ମଟର ଚୋରକୁ ଧରି ପୋଲିସ୍‌ ଜିମା ଦେଲେ ଲୋକେ

Spread the love

ଯାଜପୁର , : ୧୨/୯/୨୬ (ସନ୍ଧାନ ନ୍ୟୁଜ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ଥାନା ନିକଟସ୍ଥ ଝାଲପଡ଼ା ପଞ୍ଚାୟତର କାକୁଡିକୁଦ ନିଳକଣ୍ଠପୁର ଗ୍ରାମରେ ପାଣି ମଟର ବିକ୍ରିକରିବାକୁ ଆସିଥିବା ଶୁକା ଜେନା(୩୫) କୁ ଗ୍ରାମବାସୀ ମାନେ କାବୁ କରି ପୋଲିସ୍ ଜିମା ଦେଇଛନ୍ତି । ଗତ ମଙ୍ଗଳ ବାର ବିଳମ୍ବିତ ରାତିରେ ଗ୍ରାମର ସରୋଜ ଜେନାଙ୍କ ବିଲରୁ ପାଣି ମଟର ପାଇପ ଚୋରି କରି ନେଇଥିଲେ । ଏ ସଂପର୍କରେ ସରୋଜ ବୁଧବାର ସକାଳେ ବ୍ରହ୍ମବରଦା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଶୁକା ସେହି ରାତିରେ ଝାଲପଡ଼ାରେ ହଳଧର ସହିତ ଯୋଗା କରିଥିଲେ । ହଳଧର ଏ ସଂପର୍କରେ ସରୋଜକୁ ସୂଚନା ଦେଇଥିଲେ । ଶୁକା ଚୋର ମଟରକୁ ନେଇ ନିର୍ଦ୍ଧିଷ୍ଟ ସ୍ଥାନକୁ ବିକ୍ରିକରିବାକୁ ଆସିଥିବା ବେଳେ ସରୋଜ ଏବଂ ଗ୍ରାମବାସୀ ମିଶି ତାକୁ କାବୁ କରିଥିଲେ । ପରେ ଏ ସଂପର୍କରେ ବ୍ରହ୍ମବରଦା ଥାନାକୁ ଖବର ଦିଆଯାଇଥିଲା  । ପୋଲିସ୍‌ ଅଭିଯୁକ୍ତକୁ ଥାନାକୁ ନେଇ ଚୋରି ସାମଗ୍ରୀ ଜବତ କରିବା ସହିତ ଅଭିଯୁକ୍ତ ଶୁକାକୁ ପଚରା ଉଚରା କରୁଛି । ଏନେଇ ଥାନା ପକ୍ଷରୁ ତଦନ୍ତ କରାଯାଉଛି ।

Related Posts

About The Author

Add Comment