୍ରରୁ ପ୍ରକାଶ । ଅହି ଘଟଣାରେ ଏକ ମାମଲା କେଶ ନମ୍ବର ୨୬ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ।
ମଣିପୁର ଗ୍ରାମର ସୁନୀଳକୁ ହତ୍ୟା ଅଭିଯୋଗ, ସ୍ତ୍ରୀ ସହିତ ଜନୈକ ଯୁବକଙ୍କୁ ଥାନାରେ ଅଟକ
|
September 11, 2021 |